ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ସାମ୍ନାକୁ ଆସି ଆଲୋଚନା କରିବା ପାଇଁ ବିଦ୍ରୋହୀଙ୍କୁ ଆହ୍ବାନ ଦେଲେ ଉଦ୍ଧବ ଠାକରେ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଫେସବୁକ୍ ଲାଇଭରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ । ସମ୍ବୋଧନରେ ସେ ବିଦ୍ରୋହୀଙ୍କୁ ସାମ୍ନାକୁ ଆସି ଆଲୋଚନା କରିବା ପାଇଁ ଠାକରେ ଆହ୍ବାନ କରିଛନ୍ତି। ସାମ୍ନାକୁ ଆସିବା ପାଇଁ ସଙ୍କୋଚ ଲାଗୁଥିଲେ ଫୋନ୍ ଯୋଗେ ମଧ୍ୟ ଆମେ କଥା ହୋଇପାରିବା ବୋଲି କହିଛନ୍ତି ଉଦ୍ଧବ ଠାକରେ । ପୂର୍ବରୁ ବାଲାସାହେବଙ୍କ ଯେଉଁ ହିନ୍ଦୁତ୍ବ ଦଳ ଶିବସେନା ଥିଲା ଏବେ ବି ଅଛି […]

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଫେସବୁକ୍ ଲାଇଭରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ । ସମ୍ବୋଧନରେ ସେ ବିଦ୍ରୋହୀଙ୍କୁ ସାମ୍ନାକୁ ଆସି ଆଲୋଚନା କରିବା ପାଇଁ ଠାକରେ ଆହ୍ବାନ କରିଛନ୍ତି। ସାମ୍ନାକୁ ଆସିବା ପାଇଁ ସଙ୍କୋଚ ଲାଗୁଥିଲେ ଫୋନ୍ ଯୋଗେ ମଧ୍ୟ ଆମେ କଥା ହୋଇପାରିବା ବୋଲି କହିଛନ୍ତି ଉଦ୍ଧବ ଠାକରେ । ପୂର୍ବରୁ ବାଲାସାହେବଙ୍କ ଯେଉଁ ହିନ୍ଦୁତ୍ବ ଦଳ ଶିବସେନା ଥିଲା ଏବେ ବି ଅଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସେ କହିଛନ୍ତି ଯେ, ମୋ ଇସ୍ତଫା ଚାହୁଁଥିଲେ ସାମ୍ନାକୁ ଆସି ସ୍ପଷ୍ଟ ଭାବେ କୁହ । ସୁରଟ ଯିବାର କଣ ଆବଶ୍ୟକତା ଥିଲା । ଯଦି କେହି ବି ଜଣେ ବିଧାୟକ କୁହନ୍ତି ଇସ୍ତଫା କଥା ତେବେ ଇସ୍ତଫା ଦେଇଦେବି । ମୁଖ୍ୟମନ୍ତ୍ରୀ ପଦ ସହ ଶିବସେନା ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି । ଶିବସୈନିକ ମୋ ସହିତ ବିଶ୍ବାସଘାତକତା କରନ୍ତୁ ନାହିଁ। ମୋ ପରେ ଶିବସୈନିକ ମୁଖ୍ୟମନ୍ତ୍ରୀ ହେଲେ ଖୁସି ହେବି । ମୁଁ କୌଣସି ଚ୍ୟାଲେଞ୍ଜକୁ ଡରି ପଛକୁ ହଟିବି ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଉଦ୍ଧବ ଠାକରେ । ଆଗକୁ ସେ କହିଥିଲେ, ଯଦି ସରକାର ଗଢିବା ପାଇଁ କାହା ପାଖରେ ବହୁମତ ଅଛି ସେ ସରକାର ଗଢନ୍ତୁ। ମୋର କୌଣସି ଆପତ୍ତି ନାହିଁ। ମୁଁ ସବୁବେଳେ ଶିବସୈନିକଙ୍କ ସହ ଛିଡା ଅଛି। ଯଦି ସମସ୍ୟା କିଛି ଅଛି ସାମ୍ନାକୁ ଆସି ଆଲୋଚନା କର ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନାଯୋଗ୍ୟ, ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ ଗତ ଦୁଇଦିନ ହେବ ୩୦ ରୁ ଉର୍ଦ୍ଧ୍ବ ବିଧାୟକଙ୍କୁ ନେଇ ପ୍ରଥମେ ସୁରଟ ଯାଇଥିଲେ ଏବଂ ଆଜି ଗୌହ୍ବାଟିର ଏକ ହୋଟେଲରେ ଯାଇ ଅଛନ୍ତି । ୪୬ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିବା ସିନ୍ଦେ କହିଛନ୍ତି । ଏପଟେ ସରକାର ଭାଙ୍ଗିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶିବସେନା ଯଦି ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ବିଫଳ ହୁଏ ତେବେ ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବାର ଆଶଙ୍କା ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର