ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ, ୬୦ ଫୁଟ ଗଭୀର ବୋରଓ୍ୱେଲରୁ ଉଦ୍ଧାର ହୋଇ ଚାଲିଥିଲା ଚିକିତ୍ସା

The Sakala Picture
Published On

ଛତିଶଗଡ: ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ । ସୁସ୍ଥ ହେବାପରେ ଛତିଶଗଡ଼ ବିଳାସପୁର ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାହୁଲ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ୬୦ ଫୁଟ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ […]

ଛତିଶଗଡ: ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ । ସୁସ୍ଥ ହେବାପରେ ଛତିଶଗଡ଼ ବିଳାସପୁର ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାହୁଲ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ୬୦ ଫୁଟ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ଏବେ ତା ମୁହଁରେ ହସ ଫୁଟିଲାଣି । ଦୁନିଆଁକୁ ଦ୍ଵିତୀୟ ଥର ପାଇଁ ପୁନର୍ଜୀବନ ପାଇ ଫେରିବା ପରେ ରାହୁଲ ହସୁଥିବା ଦେଖିବାକୁ ମିଳିଛି । କିଛି ଦିନ ରାହୁଲର ଚିକିତ୍ସା ହେବା ପରେ ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଆଜି ରାହୁଲଙ୍କୁ ବିଦାୟ ଦେବାକୁ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ଆସିଥିଲେ ଡାକ୍ତର ଓ ମେଡିକାଲ କର୍ମଚାରୀ । ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ରାହୁଲଙ୍କୁ ସ୍ୱାଗତ ଓ ସମର୍ଦ୍ଧନା ପାଇଁ ଜିଲା ପ୍ରସାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଖୋଦ ଝାଂଜଗିର ଚମ୍ପା ଜିଲାପାଳ ଜିତେନ୍ଦ୍ର ଶୁକ୍ଳା ଆପୋଲୋ ହସ୍ପିଟାଲ ପହଁଚି ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ରାହୁଲଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର