ସରକାରୀ ପଦରୁ ୩୫୦ କାଶ୍ମୀର ପଣ୍ଡିତଙ୍କ ଇସ୍ତଫା

The Sakala Picture
Published On

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଶୁକ୍ରବାର ୩୫୦ କାଶ୍ମୀର ପଣ୍ଡିତ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି କର୍ମଚାରୀମାନେ ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସମସ୍ତ କାଶ୍ମୀର ପଣ୍ଡିତ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଛନ୍ତି। ଅନ୍ୟପକ୍ଷରେ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ପଣ୍ଡିତମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଜମ୍ମୁ-ଶ୍ରୀନଗର ଏବଂ ବାରାମୂଳା-ଶ୍ରୀନଗର ହାଇୱେକୁ […]

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଶୁକ୍ରବାର ୩୫୦ କାଶ୍ମୀର ପଣ୍ଡିତ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି କର୍ମଚାରୀମାନେ ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସମସ୍ତ କାଶ୍ମୀର ପଣ୍ଡିତ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଛନ୍ତି। ଅନ୍ୟପକ୍ଷରେ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ପଣ୍ଡିତମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଜମ୍ମୁ-ଶ୍ରୀନଗର ଏବଂ ବାରାମୂଳା-ଶ୍ରୀନଗର ହାଇୱେକୁ ଅବରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସେମାନେ କେନ୍ଦ୍ର ଏବଂ ସ୍ଥାନୀୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିନା ସୁରକ୍ଷାରେ କାର୍ଯ୍ୟସ୍ଥଳୀକୁ ନଯିବା ପାଇଁ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। କାଶ୍ମୀର ପଣ୍ଡିତ ରାହୁଲଙ୍କ ଶବ ଧରି ରାସ୍ତା ଜାମ କରିଥିଲେ। ଉପ-ରାଜ୍ୟପାଳ ଅନୋଜ ସିହ୍ନା ନ ଆସିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଥିଲେ। ତେବେ ପରେ ପୁଲିସ ଡିଜି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ଭଟ୍ଟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। କାଶ୍ମୀର ପଣ୍ଡିତମାନେ କହିଛନ୍ତି ଯେ ଘାଟୀରେ ପଣ୍ଡିତ ସୁରକ୍ଷିତ ନାହାନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର