ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ଚିନ୍ତା : ନୂଆ ରଣନୀତି ପ୍ରସ୍ତୁତ କରିବା ସହ ନିତୀଶଙ୍କୁ ମନେଇବାକୁ ଚାଲିଛି ଚେଷ୍ଟା

The Sakala Picture
Published On

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଚିନ୍ତାରେ ପଡିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକଳାପ ବିଜେପିର ମୁଣ୍ଡବିନ୍ଧା ବୃଦ୍ଧି କରିଛି। ଏହାକୁ ନେଇ ବିଜେପି ସତର୍କ ମଧ୍ୟ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନର ରଣନୀତିକୁ ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଛନ୍ତି। ଉଭୟେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା […]

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଚିନ୍ତାରେ ପଡିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକଳାପ ବିଜେପିର ମୁଣ୍ଡବିନ୍ଧା ବୃଦ୍ଧି କରିଛି। ଏହାକୁ ନେଇ ବିଜେପି ସତର୍କ ମଧ୍ୟ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନର ରଣନୀତିକୁ ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଛନ୍ତି। ଉଭୟେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାୟୀ ସୋମବାର ରାତିରେ ନଡ୍ଡାଙ୍କ ବାସଭବନରେ ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଏଥିରେ ସହଯୋଗୀଙ୍କୁ ଯୋଡିବାଠାରୁ ନେଇ ପ୍ରାର୍ଥୀ ଉପରେ ସହମତି ସୃଷ୍ଟି ପାଇଁ ଚର୍ଚ୍ଚା କରାଯାଇଥିଲା। ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ନିକଟରେ ୪୮.୯ ପ୍ରତିଶତ ଏବଂ ବିରୋଧୀଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ ରହିଛି। ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡିକ ଏକାଠି ହୋଇଗଲେ ବିଜେପି ପାଇଁ ଅକଲ ଗୁଡମ ସୃଷ୍ଟି ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡିପାରେ। ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସାଥିରେ ନେବା ଲାଗି ପ୍ରସ୍ତୁତି କରୁଛି। ଉଭୟଙ୍କ ମଧ୍ୟରୁ କେହି ଜଣେ ବି ସମର୍ଥନ କଲେ ଏନଡିଏ ପ୍ରାର୍ଥୀ ପୁଣି ରାଷ୍ଟ୍ରପତି ହୋଇପାରନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାର ଦାୟିତ୍ବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରିବାର ଦାୟିତ୍ବ ଜେଭିଏଲ ନରସିଂହା ରାଓଙ୍କୁ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

୨୦୧୨ରେ ଏନଡିଏରେ ସାମିଲ ଥିବାବେଳେ ନୀତୀଶ କୁମାର ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ତେବେ ୨୦୧୭ରେ ସେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ। ଗତ କିଛି ଦିନ ହେଲା ଜାତିଗତ ଜନଗଣାନାକୁ ନେଇ ନୀତୀଶ କେନ୍ଦ୍ରଠାରୁ ବିମୁଖ ହୋଇଛନ୍ତି। ସେ ଏନଡିଏ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତିନି ଦିନ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକଙ୍କୁ ପାଟନା ନ ଛାଡିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ଭିତରେ ସେ ଏନଡିଏ ଛାଡିବାର ନିଷ୍ପତ୍ତି ନେଇପାରନ୍ତି। ଏଭଳି ସ୍ଥିତିରେ ବିଜେପିକୁ ନୀତୀଶଙ୍କ ସମର୍ଥନ ମିଳିବା ନେଇ ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ନୀତୀଶଙ୍କ ଏପରି ମନୋଭାବ ବିଜେପିକୁ ଅଡୁଆରେ ପକାଇଥିବା ବେଳେ କେନ୍ଦ୍ରଠାରୁ ବିମୁଖ ନିତୀଶଙ୍କୁ ବିଜେପି ତରଫରୁ ମନେଇବାକୁ ଚେଷ୍ଟା କରାଯାଇଛି । ଏକ ସୂତ୍ର ସୂଚନା ମୁତାବକ ବିହାରରେ ଜାତିଗତ ଜନଗଣନା ନେଇ ଆରମ୍ଭରୁ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ବିଜେପି ଏହି ପ୍ରସ୍ତାବରେ ରାଜି ହୋଇଛି । ସେପଟେ ବିଜେପି ଜାତିଗତ ଜନଗଣନା ପ୍ରସ୍ତାବରେ ରାଜି ହେବା ପରେ ସର୍ବଦଳୀୟ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜୁନ ପହିଲାରେ ଜାତିଗତ ଜନଗଣନା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କହିରଖୁ କି ଏହି ପ୍ରସଙ୍ଗ ମେ ୨୭ ତାରିଖରେ ସର୍ବଦଳୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗିଛନ୍ତି। ସେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ସେ ପୂର୍ବରୁ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ରାଜ୍‌ ଠାକରେଙ୍କୁ ଭେଟି ସାରିଛନ୍ତି। ସେ ଅଣ କଂଗ୍ରେସ ଏବଂ ଅଣ-ବିଜେପି ପ୍ରାର୍ଥୀ ଦେବା ସପକ୍ଷରେ ଅଛନ୍ତି। ଏହାକୁ ନେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିପାରନ୍ତି।

25 May 2022 By The Sakala

ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ଚିନ୍ତା : ନୂଆ ରଣନୀତି ପ୍ରସ୍ତୁତ କରିବା ସହ ନିତୀଶଙ୍କୁ ମନେଇବାକୁ ଚାଲିଛି ଚେଷ୍ଟା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଚିନ୍ତାରେ ପଡିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକଳାପ ବିଜେପିର ମୁଣ୍ଡବିନ୍ଧା ବୃଦ୍ଧି କରିଛି। ଏହାକୁ ନେଇ ବିଜେପି ସତର୍କ ମଧ୍ୟ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନର ରଣନୀତିକୁ ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଛନ୍ତି। ଉଭୟେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ ସୋମବାର ରାତିରେ ନଡ୍ଡାଙ୍କ ବାସଭବନରେ ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଏଥିରେ ସହଯୋଗୀଙ୍କୁ ଯୋଡିବାଠାରୁ ନେଇ ପ୍ରାର୍ଥୀ ଉପରେ ସହମତି ସୃଷ୍ଟି ପାଇଁ ଚର୍ଚ୍ଚା କରାଯାଇଥିଲା। ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ନିକଟରେ ୪୮.୯ ପ୍ରତିଶତ ଏବଂ ବିରୋଧୀଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ ରହିଛି। ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡିକ ଏକାଠି ହୋଇଗଲେ ବିଜେପି ପାଇଁ ଅକଲ ଗୁଡମ ସୃଷ୍ଟି ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡିପାରେ। ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସାଥିରେ ନେବା ଲାଗି ପ୍ରସ୍ତୁତି କରୁଛି। ଉଭୟଙ୍କ ମଧ୍ୟରୁ କେହି ଜଣେ ବି ସମର୍ଥନ କଲେ ଏନଡିଏ ପ୍ରାର୍ଥୀ ପୁଣି ରାଷ୍ଟ୍ରପତି ହୋଇପାରନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାର ଦାୟିତ୍ବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରିବାର ଦାୟିତ୍ବ ଜେଭିଏଲ ନରସିଂହା ରାଓଙ୍କୁ ଦିଆଯାଇଛି।

୨୦୧୨ରେ ଏନଡିଏରେ ସାମିଲ ଥିବାବେଳେ ନୀତୀଶ କୁମାର ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ତେବେ ୨୦୧୭ରେ ସେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ। ଗତ କିଛି ଦିନ ହେଲା ଜାତିଗତ ଜନଗଣାନାକୁ ନେଇ ନୀତୀଶ କେନ୍ଦ୍ରଠାରୁ ବିମୁଖ ହୋଇଛନ୍ତି। ସେ ଏନଡିଏ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତିନି ଦିନ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକଙ୍କୁ ପାଟନା ନ ଛାଡିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ଭିତରେ ସେ ଏନଡିଏ ଛାଡିବାର ନିଷ୍ପତ୍ତି ନେଇପାରନ୍ତି। ଏଭଳି ସ୍ଥିତିରେ ବିଜେପିକୁ ନୀତୀଶଙ୍କ ସମର୍ଥନ ମିଳିବା ନେଇ ଆଶଙ୍କା ରହିଛି।

ନୀତୀଶଙ୍କ ଏପରି ମନୋଭାବ ବିଜେପିକୁ ଅଡୁଆରେ ପକାଇଥିବା ବେଳେ କେନ୍ଦ୍ରଠାରୁ ବିମୁଖ ନିତୀଶଙ୍କୁ ବିଜେପି ତରଫରୁ ମନେଇବାକୁ ଚେଷ୍ଟା କରାଯାଇଛି । ଏକ ସୂତ୍ର ସୂଚନା ମୁତାବକ ବିହାରରେ ଜାତିଗତ ଜନଗଣନା ନେଇ ଆରମ୍ଭରୁ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ବିଜେପି ଏହି ପ୍ରସ୍ତାବରେ ରାଜି ହୋଇଛି । ସେପଟେ ବିଜେପି ଜାତିଗତ ଜନଗଣନା ପ୍ରସ୍ତାବରେ ରାଜି ହେବା ପରେ ସର୍ବଦଳୀୟ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜୁନ ପହିଲାରେ ଜାତିଗତ ଜନଗଣନା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କହିରଖୁ କି ଏହି ପ୍ରସଙ୍ଗ ମେ ୨୭ ତାରିଖରେ ସର୍ବଦଳୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗିଛନ୍ତି। ସେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ସେ ପୂର୍ବରୁ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ରାଜ୍‌ ଠାକରେଙ୍କୁ ଭେଟି ସାରିଛନ୍ତି। ସେ ଅଣ କଂଗ୍ରେସ ଏବଂ ଅଣ-ବିଜେପି ପ୍ରାର୍ଥୀ ଦେବା ସପକ୍ଷରେ ଅଛନ୍ତି। ଏହାକୁ ନେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିପାରନ୍ତି।

https://www.thesakala.in/national-international/president-election-2022-nitish-kumar-and-kcr-increase-the-bjps-anxiety/article-11884
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର