ବଦଳିଲା ମମତାଙ୍କ ସ୍ବର, କହିଲେ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରୁଛି ଆଗରୁ ଜଣାଇଥିଲେ ମିଳିତ ପ୍ରାର୍ଥୀ ନେଇ ବିଚାର କରିଥାନ୍ତୁ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସ୍ଥିତି ମଜଭୁତ ହେବାରେ ଲାଗିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜନୈତିକ ଦଳଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ (ଏସଏଡି)ର ନେତା ସୁଖବୀର ସିଂହ ବାଦଲ ଏବଂ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌)ର ନେତା ଏଚ୍‌ଡି ଦେବଗୌଡା ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ […]

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସ୍ଥିତି ମଜଭୁତ ହେବାରେ ଲାଗିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜନୈତିକ ଦଳଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ (ଏସଏଡି)ର ନେତା ସୁଖବୀର ସିଂହ ବାଦଲ ଏବଂ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌)ର ନେତା ଏଚ୍‌ଡି ଦେବଗୌଡା ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ବାଦଲ ଶୁକ୍ରବାର କହିଛନ୍ତି ଯେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜ ସ୍ବର ବଦଳାଇଛନ୍ତି। ବିଜେପି ଘୋର ବିଦ୍ରୋହୀ ଭାବେ ପରିଚିତ ମମତା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ବିଜୟୀ ହେବେ ବୋଲି କହିଛନ୍ତି। ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବାକୁ ନେଇ ବିଜେପି ପୂର୍ବରୁ ଜଣାଇଥିଲେ ବିରୋଧୀ ମିଳିତ ପ୍ରାର୍ଥୀତ୍ବ ବିଷୟରେ ବିଚାର କରିଥାନ୍ତେ। ସମସ୍ତଙ୍କ ସହମତି ଥିବା ପ୍ରାର୍ଥୀ ଦେଶ ପାଇଁ ସର୍ବଦା ଭଲ ହୋଇଥାନ୍ତି ବୋଲି ଦିଦି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଶୁକ୍ରବାର କୋଲକାତା ସ୍ଥିତ ଇସ୍କନ ମନ୍ଦିରରେ ରଥଯାତ୍ରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଦିଦି ଏହି ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ନେତୃତ୍ବ ନେଉଥିବା ମମତା ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମହାରାଷ୍ଟ୍ର ଘଟଣା ପରେ ଦ୍ରୌପଦୀ ମୁର୍ମୁ ବିଜୟର ଅଧିକ ସମ୍ଭାବନା ରହିଛି। ଯଦି ବିଜେପି ପୂର୍ବରୁ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ନେଇ ସୂଚନା ଦେଇଥାନ୍ତା, ତେବେ ସେ ଏ ବିଷୟରେ ଚିନ୍ତା କରିଥାନ୍ତେ। ଆଦିବାସୀଙ୍କ ପ୍ରତି ତାଙ୍କର ଭଲପାଇବା ତଥା ଭାବନା ରହିଛି। ଆଦିବାସୀ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ଜାଣିଥିଲେ, ସମସ୍ତ ବିରୋଧୀ ଦଳ ଏକାଠି ବସି ଏ ବିଷୟରେ ଚିନ୍ତା କରିଥାନ୍ତେ। ସେମାନେ ଆମକୁ ଫୋନ କରି ପରାମର୍ଶ ମାଗିଥିଲେ। କିନ୍ତୁ ଆମେ କିଛି କହି ନ ଥିଲୁ। ସମସ୍ତଙ୍କ ସମର୍ଥନ ପାଇଥିବା ପ୍ରାର୍ଥୀ ଦେଶ ପାଇଁ ଭଲ ହୋଇଥାନ୍ତି। ଏବେ ସେ ଏକାକି କିଛି କରିପାରିବେ ନାହିଁ। ୧୭ ଦଳଙ୍କ ନିଷ୍ପତ୍ତି କ୍ରମେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଉ କିଛି କରିହେବ ନାହିଁ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଟିଏମ୍‌ସି ସୁପ୍ରିମୋଙ୍କ ମନ୍ତବ୍ୟ ପରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିରୋଧୀଙ୍କ ଏକତା ପ୍ରତି ମଧ୍ୟ ପ୍ରଶ୍ନ କରାଯାଉଛି। ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ହିମାଚଳ ପ୍ରଦେଶର ବଦ୍ଦିରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ଅନ୍ୟ ନେତାମାନେ ସ୍ବାଗତ କରିଥିଲେ। ପରେ ସେ ଦୁନ ବିଧାନସଭା କ୍ଷେତ୍ରର କ୍ରିଷ୍ଣପୁରା ସ୍ଥିତ ହୋଟେଲ ଲି ମ୍ୟାରିୟଟରେ ବିଜେପି ବିଧାୟକ ଦଳଙ୍କ ବୈଠକରେ ସାମିଲ ହୋଇଥିଲେ। ସେ ବୈଠକରେ ମନ୍ତ୍ରୀ ଏବଂ ବିଧାୟକଙ୍କ ସମର୍ଥନ ମାଗିଥିଲେ। ସମସ୍ତଙ୍କ ସହଯୋଗରେ ତାଙ୍କର ବିଜୟ ସମ୍ଭବ ହେବ ବୋଲି କହିଥିଲେ। ବୈଠକ ପରେ ସେ ଅପରାହ୍ଣ ୨ଟାରେ ଚଣ୍ଡିଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ପ୍ରଦେଶ ଅଧ୍ୟକ୍ଷ ଓମପ୍ରକାଶ ଧନକର, ଜନନାୟକ ଜନତା ପାର୍ଟିର ନିଶାନ ସିଂହ ସ୍ବାଗତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର