ଦ୍ରୁତ ଗତିରେ ମାଡ଼ି ଚାଲିଛି ମଙ୍କିପକ୍ସ: ୨୦ରୁ ଅଧିକ ଦେଶରୁ ୨୦୦ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର ଶିକାର ହୋଇଥିବା ରିପୋର୍ଟ ଆସିଛି। ତେବେ ହୁ’ ଏହା ମଧ୍ୟ କହିଛି ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସମଗ୍ର ବିଶ୍ୱରେ ଏହି ରୋଗ […]

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର ଶିକାର ହୋଇଥିବା ରିପୋର୍ଟ ଆସିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ତେବେ ହୁ’ ଏହା ମଧ୍ୟ କହିଛି ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସମଗ୍ର ବିଶ୍ୱରେ ଏହି ରୋଗ ପାଇଁ ଔଷଧ ଏବଂ ଟିକା ପାଇଁ ପ୍ରସ୍ତାବ ଦିଆଯାଇଛି। ମିଳିତ ଜାତିସଂଘର ଏହି ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ, ଏହି ମହାମାରୀ କିପରି ଆରମ୍ଭ ହୋଇଛି ତାର ଉତ୍ତର ଏଯାବତ ମିଳିପାରି ନାହିଁ । କିନ୍ତୁ ଜେନେଟିକ ପରିବର୍ତ୍ତନ ପାଇଁ ଏପରି ଜୀବାଣୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ପ୍ରମାଣ ନଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ତେବେ ସପ୍ତାହକ ପୂର୍ବରୁ ହୁ’ର ଉପଦେଷ୍ଟା କହିଛନ୍ତି ଯେ ୟୁରୋପ, ଆମେରିକା, ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶ ମାନଙ୍କରେ ମହାମାରୀର ପ୍ରସାର ସମ୍ଭବତଃ ସ୍ପେନ୍ ଏବଂ ବେଲଜିୟମରେ ହୋଇଥାଇପାରେ । ସ୍ପେନର କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ସେମାନଙ୍କ ଦେଶରେ ମଙ୍କି ପକ୍ସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୮ କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର