ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ସରକାରଙ୍କ ୟୁ-ଟର୍ଣ୍ଣ, ୪୨୦ ଜଣ ଭିଆଇପିଙ୍କୁ ପୁଣି ମିଳିବ ସୁରକ୍ଷା

The Sakala Picture
Published On

ପଞ୍ଜାବ: ପଞ୍ଜାବରେ ୪୨୦ ଜଣ ଭିଆଇପିଙ୍କୁ ପୁଣି ଫେରାଇ ଦିଆଯିବ ସୁରକ୍ଷା ବ୍ୟବସ୍ଥା । ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ୟୁ-ଟର୍ଣ୍ଣ ନେଇଛନ୍ତି । ମୁସେୱାଲା ହତ୍ୟାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଆମ୍ ଆଦମୀ ପାର୍ଟି ସରକାର ୪୨୦ ଭିଆଇପି ପୁଣି ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କ ପ୍ରତି ବିପଦର ସମୀକ୍ଷା କରିବା ପରେ ଆଗକୁ କୌଣସି ନିଷ୍ପତ୍ତି ନିଆଯିବ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଶୁଣାଣି ସମୟରେ ଭାଗବତ ମାନ ସରକାର ଆଜି […]

ପଞ୍ଜାବ: ପଞ୍ଜାବରେ ୪୨୦ ଜଣ ଭିଆଇପିଙ୍କୁ ପୁଣି ଫେରାଇ ଦିଆଯିବ ସୁରକ୍ଷା ବ୍ୟବସ୍ଥା । ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ୟୁ-ଟର୍ଣ୍ଣ ନେଇଛନ୍ତି । ମୁସେୱାଲା ହତ୍ୟାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଆମ୍ ଆଦମୀ ପାର୍ଟି ସରକାର ୪୨୦ ଭିଆଇପି ପୁଣି ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କ ପ୍ରତି ବିପଦର ସମୀକ୍ଷା କରିବା ପରେ ଆଗକୁ କୌଣସି ନିଷ୍ପତ୍ତି ନିଆଯିବ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଶୁଣାଣି ସମୟରେ ଭାଗବତ ମାନ ସରକାର ଆଜି (ଗୁରୁବାର) ଏହା କହିଛନ୍ତି । ମେ’ ୨୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର। ୪୨୪ ଜଣ ଭିଆଇପି ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଏହି ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଏବେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନିଷ୍ପତ୍ତିକୁ ତାଙ୍କୁ ତାଗିଦ୍ କରିଥିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଗତ ଶନିବାର ମାନ୍ ସରକାର ୪୨୪ ଜଣଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଯେଉଁ ମାନଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା, ସେମାନଙ୍କ ନାମ ତାଲିକା ସାର୍ବଜନୀନ କରିବା ନେଇ ମାନ୍ ସରକାରକୁ ବିରୋଧୀ ସମାଲୋଚନା କରିଥିଲେ । ପରଦିନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଏଥର ସରକାର ନିଜ ଭୁଲରୁ ଶିକ୍ଷା ଗ୍ରହଣ କରିବା ସହ ଅତ୍ୟନ୍ତ ଯତ୍ନବାନ ହୋଇଛନ୍ତି । ଯେଉଁମାନଙ୍କୁ ପୁଣି ସୁରକ୍ଷା ଯୋଗାଇ ଦିଆଯିବ, ସେମାନଙ୍କ ନାମ ରାଜ୍ୟ ସରକାର ସାର୍ବଜନୀନ କରିନାହାଁନ୍ତି। ଭିଭିଆଇପିର ସୁରକ୍ଷା ସହ ଜଡିତ ବିସ୍ତୃତ ରିପୋର୍ଟ ମଧ୍ୟ ସରକାର ପୋଲିସ ବିଭାଗକୁ ତଲବ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

02 Jun 2022 By The Sakala

ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ସରକାରଙ୍କ ୟୁ-ଟର୍ଣ୍ଣ, ୪୨୦ ଜଣ ଭିଆଇପିଙ୍କୁ ପୁଣି ମିଳିବ ସୁରକ୍ଷା

ପଞ୍ଜାବ: ପଞ୍ଜାବରେ ୪୨୦ ଜଣ ଭିଆଇପିଙ୍କୁ ପୁଣି ଫେରାଇ ଦିଆଯିବ ସୁରକ୍ଷା ବ୍ୟବସ୍ଥା । ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ୟୁ-ଟର୍ଣ୍ଣ ନେଇଛନ୍ତି । ମୁସେୱାଲା ହତ୍ୟାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଆମ୍ ଆଦମୀ ପାର୍ଟି ସରକାର ୪୨୦ ଭିଆଇପି ପୁଣି ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କ ପ୍ରତି ବିପଦର ସମୀକ୍ଷା କରିବା ପରେ ଆଗକୁ କୌଣସି ନିଷ୍ପତ୍ତି ନିଆଯିବ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଶୁଣାଣି ସମୟରେ ଭାଗବତ ମାନ ସରକାର ଆଜି (ଗୁରୁବାର) ଏହା କହିଛନ୍ତି । ମେ’ ୨୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର। ୪୨୪ ଜଣ ଭିଆଇପି ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଏହି ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଏବେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନିଷ୍ପତ୍ତିକୁ ତାଙ୍କୁ ତାଗିଦ୍ କରିଥିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ।

ଗତ ଶନିବାର ମାନ୍ ସରକାର ୪୨୪ ଜଣଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଯେଉଁ ମାନଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା, ସେମାନଙ୍କ ନାମ ତାଲିକା ସାର୍ବଜନୀନ କରିବା ନେଇ ମାନ୍ ସରକାରକୁ ବିରୋଧୀ ସମାଲୋଚନା କରିଥିଲେ । ପରଦିନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

ଏଥର ସରକାର ନିଜ ଭୁଲରୁ ଶିକ୍ଷା ଗ୍ରହଣ କରିବା ସହ ଅତ୍ୟନ୍ତ ଯତ୍ନବାନ ହୋଇଛନ୍ତି । ଯେଉଁମାନଙ୍କୁ ପୁଣି ସୁରକ୍ଷା ଯୋଗାଇ ଦିଆଯିବ, ସେମାନଙ୍କ ନାମ ରାଜ୍ୟ ସରକାର ସାର୍ବଜନୀନ କରିନାହାଁନ୍ତି। ଭିଭିଆଇପିର ସୁରକ୍ଷା ସହ ଜଡିତ ବିସ୍ତୃତ ରିପୋର୍ଟ ମଧ୍ୟ ସରକାର ପୋଲିସ ବିଭାଗକୁ ତଲବ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର