ସୁପର ଟମାଟୋ ବନାଇଲେ ବୈଜ୍ଞାନିକ; ଗୋଟିଏ ଟମାଟୋରେ ୨ଟି ଅଣ୍ଡାର ଶକ୍ତି

The Sakala Picture
Published On

ନରୱିଚ୍‌: ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଇଂଲଣ୍ଡର ଜନ୍‌ ଇନେସ ସେଣ୍ଟରର ବୈଜ୍ଞାନିକମାନେ ସୁପର ଟମାଟୋ ବନାଇଛନ୍ତି। ଜିନ୍‌ ଏଡିଟିଂ ଟେକ୍ନୋଲୋଜି ସାହାଯ୍ୟରେ ଏହି ଟମାଟୋ ପ୍ରସ୍ତୁତ କରାଯାଇଛି। ଗୋଟିଏ ଟମାଟୋରେ ୨ଟି ଅଣ୍ଡାର ଶକ୍ତି ରହିଛି। ସାଧାରଣତଃ ସୂର୍ଯ୍ୟକରିଣ ପରେ କ୍ଷୀର, ମାଛରୁ ସର୍ବାଧିକ ଭିଟାମିନ ଡି ମିଳିଥାଏ। ଏବେ ଏହା ଟମାଟୋରୁ ମିଳିବାକୁ ଯାଉଛି। ଶାକାହାରୀ ଲୋକଙ୍କ ପାଇଁ ଏହା ଲାଭକାରୀ ହେବ। ସୂଚନାଯୋଗ୍ୟ ଯେ ସାରା ବିଶ୍ବରେ ୧୦୦ କୋଟି ଲୋକଙ୍କଠାରେ ଭିଟାମିନ […]

ନରୱିଚ୍‌: ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଇଂଲଣ୍ଡର ଜନ୍‌ ଇନେସ ସେଣ୍ଟରର ବୈଜ୍ଞାନିକମାନେ ସୁପର ଟମାଟୋ ବନାଇଛନ୍ତି। ଜିନ୍‌ ଏଡିଟିଂ ଟେକ୍ନୋଲୋଜି ସାହାଯ୍ୟରେ ଏହି ଟମାଟୋ ପ୍ରସ୍ତୁତ କରାଯାଇଛି। ଗୋଟିଏ ଟମାଟୋରେ ୨ଟି ଅଣ୍ଡାର ଶକ୍ତି ରହିଛି। ସାଧାରଣତଃ ସୂର୍ଯ୍ୟକରିଣ ପରେ କ୍ଷୀର, ମାଛରୁ ସର୍ବାଧିକ ଭିଟାମିନ ଡି ମିଳିଥାଏ। ଏବେ ଏହା ଟମାଟୋରୁ ମିଳିବାକୁ ଯାଉଛି। ଶାକାହାରୀ ଲୋକଙ୍କ ପାଇଁ ଏହା ଲାଭକାରୀ ହେବ। ସୂଚନାଯୋଗ୍ୟ ଯେ ସାରା ବିଶ୍ବରେ ୧୦୦ କୋଟି ଲୋକଙ୍କଠାରେ ଭିଟାମିନ ଡିର ଅଭାବ ରହିଛି। ଏହାର ଅଭାବରେ ହୃଦୟ ରୋଗଠାରୁ ନେଇ କର୍କଟ ପର୍ଯ୍ୟନ୍ତ ଅନେକ ଗୁରୁତର ରୋଗ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ ଭାରତର ପ୍ରାୟ ୭୬ ପ୍ରତିଶତ ଲୋକଙ୍କର ଭିଟାମିନ ଡି ଅଭାବ ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଟମାଟୋକୁ ଭିଟାମିନ ଡିର ଉତ୍ସ ବନାଇବା ପାଇଁ ବୈଜ୍ଞାନିକମାନେ ସିଆରଆଇଏସପିଆର ଜ୍ଞାନକୌଶଳ ବ୍ୟବହାର କରିଥିଲେ। ଏହାର ସାହାଯ୍ୟରେ ଯେକୌଣସି ଜିନିଷକୁ ଜେନେଟିକ କୋଡରେ ପରିବର୍ତ୍ତନ କରାଯାଇପାରିବ। ଏହା ସାହାଯ୍ୟରେ ବୈଜ୍ଞାନିକମାନେ ଟମାଟୋର ଜିନୋମ ଗଠନରେ ପରିବର୍ତ୍ତନ କରିଥିଲେ। ଏଥିଯୋଗୁଁ ଟମାଟୋ ଏବଂ ଏହାର ପତ୍ରରେ ୭-ଡିଏଚସି ଉପାଦାନ ରହିଥିଲା। ଏହି ଉପାଦାନ ପ୍ରାକୃତିକ ଭାବେ ଟମାଟୋ ପତ୍ରରେ ଥାଏ। ଏହା ଭିଟାମିନ ଡି୩ ବନାଇବାରେ ସାହାଯ୍ୟ କରିଥାଏ। ଭିଟାମିନ ଡି୩ ଭିଟାମିନ ଡିର ସ୍ତରକୁ ବୃଦ୍ଧି କରିଥାଏ। ବୈଜ୍ଞାନିକମାନେ ଟମାଟୋ ଏବଂ ଏହାର ପତ୍ରକୁ ଅଲଟ୍ରାଭାଓଲେଟ (ୟୁଭି) ଲାଇଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଥିଲେ। ଏଥିରୁ ଜଣାପଡିଥିଲା ଯେ ଗୋଟିଏ ଟମାଟୋରେ ୨ଟି ଅଣ୍ଡା କିମ୍ବା ୨୮ ଗ୍ରାମ ଟୁନା ମାଛରୁ ମିଳୁଥିବା ଭିଟାମିନ ଡି ରହିଛି। ନେଚର ପ୍ଲାଣ୍ଟସ୍‌ ଜର୍ଣ୍ଣାଲରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଆଗାମୀ ଦିନରେ ସୂର୍ଯ୍ୟକିରଣରେ ଏହି ଟମାଟୋର ପ୍ରଭାବ ପରୀକ୍ଷଣ କରାଯିବ। ଖୋଲାସ୍ଥାନରେ ଏହି ଟମାଟୋ ଚାଷ କରାଯିବ। ଏହି ପରୀକ୍ଷଣରୁ ଏଥିରେ ଥିବା ୭-ଡିଏଚସି ଭିଟାମିନ ଡି୩ରେ ପରିବର୍ତ୍ତନ ହେଇଛି କି ନାହିଁ ତାହା ଜଣାପଡିବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର