ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବା ପାଇଁ ବିରୋଧୀଙ୍କ ମେଳି, ଚର୍ଚ୍ଚାରେ ଗୋପାଳକୃଷ୍ଣ ଗାନ୍ଧୀ ଓ ଫାରୁକ୍ ଅବଦୁଲ୍ଲାଙ୍କ ନାଁ

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବା ପାଇଁ ବିରୋଧୀ ଅଣ୍ଟା ଭିଡିଛନ୍ତି।  ବୁଧବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀଙ୍କ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇଟି ନାମ ପ୍ରସ୍ତାବ ଦିଆଯାଇଛି। କଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକ ଡାକିଥିଲେ। ପ୍ରାୟ ଦୁଇ ଘଣ୍ଟାର ବୈଠକ ପରେ ସେ ଗୋପାଳକୃଷ୍ଣ ଗାନ୍ଧୀ ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଶରଦ ପାୱାର ମଧ୍ୟ ଏହି ୨ଟି ନାଁକୁ ସମର୍ଥନ କରିଥିବା ଜଣାପଡ଼ିଛି। ମମତା […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବା ପାଇଁ ବିରୋଧୀ ଅଣ୍ଟା ଭିଡିଛନ୍ତି।  ବୁଧବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀଙ୍କ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇଟି ନାମ ପ୍ରସ୍ତାବ ଦିଆଯାଇଛି। କଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକ ଡାକିଥିଲେ। ପ୍ରାୟ ଦୁଇ ଘଣ୍ଟାର ବୈଠକ ପରେ ସେ ଗୋପାଳକୃଷ୍ଣ ଗାନ୍ଧୀ ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଶରଦ ପାୱାର ମଧ୍ୟ ଏହି ୨ଟି ନାଁକୁ ସମର୍ଥନ କରିଥିବା ଜଣାପଡ଼ିଛି। ମମତା ବାନାର୍ଜୀ ବୈଠକ ବେଳେ ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ। ହେଲେ ସେ ଏହି ପ୍ରସ୍ତାବକୁ ରୋକ ଠୋକ ମନା କରିଦେଇଛନ୍ତି। ଏଥିସହ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା ବିରୋଧୀଙ୍କ ମେଣ୍ଟରେ ସ୍ପଷ୍ଟ ଭାବେ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଏହି ସଭାରେ ଶିବସେନା ଏବଂ କଂଗ୍ରେସ ସମେତ ୧୬ଟି ଦଳ ସାମିଲ ହୋଇଥିଲେ। ସାଧାରଣ ମତ ଥିଲା ଯେ ସମଗ୍ର ବିରୋଧୀଙ୍କ ପାଖରେ କେବଳ ଜଣେ ପ୍ରାର୍ଥୀ ରହିବେ। ଆମ୍ ଆଦମୀ ପାର୍ଟି ଏହି ସଭାରେ ଭାଗ ନେଇନଥିଲେ। ଅନ୍ୟପକ୍ଷରେ ଅସଦଉଦ୍ଦିନ ଓୱାଇସିଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ ନ ପାଇଥିବାକୁ କ୍ରୋଧିତ ହୋଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଏହି ସଭାରେ ଯୋଗଦେବା ପାଇଁ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ। ଜୁନ୍ ୧୪ରେ ମମତା ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଥିଲେ। ଏହି ସମୟରେ, ସିପିଆଇ (ଏମ୍) ର ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି ଯେ, ଏନସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ମମତାଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ବୈଠକରେ ସିପିଆଇ (ଏମ୍) ର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରିବେ ନାହିଁ। ତେବେ ବୁଧବାର ଅନୁଷ୍ଠିତ ବୈଠକରେ ସେ ନିଜେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ମମତା ବିରୋଧୀ ଦଳର ୮  ସିଏମ୍ ସମେତ ୨୨  ନେତାଙ୍କୁ ଏକ ଚିଠି ଲେଖି ସେମାନଙ୍କୁ ଏହି ସଭାରେ ଯୋଗଦେବାକୁ ଅନୁରୋଧ କରିଥିଲେ। ବିଶେଷ କଥା ହେଉଛି ଏହି ସଭାରେ କଂଗ୍ରେସ ମଧ୍ୟ ଭାଗ ନେଇଛି। କଂଗ୍ରେସ ପକ୍ଷରୁ ବରିଷ୍ଠ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଯୋଗ ଦେଇଥିଲେ। ୧୮ ଜୁଲାଇରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିପାଇଁ ବିରୋଧୀ ଦଳ ବିଜେପି ବିରୋଧରେ ଲଢେଇ ଆରମ୍ଭ କରିଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର