ରୁଷ୍‌-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ସମର୍ଥନକାରୀଙ୍କ ଉପରେ ସାଇବର ଆକ୍ରମଣ କରୁଛି ରୁଷ୍‌

The Sakala Picture
Published On

କିଭ୍‌(ଏଜେନ୍ସି): ରୁଷ୍‌-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ୍‌ ୟୁକ୍ରେନ ଏବଂ ଏହାକୁ ସମର୍ଥନ ଦେଉଥିବା ଦେଶ ଉପରେ ସାଇବର ଆକ୍ରମଣକୁ ତୀବ୍ର କରିଛି। ସିଷ୍ଟମ ହ୍ୟାକ୍‌ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। ଆମେରିକା ଏବଂ ଏହାର ସରକାରୀ କମ୍ପ୍ୟୁଟର ନେଟୱର୍କକୁ ମଧ୍ୟ ନିଶାଣ କରାଯାଉଛି। ମାଇକ୍ରୋସଫ୍ଟ ପକ୍ଷରୁ ବୁଧବାର ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ହ୍ୟାକିଂ କରି ୪୨ ଦେଶର ଗୋପନୀୟ ତଥ୍ୟ ସଂଗ୍ରହ […]

କିଭ୍‌(ଏଜେନ୍ସି): ରୁଷ୍‌-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ୍‌ ୟୁକ୍ରେନ ଏବଂ ଏହାକୁ ସମର୍ଥନ ଦେଉଥିବା ଦେଶ ଉପରେ ସାଇବର ଆକ୍ରମଣକୁ ତୀବ୍ର କରିଛି। ସିଷ୍ଟମ ହ୍ୟାକ୍‌ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। ଆମେରିକା ଏବଂ ଏହାର ସରକାରୀ କମ୍ପ୍ୟୁଟର ନେଟୱର୍କକୁ ମଧ୍ୟ ନିଶାଣ କରାଯାଉଛି। ମାଇକ୍ରୋସଫ୍ଟ ପକ୍ଷରୁ ବୁଧବାର ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ହ୍ୟାକିଂ କରି ୪୨ ଦେଶର ଗୋପନୀୟ ତଥ୍ୟ ସଂଗ୍ରହ କରିଛି। ରୁଷ୍‌ର ହ୍ୟାକିଂ ପ୍ରୟାସ ୨୯ ପ୍ରତିଶତ ସଫଳ ରହିଛି। ଏହି ସମୟରେ ରୁଷ୍‌ ୭.୨୫ ପ୍ରତିଶତ ତଥ୍ୟ ଚୋରି କରିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ରୁଷ୍‌ ସେନା ଲୁହାନସ୍କ, ଡୋନେସ୍କ ସହିତ ଖାରକିଭ୍‌ରେ ବୋମା ମାଡ଼ ଜାରି ରଖିଛି। ଏହି ଆକ୍ରମଣରେ ଖାରକିଭ୍‌ରେ ୧୫ ଜଣ ପ୍ରାଣ ହରାଇଛନ୍ତି। ଶତ୍ରୁ ବିଭିନ୍ନ ଦିଗରୁ ଆଗକୁ ବଢୁଛି ବୋଲି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ପ୍ରାୟ ୪ ମାସ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ମଧ୍ୟରେ ରିପୋରର୍ସ ୱିଦାଉଟ ବଡର୍ସ ପକ୍ଷରୁ ବଡ଼ ଦାବି କରାଯାଇଛି। ୟୁକ୍ରେନରେ ଫଟୋ ସାମ୍ବାଦିକ ମାକ୍ସ ଲେଭିନ ଏବଂ ତାଙ୍କ ବନ୍ଧୁ ଆଲେକ୍ସି ଚେର୍ଣ୍ଣିସୋଭଙ୍କ ହତ୍ୟା ପାଇଁ ରୁଷ୍‌ ଷଡ଼ଯନ୍ତ୍ର କରିଥିଲା। ମାର୍ଚ୍ଚ ୧୩ରେ କିଭ୍‌ ନିକଟସ୍ଥ ଏକ ଜଙ୍ଗଲରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ପ୍ରଥମେ ରୁଷ ସୈନିକ ମାକ୍ସ ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରିଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ। ଏହାର ତଦନ୍ତ ପାଇଁ ୨ ଜଣ ତଦନ୍ତକାରୀ ଅଧିକାରୀ ୟୁକ୍ରେନ ଯାଇଥିଲେ। ତାଙ୍କୁ ଘଟଣାସ୍ଥଳରେ ହତ୍ୟାର ପ୍ରମାଣ ମିଳିଥିଲା। ଘଟଣାସ୍ଥଳରୁ ମାକ୍ସ ଏବଂ ତାଙ୍କ ବନ୍ଧୁଙ୍କ ଆଇକାର୍ଡ ଏବଂ ଅନେକ ଗୁଳି ମିଳିଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର