ଡାକ୍ତରଙ୍କ ସାମ୍ନାରେ କାନ୍ଦିବାରୁ ତିନି ହଜାର ଟଙ୍କା ତଣ୍ଡ ଗଣିଲେ ଯୁବତୀ

The Sakala Picture
Published On

ଆମେରିକା ନିବାସୀ କ୍ୟାମିଲେ ଜନସନ୍‌ ତାଙ୍କ ସାନ ଭଉଣୀଙ୍କୁ ନେଇ ଏକ ହସ୍‌ପିଟାଲ ଯାଇଥିଲେ। ତେବେ ହସ୍‌ପିଟାଲରେ ଡାକ୍ତରଙ୍କ ପାଖରେ ତାଙ୍କ ଭଉଣୀ କାନ୍ଦିବାରୁ କ୍ୟାମିଲେଙ୍କୁ ଗଣିବାକୁ ପଡ଼ିଛି ୪୦ ଡଲାର ଅର୍ଥାତ୍ ୩ ହଜାର ଟଙ୍କା। ଏକଥାକୁ କ୍ୟାମିଲେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଯେଉଁଥିରେ ସେ ହସ୍‌ପିଟାଲ ବିଲ୍‌କୁ ମଧ୍ୟ ସେୟାର୍ କରିଛନ୍ତି। ସେଥିରେ ଦେଥିବାକୁ ମିଳିଛି ବିଭିନ୍ନ ଟେଷ୍ଟ୍ ସହ ସେଥିରେ ‘ବ୍ରିଫ୍ ଇମୋସନାଲ’ ନାଁରେ ୪୦ ଡଲାର ମଧ୍ୟ ଯୋଡ଼ା ଯାଇଛି। […]

ଆମେରିକା ନିବାସୀ କ୍ୟାମିଲେ ଜନସନ୍‌ ତାଙ୍କ ସାନ ଭଉଣୀଙ୍କୁ ନେଇ ଏକ ହସ୍‌ପିଟାଲ ଯାଇଥିଲେ। ତେବେ ହସ୍‌ପିଟାଲରେ ଡାକ୍ତରଙ୍କ ପାଖରେ ତାଙ୍କ ଭଉଣୀ କାନ୍ଦିବାରୁ କ୍ୟାମିଲେଙ୍କୁ ଗଣିବାକୁ ପଡ଼ିଛି ୪୦ ଡଲାର ଅର୍ଥାତ୍ ୩ ହଜାର ଟଙ୍କା। ଏକଥାକୁ କ୍ୟାମିଲେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଯେଉଁଥିରେ ସେ ହସ୍‌ପିଟାଲ ବିଲ୍‌କୁ ମଧ୍ୟ ସେୟାର୍ କରିଛନ୍ତି। ସେଥିରେ ଦେଥିବାକୁ ମିଳିଛି ବିଭିନ୍ନ ଟେଷ୍ଟ୍ ସହ ସେଥିରେ ‘ବ୍ରିଫ୍ ଇମୋସନାଲ’ ନାଁରେ ୪୦ ଡଲାର ମଧ୍ୟ ଯୋଡ଼ା ଯାଇଛି। ଏହାବାଦ୍ କ୍ୟାମିଲେ ଲେଖିଛନ୍ତି, ତାଙ୍କ ସାନ ଭଉଣୀ ଏକ ବିରଳ ରୋଗରେ ପୀଡ଼ିତ। ଆଉ ଏ ଲାଗି ସେ ଉତ୍ତମ ଚିକିତ୍ସା ସେବା ଖୋଜୁଛି। ରୋଗ ଯୋଗୁଁ ସେ ନିଜକୁ ଖୁବ୍ ଅସହାୟ ମଣିଛି। ଆଉ ଏ କାରଣ ଲାଗି ସେ ଭାବବିହ୍ବଳ ହୋଇ ଡାକ୍ତରଙ୍କ ପାଖରେ କାନ୍ଦି ପକାଇଲା। ଯାହା ପରେ ଡାକ୍ତର କାନ୍ଦିବା ଲାଗି ତିନି ହଜାର ଟଙ୍କା ବିଲ୍‌ରେ ଲେଖିଛନ୍ତି। ଏପରିକି ହେମୋଗ୍ଲୋବିନ୍ ପରୀକ୍ଷାଠାରୁ ଡାକ୍ତର କାନ୍ଦିବା ପାଇଁ ଅଧିକ ଟଙ୍କା ଚାର୍ଜ କରିଥିବା କେମିଲି କହିଛନ୍ତି। ତେବେ କ୍ୟାମିଲେଙ୍କ ବିଲ୍‌କୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତା’ସହ ଏହା କି ପ୍ରକାର ସ୍ୱାସ୍ଥ୍ୟ ସେବା ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

20 May 2022 By The Sakala

ଡାକ୍ତରଙ୍କ ସାମ୍ନାରେ କାନ୍ଦିବାରୁ ତିନି ହଜାର ଟଙ୍କା ତଣ୍ଡ ଗଣିଲେ ଯୁବତୀ

ଆମେରିକା ନିବାସୀ କ୍ୟାମିଲେ ଜନସନ୍‌ ତାଙ୍କ ସାନ ଭଉଣୀଙ୍କୁ ନେଇ ଏକ ହସ୍‌ପିଟାଲ ଯାଇଥିଲେ। ତେବେ ହସ୍‌ପିଟାଲରେ ଡାକ୍ତରଙ୍କ ପାଖରେ ତାଙ୍କ ଭଉଣୀ କାନ୍ଦିବାରୁ କ୍ୟାମିଲେଙ୍କୁ ଗଣିବାକୁ ପଡ଼ିଛି ୪୦ ଡଲାର ଅର୍ଥାତ୍ ୩ ହଜାର ଟଙ୍କା। ଏକଥାକୁ କ୍ୟାମିଲେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଯେଉଁଥିରେ ସେ ହସ୍‌ପିଟାଲ ବିଲ୍‌କୁ ମଧ୍ୟ ସେୟାର୍ କରିଛନ୍ତି। ସେଥିରେ ଦେଥିବାକୁ ମିଳିଛି ବିଭିନ୍ନ ଟେଷ୍ଟ୍ ସହ ସେଥିରେ ‘ବ୍ରିଫ୍ ଇମୋସନାଲ’ ନାଁରେ ୪୦ ଡଲାର ମଧ୍ୟ ଯୋଡ଼ା ଯାଇଛି। ଏହାବାଦ୍ କ୍ୟାମିଲେ ଲେଖିଛନ୍ତି, ତାଙ୍କ ସାନ ଭଉଣୀ ଏକ ବିରଳ ରୋଗରେ ପୀଡ଼ିତ। ଆଉ ଏ ଲାଗି ସେ ଉତ୍ତମ ଚିକିତ୍ସା ସେବା ଖୋଜୁଛି। ରୋଗ ଯୋଗୁଁ ସେ ନିଜକୁ ଖୁବ୍ ଅସହାୟ ମଣିଛି। ଆଉ ଏ କାରଣ ଲାଗି ସେ ଭାବବିହ୍ବଳ ହୋଇ ଡାକ୍ତରଙ୍କ ପାଖରେ କାନ୍ଦି ପକାଇଲା। ଯାହା ପରେ ଡାକ୍ତର କାନ୍ଦିବା ଲାଗି ତିନି ହଜାର ଟଙ୍କା ବିଲ୍‌ରେ ଲେଖିଛନ୍ତି। ଏପରିକି ହେମୋଗ୍ଲୋବିନ୍ ପରୀକ୍ଷାଠାରୁ ଡାକ୍ତର କାନ୍ଦିବା ପାଇଁ ଅଧିକ ଟଙ୍କା ଚାର୍ଜ କରିଥିବା କେମିଲି କହିଛନ୍ତି। ତେବେ କ୍ୟାମିଲେଙ୍କ ବିଲ୍‌କୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତା’ସହ ଏହା କି ପ୍ରକାର ସ୍ୱାସ୍ଥ୍ୟ ସେବା ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର