ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଭୋଟ୍ ଗଣତି

The Sakala Picture
Published On

ନୂଆଦିଲ୍ଲୀ: ଜୁଲାଇ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୧ରେ ଭୋଟ ଗଣତି ହେବ। ସଂସଦ ଓ ବିଧାନସଭାରେ ମତଦାନ ହେବ। ୫୦ ସମର୍ଥକ ଓ ଅନ୍ୟ ପ୍ରସ୍ତାବକ ଦେଇ ନାମାଙ୍କନ ଭରିବେ ପ୍ରାର୍ଥୀ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୧୫ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୨୯ ପର୍ଯ୍ଯନ୍ତ ନାମାଙ୍କନ ପତ୍ର ଦାଖଲର ଶେଷ […]

ନୂଆଦିଲ୍ଲୀ: ଜୁଲାଇ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୧ରେ ଭୋଟ ଗଣତି ହେବ। ସଂସଦ ଓ ବିଧାନସଭାରେ ମତଦାନ ହେବ। ୫୦ ସମର୍ଥକ ଓ ଅନ୍ୟ ପ୍ରସ୍ତାବକ ଦେଇ ନାମାଙ୍କନ ଭରିବେ ପ୍ରାର୍ଥୀ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୧୫ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୨୯ ପର୍ଯ୍ଯନ୍ତ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିବ।  ମନୋନୟନ ପତ୍ର ଯାଞ୍ଚର ଶେଷ ତାରିଖ ଜୁନ ୩୦ ରହିଛି। ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨ ରହିଛି । ଆସନ୍ତା ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ଯକାଳ । ସେପଟେ ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚାଲିଛି ଅଙ୍କକଷା । ଗତ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିବାବେଳେ ଫଳାଫଳ ଜୁଲାଇ ୨୦ରେ ଘୋଷିତ ହୋଇଥିଲା । ସମ୍ବିଧାନର ଧାରା ୬୨ ଅନୁସାରେ ପଦାସୀନ ରାଷ୍ଟ୍ରପତିଙ୍କ କାର୍ଯ୍ଯକାଳ ସରିବା ପୂର୍ବରୁ ନୂଆ ରାଷ୍ଟ୍ରପତି ଦାୟିତ୍ବ ନେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର