ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୧୦୦ ଦିନ: ପ୍ରାଣ ହରାଇଲେଣି ୨୪୩ ୟୁକ୍ରେନ୍‌ ଶିଶୁ, ୨ ଲକ୍ଷ ଶିଶୁଙ୍କୁ ଅପହରଣ କରାଯାଇଥିବା ଜେଲେନସ୍କିଙ୍କ ଦାବୀ

The Sakala Picture
Published On

ମସ୍କୋ(ଏଜେନ୍ସି): ରୁଷ୍‌-ୟୁକ୍ରେନ ଯୁଦ୍ଧ ଶହେ ଦିନରେ ପହଞ୍ଚିଛି। ଏହି ଶହେ ଦିନରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ରୁଷ୍‌ ଆକ୍ରମଣରେ ଦିନେ ଚକମକ ହେଉଥିବା ଦେଶ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସବୁଠି ମୃତ୍ୟୁର ଛବି ଦେଖାଯାଉଛି। ରୁଷ୍‌ ସେନାର ଅମାନବୀୟ କାର୍ଯ୍ୟକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି। ଏପରି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ବଡ଼ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଊର୍ଦ୍ଧ୍ବ […]

ମସ୍କୋ(ଏଜେନ୍ସି): ରୁଷ୍‌-ୟୁକ୍ରେନ ଯୁଦ୍ଧ ଶହେ ଦିନରେ ପହଞ୍ଚିଛି। ଏହି ଶହେ ଦିନରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ରୁଷ୍‌ ଆକ୍ରମଣରେ ଦିନେ ଚକମକ ହେଉଥିବା ଦେଶ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସବୁଠି ମୃତ୍ୟୁର ଛବି ଦେଖାଯାଉଛି। ରୁଷ୍‌ ସେନାର ଅମାନବୀୟ କାର୍ଯ୍ୟକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି। ଏପରି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ବଡ଼ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଅପହଣର କରି ରୁଷ୍‌ ପଠାଗଲାଣି। ଯୁଦ୍ଧରେ ୨୪୩ ଶିଶୁ ପ୍ରାଣ ହରାଇଲେଣି ଏବଂ ୪୪୬ ଜଣ ଆହତ ହୋଇଛନ୍ତି। ୧୩୯ ଶିଶୁ ମଧ୍ୟ ନିଖୋଜ ଅଛନ୍ତି। ଏହା ବ୍ୟତୀତ ଯୁଦ୍ଧରେ ପ୍ରତ୍ୟେକ ଦିନ ୬୦ରୁ ୧୦୦ ୟୁକ୍ରେନ ସୈନିକ ପ୍ରାଣ ହରାଉଥିବାବେଳେ ଶହେରୁ ଊର୍ଦ୍ଧ୍ବ ଆହତ ହେଉଛନ୍ତି। ଅନ୍ତର୍ଜାତୀୟ ଶିଶୁ ଦିବସ ଅବସରରେ ବୁଧବାର ଜେଲେଁସ୍କି ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅନ୍ୟପକ୍ଷରେ ରୁଷ୍‌ ୟୁକ୍ରେନରେ ନରସଂହାର ଜାରି ରଖିଛି। ମାଇକୋଲାଇଭ ସହରରେ ଆକ୍ରମଣ କରି ୨ ଜଣ ଲୋକଙ୍କୁ ହତ୍ୟା କରିଛି। ବୁଧବାର ଡୋନେସ୍କରେ ମଧ୍ୟ ୪ ଜଣଙ୍କୁ ହତ୍ୟା କରାଯାଇଥିଲା। ରୁଷ୍‌ ମିଡିଆ ଅନୁଯାୟୀ ଶହେରୁ ଊର୍ଦ୍ଧ୍ବ ଯୁଦ୍ଧବନ୍ଦୀଙ୍କୁ ଜେଲ୍‌ ପଠାଯାଇଛି। ଏମାନଙ୍କ ବିରୋଧରେ ମାମଲା ଚାଲିବ। ତେବେ ଅଭିଯୋଗକୁ ନେଇ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ଏହା ମଧ୍ୟରେ ୟୁକ୍ରେନକୁ ସାମରିକ ସହାୟତା ନେଇ ରୁଷ୍‌ ଆମେରିକାକୁ ଚେତାବନୀ ଦେଇଛି। ୟୁକ୍ରେନକୁ ଉନ୍ନତ ରକେଟ ସିଷ୍ଟମ ଦେଇ ତୃତୀୟ ରାଷ୍ଟ୍ରକୁ ଯୁଦ୍ଧକୁ ଟଣାଯାଉଛି। ଏହା ଦ୍ବାରା ସମ୍ମୁଖ ଯୁଦ୍ଧର ମଧ୍ୟ ବିପଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର