ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି- ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୫ ମିନିଟ୍‌ ଧରି ଏହି କାର୍ଯ୍ଯକ୍ରମ ଜାରି ରହିଥିଲା। ସକାଳ ୫.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ […]

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୫ ମିନିଟ୍‌ ଧରି ଏହି କାର୍ଯ୍ଯକ୍ରମ ଜାରି ରହିଥିଲା। ସକାଳ ୫.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଯୋଗ ଦିବସ ଉତ୍ସବର ଥିମ୍‌ ରହିଛି ‘ଯୋଗ ଫର୍‌ ହ୍ୟୁମାନିଟି’ ଅର୍ଥତା ମାନବିକତା ଲାଗି ଯୋଗ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ କୋଟି ଲୋକ ଯୋଗ କରୁଛନ୍ତି । ଭାରତର ୭୫ଟି ଐତିହ୍ୟସ୍ଥଳୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

କାର୍ଯ୍ଯକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ । ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି। ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ ବୋଲି ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ସୂଚନା ଅନୁଯାୟୀ, କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ ସିଧାସଳଖ ଲୋକମାନେ ଯୋଗ ଦିବସ  କାର୍ଯ୍ଯକ୍ରମରେ ଯୋଗଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

21 Jun 2022 By The Sakala

ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୫ ମିନିଟ୍‌ ଧରି ଏହି କାର୍ଯ୍ଯକ୍ରମ ଜାରି ରହିଥିଲା। ସକାଳ ୫.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଯୋଗ ଦିବସ ଉତ୍ସବର ଥିମ୍‌ ରହିଛି ‘ଯୋଗ ଫର୍‌ ହ୍ୟୁମାନିଟି’ ଅର୍ଥତା ମାନବିକତା ଲାଗି ଯୋଗ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ କୋଟି ଲୋକ ଯୋଗ କରୁଛନ୍ତି । ଭାରତର ୭୫ଟି ଐତିହ୍ୟସ୍ଥଳୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।

କାର୍ଯ୍ଯକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ । ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି। ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ ବୋଲି ମୋଦୀ କହିଛନ୍ତି।

ସୂଚନା ଅନୁଯାୟୀ, କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ ସିଧାସଳଖ ଲୋକମାନେ ଯୋଗ ଦିବସ  କାର୍ଯ୍ଯକ୍ରମରେ ଯୋଗଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର