ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ମୁମ୍ବାଇ: ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ରରେ ରାଜନୈତିକ ମାହାଡ୍ରାମାର ନୂଆ ମୋଡ ନେଇଛି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ଫଡ଼ନାଭିସ୍। ସେ ନୂଆ ସରକାରରେ ରହିବେ ନାହିଁ ବୋଲି ଫଡନାଭିସ୍ କହିଛନ୍ତି। ଅର୍ଥାତ୍ ଫଡ଼ନାଭିସ୍ ମନ୍ତ୍ରୀ ମଧ୍ଯ ହେବେ ନାହିଁ। ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ନୂତନ ସରକାରଙ୍କ ଶପଥ […]

ମୁମ୍ବାଇ: ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ରରେ ରାଜନୈତିକ ମାହାଡ୍ରାମାର ନୂଆ ମୋଡ ନେଇଛି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ଫଡ଼ନାଭିସ୍। ସେ ନୂଆ ସରକାରରେ ରହିବେ ନାହିଁ ବୋଲି ଫଡନାଭିସ୍ କହିଛନ୍ତି। ଅର୍ଥାତ୍ ଫଡ଼ନାଭିସ୍ ମନ୍ତ୍ରୀ ମଧ୍ଯ ହେବେ ନାହିଁ। ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଫଡ଼ନାଭିସ୍ ଆହୁରି ମଧ୍ଯ କହିଛନ୍ତି ଯେ, ରାଜ୍ୟକୁ ବିକଳ୍ପ ସରକାର ଦିଆଯିବା ଆବଶ୍ୟକ। ମୁଁ ପୂର୍ବରୁ କହିଥିଲି ଯେ ସରକାରଙ୍କ ପତନ ପରେ ଏକ ବିକଳ୍ପ ସରକାର ଆସିବ। ତେଣୁ ଆଜି ଶିବସେନା, ବିଜେପି ଏବଂ କିଛି ଛୋଟ ଦଳ ଏକତ୍ରୀତ ହୋଇ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକନାଥ ସିନ୍ଦେଙ୍କୁ ବିଜେପି ସମର୍ଥନ କରିବ। ଶିନ୍ଦେଙ୍କର ଶିବସେନାର ସମର୍ଥନ ରହିଛି, ବିଜେପି ମଧ୍ୟ ତାଙ୍କୁ ସମର୍ଥନ କରିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସୂଚନା ଅନୁଯାୟୀ, ବିଦ୍ରୋହର ୧୦ ଦିନ ପରେ ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେ ଗୁରୁବାର ମୁମ୍ବାଇ ଫେରିଥିଲେ। ସେ ଏଠାରୁ ସିଧା ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘରକୁ ଯାଇଥିଲେ। ସିନ୍ଦେ ଗୋଆରୁ ଏକୁଟିଆ ଆସିଛନ୍ତି। ତାଙ୍କର ୩୯ ଟି ଶିବସେନା ବିଧାୟକ ଏବଂ ସ୍ବାଧିନ ବ୍ୟକ୍ତିଙ୍କ ସମର୍ଥନ ପତ୍ର ମଧ୍ୟ ରହିଛି। ଫଡନାଭିସ୍ ଏବଂ ସିନ୍ଦେ ଏକାଠି ରାଜ ଭବନରେ ପହଞ୍ଚିଥିଲେ। ପରେ ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ମୁମ୍ବାଇର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକନାଥ ସିନ୍ଦେଙ୍କ ସୁରକ୍ଷାକୁ ବୃଦ୍ଧି କରିଛନ୍ତି। ତାଙ୍କୁ Z ପ୍ଲସ୍ ସୁରକ୍ଷା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର