ରୁଷର ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ଲଣ୍ଡନରେ ପଡ଼ିବ ପ୍ରଥମ ବୋମା

The Sakala Picture
Published On

ମସ୍କୋ(ଏଜେନ୍ସି): ରୁଷ-ୟୁକ୍ରେନ ଯୁଦ୍ଧ ୫ ମାସରେ ପହଞ୍ଚିଥିଲା ବେଳେ ଦିନକୁ ଦିନ ବୈଶ୍ବିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ବିଶେଷକରି ୟୁକ୍ରେନକୁ କେନ୍ଦ୍ର କରି ଏବେ ପଶ୍ଚିମ ରାଷ୍ଟ୍ରସମୂହ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ଏହାକୁ ନେଇ ରୁଷ ଏକଘରକିଆ ହୋଇଯାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ପ୍ରତି ମୁହୂର୍ତ୍ତରେ ତୃତୀୟ ବିଶ୍ବ ଯୁଦ୍ଧର ଧମକ ଦେଉଛନ୍ତି। ଏହିକ୍ରମରେ ରୁଷ ପକ୍ଷରୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ଚେତାବନୀ ଜାରି କରାଯାଇଛି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପ୍ରଥମେ […]

ମସ୍କୋ(ଏଜେନ୍ସି): ରୁଷ-ୟୁକ୍ରେନ ଯୁଦ୍ଧ ୫ ମାସରେ ପହଞ୍ଚିଥିଲା ବେଳେ ଦିନକୁ ଦିନ ବୈଶ୍ବିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ବିଶେଷକରି ୟୁକ୍ରେନକୁ କେନ୍ଦ୍ର କରି ଏବେ ପଶ୍ଚିମ ରାଷ୍ଟ୍ରସମୂହ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ଏହାକୁ ନେଇ ରୁଷ ଏକଘରକିଆ ହୋଇଯାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ପ୍ରତି ମୁହୂର୍ତ୍ତରେ ତୃତୀୟ ବିଶ୍ବ ଯୁଦ୍ଧର ଧମକ ଦେଉଛନ୍ତି। ଏହିକ୍ରମରେ ରୁଷ ପକ୍ଷରୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ଚେତାବନୀ ଜାରି କରାଯାଇଛି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପ୍ରଥମେ ଲଣ୍ଡନ ଉପରେ ବୋମାମାଡ଼ ହେବ ବୋଲି ରୁଷ ଧମକ ଦେଇଛି। ରାଷ୍ଟ୍ରପତି ପୁତିନଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ପ୍ରତିରକ୍ଷା କମିଟିର ସାଂସଦ ସଦସ୍ୟ ଆନ୍ଦ୍ରେ ଗୁରୁଲ୍ୟୋଭ ଏଭଳି ଧମକ ଦେଇଛନ୍ତି। ନାଟୋ ଉପରେ ପ୍ରଥମ ଆକ୍ରମଣ ସ୍ବରୂପ ପ୍ରଥମେ ବ୍ରିଟେନ ଉପରେ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି। ରୁଷର ସରକାରୀ ମିଡିଆ ଚ୍ୟାନେଲ୍-୧କୁ ସାକ୍ଷାତକାର ଦେଇ ଗୁରୁଲୋଭ୍ ଏହା କହିଛନ୍ତି। ନାଟୋର ବାଲଟିକ ଷ୍ଟେଟ୍‌ଗୁଡ଼ିକ ଉପରେ କପରି ସମ୍ପୂର୍ଣ୍ଣ ଦଖଲ ହେବ ସେ ନେଇ ଆଲୋଚନା ବେଳେ ଗୁରୁଲ୍ୟୋଭ ଏପରି କହିଥିବା ବ୍ରିଟେନ୍‌ର ମେଟ୍ରୋ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

27 Jun 2022 By The Sakala

ରୁଷର ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ଲଣ୍ଡନରେ ପଡ଼ିବ ପ୍ରଥମ ବୋମା

ମସ୍କୋ(ଏଜେନ୍ସି): ରୁଷ-ୟୁକ୍ରେନ ଯୁଦ୍ଧ ୫ ମାସରେ ପହଞ୍ଚିଥିଲା ବେଳେ ଦିନକୁ ଦିନ ବୈଶ୍ବିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ବିଶେଷକରି ୟୁକ୍ରେନକୁ କେନ୍ଦ୍ର କରି ଏବେ ପଶ୍ଚିମ ରାଷ୍ଟ୍ରସମୂହ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ଏହାକୁ ନେଇ ରୁଷ ଏକଘରକିଆ ହୋଇଯାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ପ୍ରତି ମୁହୂର୍ତ୍ତରେ ତୃତୀୟ ବିଶ୍ବ ଯୁଦ୍ଧର ଧମକ ଦେଉଛନ୍ତି। ଏହିକ୍ରମରେ ରୁଷ ପକ୍ଷରୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ଚେତାବନୀ ଜାରି କରାଯାଇଛି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପ୍ରଥମେ ଲଣ୍ଡନ ଉପରେ ବୋମାମାଡ଼ ହେବ ବୋଲି ରୁଷ ଧମକ ଦେଇଛି। ରାଷ୍ଟ୍ରପତି ପୁତିନଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ପ୍ରତିରକ୍ଷା କମିଟିର ସାଂସଦ ସଦସ୍ୟ ଆନ୍ଦ୍ରେ ଗୁରୁଲ୍ୟୋଭ ଏଭଳି ଧମକ ଦେଇଛନ୍ତି। ନାଟୋ ଉପରେ ପ୍ରଥମ ଆକ୍ରମଣ ସ୍ବରୂପ ପ୍ରଥମେ ବ୍ରିଟେନ ଉପରେ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି। ରୁଷର ସରକାରୀ ମିଡିଆ ଚ୍ୟାନେଲ୍-୧କୁ ସାକ୍ଷାତକାର ଦେଇ ଗୁରୁଲୋଭ୍ ଏହା କହିଛନ୍ତି। ନାଟୋର ବାଲଟିକ ଷ୍ଟେଟ୍‌ଗୁଡ଼ିକ ଉପରେ କପରି ସମ୍ପୂର୍ଣ୍ଣ ଦଖଲ ହେବ ସେ ନେଇ ଆଲୋଚନା ବେଳେ ଗୁରୁଲ୍ୟୋଭ ଏପରି କହିଥିବା ବ୍ରିଟେନ୍‌ର ମେଟ୍ରୋ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି।

https://www.thesakala.in/national-international/russia-threatens-britain-first-bomb-to-land-in-london-during-world-war-iii/article-12821
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର