ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମସ୍ତଙ୍କର ସହଯୋଗ କାମନା କଲେ ଦ୍ରୌପଦୀ ମୁର୍ମୁ

The Sakala Picture
Published On

ଭୁବନେଶ୍ବର : ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାମ। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜର ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ୟ୍ୟ ହେଲି ଓ ଖୁସି ବି ହେଲି । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି […]

ଭୁବନେଶ୍ବର : ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାମ। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜର ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ୟ୍ୟ ହେଲି ଓ ଖୁସି ବି ହେଲି । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି । ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ, ସମସ୍ତଙ୍କ ସହଯୋଗ କାମନା କରିବି । ୨୦୨୧ ମସିହା ପରଠୁ ରାଜନୈତିକ କାର୍ଯ୍ୟକ୍ରମ ଠାରୁ ଦୂରରେ ଅଛି । ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି । ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ, ସାମ୍ବିଧାନିକ ନିୟମ ଅନୁସାରେ ଆନ୍ତରିକତାର ସହିତ ପାଳନ କରିବି ଓ ତାର ଗରିମା ରକ୍ଷା କରିବି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଯେ  ଦେଶ‌ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସର୍ବପ୍ରଥମେ ଏନ୍‌ଡିଏକୁ ଧନ୍ୟବାଦ ଜଣାଉଛି। ମୁଁ ଆଶା କରିବି ସମସ୍ତେ ମୋତେ ସହଯୋଗ କରିବେ । ଭାରତର ଯେତିକି ରାଜ୍ୟ ଅଛି, ମୁଁ ସବୁ ରାଜ୍ୟକୁ ଯାଇ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିବି । ଓଡ଼ିଶା ମୋ ନିଜ ରାଜ୍ୟ ଏଣୁ ଏଠି ମୋର ଅଧିକାର ଅଛି। ତେଣୁ ଆମ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ ମୋତେ ସମର୍ଥନ ଜଣାଇବା ପାଇଁ ନିବେଦନ କରିବି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହଯୋଗ ଆଶା କରିବି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି ଯେ, ମୋତେ ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଥବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋ ସହିତ କେହି କଥା ହୋଇ ନଥିଲେ। ମୁଁ ଭାବୁଛି ‘ଏନ୍‌ଡିଏ’ର ଶ୍ଲୋଗାନ୍‌ ସବ୍‌ କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଆଧାରରେ ପ୍ରାର୍ଥୀ ଚୟନ ହୋଇଛି। ଦଳିତ ତଥା ଆଦିବାସୀମାନଙ୍କୁ ପ୍ରେରଣା ଦେବା, ତାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଏଭଳି ନାମ ଘୋଷଣା ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର