ଚୀନ୍‌ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ ମୁହାଁମୁହିଁ

The Sakala Picture
Published On

ବେଜିଂ : ଚୀନ୍‌ ଜନତାଙ୍କ ଦୁଃଖ କହିଲେ ନସରେ। ଜନତା ଏବେ ଉଭୟ ପଟୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ କରୋନା ସଂକ୍ରମଣର ଭୟାବହ ରୂପ ଏବଂ ଅନ୍ୟପଟେ ସରକାରଙ୍କ ଶୂନ୍ୟ ସହନଶୀଳ କରୋନା ନୀତି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସରକାରଙ୍କ କରୋନା ନୀତି ସଂକ୍ରମଣ ହ୍ରାସ କରିବା ପରିବର୍ତ୍ତେ ଲୋକଙ୍କ ସମସ୍ୟା ବଢାଉଛି। ରାଷ୍ଟ୍ରପତି ସି ଜିନପିଙ୍ଗ ସରକାରଙ୍କ ଏହି ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏପରି ସମୟରେ ଚୀନ୍‌ […]

ବେଜିଂ : ଚୀନ୍‌ ଜନତାଙ୍କ ଦୁଃଖ କହିଲେ ନସରେ। ଜନତା ଏବେ ଉଭୟ ପଟୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ କରୋନା ସଂକ୍ରମଣର ଭୟାବହ ରୂପ ଏବଂ ଅନ୍ୟପଟେ ସରକାରଙ୍କ ଶୂନ୍ୟ ସହନଶୀଳ କରୋନା ନୀତି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସରକାରଙ୍କ କରୋନା ନୀତି ସଂକ୍ରମଣ ହ୍ରାସ କରିବା ପରିବର୍ତ୍ତେ ଲୋକଙ୍କ ସମସ୍ୟା ବଢାଉଛି। ରାଷ୍ଟ୍ରପତି ସି ଜିନପିଙ୍ଗ ସରକାରଙ୍କ ଏହି ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏପରି ସମୟରେ ଚୀନ୍‌ ରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବିଦ୍ରୋହ ଆଭିମୁଖ୍ୟ ଆପଣାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସେ ରାଷ୍ଟ୍ରପତିଙ୍କ ଶୂନ୍ୟ ସହନଶୀଳ ନୀତିକୁ ବିରୋଧ କରୁଛନ୍ତି। ସୂଚନା ଅନୁଯାୟୀ ଚୀନ୍‌ ନେତୃତ୍ବ କିଛି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ସେମାନେ ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳକୁ ନେଇ ଚିନ୍ତିତ ଅଛନ୍ତି। ଏହା ସହିତ କରୋନାର ଶୂନ୍ୟ ସହନଶୀଳ ନୀତିକୁ ବିରୋଧ କରୁଛନ୍ତି। ବିଦେଶ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଅର୍ଥବ୍ୟବସ୍ଥା ସମ୍ଭାଳିବାରେ ଜିନପିଙ୍ଗଙ୍କ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଚୀନ୍‌ ସରକାରରେ ପ୍ରଧାନମନ୍ତ୍ରୀ ଦ୍ବିତୀୟ କ୍ଷମତା କେନ୍ଦ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନାମକୁ ମାତ୍ର କ୍ଷମତା ରହିଛି। ତେବେ କିଛି ଦିନ ତଳେ ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀ କରୋନା ନିୟନ୍ତ୍ରଣ ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଲକ୍ଷେ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କିଛି ଦିନ ତଳେ ଚୀନ୍‌ର ଷ୍ଟେଟ କାଉନସିଲ ଏକଜକ୍ୟୁଟିଭ ବୈଠକ ବସିଥିଲା। ଏଥିରେ କେକିୟାଙ୍ଗ ଚୀନ୍‌ ଅର୍ଥବ୍ୟବସ୍ଥା ବର୍ତ୍ତମାନ ମହାମାରୀ ଆରମ୍ଭ ହେବାପରଠାରୁ ସର୍ବାଧିକ ଆହ୍ବାନର ସାମ୍ନା କରୁଛି ବୋଲି କହିଥିଲେ। େକକିୟାଙ୍ଗଙ୍କ ଏହ ମନ୍ତବ୍ୟ ଅସ୍ବାଭାବିକ ଥିଲା। କାରଣ ୨ଟି କାର୍ଯ୍ୟକାଳର ଅଧିକାଂଶ ସମୟରେ ତାଙ୍କୁ ଅଣଦେଖା କରାଯାଇଥିଲା। କେକିୟାଙ୍ଗଙ୍କ ମନ୍ତବ୍ୟ କେବଳ କମ୍ୟୁନିଷ୍ଟ ପାର୍ଟି ଭିତରେ ନୁହେଁ, ବରଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ସଙ୍କଟର ସୂଚନା ଦେଇଛି। ପୂର୍ବରୁ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତଓଙ୍କ ଗୋଷ୍ଠୀରୁ କେକିୟାଙ୍ଗଙ୍କୁ ସମ୍ଭାବିତ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦେଖାଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କୁ ଅଣଦେଖା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର