ଗଲୱାନ ସଂଘର୍ଷକୁ ପୂରିଲା ଦୁଇବର୍ଷ

The Sakala Picture
Published On

ଭାରତ-ଚୀନ ସୀମା(ଏଲଏସି)ର ଲଦାଖସ୍ଥିତ ଗଲୱାନ ଘାଟୀରେ ଭାରତୀୟ ସେନା ଓ ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ମଧ୍ୟରେ ଘଟିଥିବା ମହାସଂଘର୍ଷକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ବିଗତ ୪ ଦଶନ୍ଧି ମଧ୍ୟରେ ଉଭୟ ସେନା ମଧ୍ୟରେ ହୋଇଥିବା ଏହି ସଂଘର୍ଷ ୨୦୨୦ ଜୁନ ୧୫ ତାରିଖ ସନ୍ଧ୍ୟାରେ ହୋଇଥିଲା ବେଳେ ଏଥିରେ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସହ ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହପରି ପିଏଲଏର […]

ଭାରତ-ଚୀନ ସୀମା(ଏଲଏସି)ର ଲଦାଖସ୍ଥିତ ଗଲୱାନ ଘାଟୀରେ ଭାରତୀୟ ସେନା ଓ ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ମଧ୍ୟରେ ଘଟିଥିବା ମହାସଂଘର୍ଷକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ବିଗତ ୪ ଦଶନ୍ଧି ମଧ୍ୟରେ ଉଭୟ ସେନା ମଧ୍ୟରେ ହୋଇଥିବା ଏହି ସଂଘର୍ଷ ୨୦୨୦ ଜୁନ ୧୫ ତାରିଖ ସନ୍ଧ୍ୟାରେ ହୋଇଥିଲା ବେଳେ ଏଥିରେ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସହ ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହପରି ପିଏଲଏର ମଧ୍ୟ ୪୫ ରୁ ଅଧିକ ଯବାନ ନିହତ ହୋଇଥିଲେ। ଏହାପରେ ପରେ ସୀମାରେ ସ୍ଥିତାବସ୍ଥା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ସୃଷ୍ଟି ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଇତିମଧ୍ୟରେ ଭାରତୀୟ ସେନା ଏବଂ ପିଏଲଏ ମଧ୍ୟରେ ୧୫ରୁ ଅଧିକ ଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇସାରିଛି। କିଛି ଅଞ୍ଚଳରୁ ଉଭୟ ପକ୍ଷର ସେନା ପ୍ରତ୍ୟାହାର ହୋଇଥିଲେ ହେଁ ସୀମାକୁ ଲାଗି ରହିଥିବା ବହୁ ଅଞ୍ଚଳରେ ଏବେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୀମାର ଉଭୟ ପଟେ ଦୁଇ ଦେଶର ଶହ ଶହ ଯବାନ ଜଗିରହିଛନ୍ତି। ବିଶେଷକରି ଚୀନର ନକାରାତ୍ମକ ଆଭିମୁଖ୍ୟକୁ ନେଇ ସୀମା ଅଞ୍ଚଳରେ ସ୍ବାଭାବିକତା ଫେରିବା ଅସମ୍ଭବ ହୋଇପଡ଼ିଛି। ଗୋଟିଏ ପଟରେ ଶାନ୍ତିର କଥା କହି ଆଲୋଚନା ମଧ୍ୟରେ ବିବାଦର ସମାଧାନ କରିବାକୁ କହୁଥିବା ଚୀନ ଅନ୍ୟପଟରେ ନିଜର ସୈନ୍ୟ ଠୁଳ କରିବା ସହିତ ଭିତ୍ତିଭୂମି ପ୍ରକଳ୍ପ ବଢାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସ୍ଥାୟୀ ସେନା କ୍ୟାମ୍ପ ନିର୍ମାଣ ସହିତ ସଡ଼କ,ବିମାନ ଘାଟୀ ଏବଂ ଅସ୍ତ୍ର ପଣ୍ୟାଗାର ପ୍ରତିଷ୍ଠା କରିଚାଲିଛି। ଗଲୱାନ ସଂଘର୍ଷ ପାଇଁ ଭାରତକୁ ଦାୟୀ କରିବା ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା ଚୀନର ଦୋମୁହାଁ ନୀତିକୁ ନେଇ ଭାରତ ମଧ୍ୟ ନିଜର ପ୍ରସ୍ତୁତିରେ ଲାଗି ରହିଛି। ତେଣୁ ଦୀର୍ଘ ଦୁଇବର୍ଷର ଏହି ସଂଘର୍ଷ ପରେ ସୀମାରେ କୌଣସି ସକାରାତ୍ମକ ପରିବର୍ତ୍ତନ ଘଟି ନାହିଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର