କଂଗ୍ରେସରେ ମିଶିବେନି ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର

The Sakala Picture
Published On

ନୂଆଦିଲ୍ଲୀ:କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର।  କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ମଜଭୁତ କରିବାକୁ ପ୍ରୟାସ କରିଛନ୍ତି ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋରଙ୍କ ପ୍ଲାନରେ ଦଳ ଏକ ନୂତନ କମିଟି ଗଠନ କରିଛି । ୟେଉଁ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ସଞ୍ଜୀବନି ସଦୃଶ୍ୟ ହେବା […]

ନୂଆଦିଲ୍ଲୀ:କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର।  କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ମଜଭୁତ କରିବାକୁ ପ୍ରୟାସ କରିଛନ୍ତି ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋରଙ୍କ ପ୍ଲାନରେ ଦଳ ଏକ ନୂତନ କମିଟି ଗଠନ କରିଛି । ୟେଉଁ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ସଞ୍ଜୀବନି ସଦୃଶ୍ୟ ହେବା ନେଇ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସୂଚନା ଅନୁଯାୟୀ, ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୪ ନିର୍ବାଚନ ପାଇଁ ପିକେଙ୍କ ପ୍ରସ୍ତାବ ମୁତାବକ ଏକ କମିଟି ଗଠନ କରାଯାଇଛି । ଏହା କମିଟିରେ ଖୋଦ ପିକେଙ୍କୁ ସଦସ୍ୟ ରଖିବା ପାଇଁ ଇଛୁକ ଥିଲେ କଂଗ୍ରେସ କମାଣ୍ଡ । ଏବଂ ଦଳରେ ଯୋଗ ଦେଇ କମିଟିରେ ସଦସ୍ୟ ରହିବାକୁ ପ୍ରସ୍ତାବ ଦେଇଥିଲେ ଦଳର ସଭାପତି । କିନ୍ତୁ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ସୂଚନା ଦେଇଛନ୍ତି ରଣଦୀପ ସୁରଜୱାଲା ।

ପ୍ରଶାନ୍ତ କିଶୋର ମଧ୍ୟ ଟୁଇଟ୍ କରି କହିଛନ୍ତି, କଂଗ୍ରେସ ପାର୍ଟି ମୋତେ ଏମ୍ପପାଓ୍ଵାର୍ଡ ଆକ୍ସନ ଗ୍ରୁପରେ ସାମିଲ୍ ହେବା ଏବଂ ନିର୍ବାଚନୀ ଦାୟିତ୍ଵ ସମ୍ଭାଳିବାକୁ ଅଫର ଦେଇଥିଲା। ତେବେ ମୁଁ ସାମିଲ୍ ହେବାକୁ ମନା କରି ଦେଇଛି। ମୋ ଅପେକ୍ଷା ସଂପ୍ରତି ପାର୍ଟିକୁ ସମ୍ମିଳିତ ପ୍ରୟାସ ଏବଂ ଭଲ ନେତୃତ୍ଵର ଆବଶ୍ୟକତା ରହିଛି। ଯଦ୍ଵାରା କଂଗ୍ରେସର ମୂଳ ସମସ୍ୟା ସମାପ୍ତ ହୋଇ ପାରିବ।

26 Apr 2022 By The Sakala

କଂଗ୍ରେସରେ ମିଶିବେନି ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ:କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର।  କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ମଜଭୁତ କରିବାକୁ ପ୍ରୟାସ କରିଛନ୍ତି ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋରଙ୍କ ପ୍ଲାନରେ ଦଳ ଏକ ନୂତନ କମିଟି ଗଠନ କରିଛି । ୟେଉଁ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ସଞ୍ଜୀବନି ସଦୃଶ୍ୟ ହେବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୪ ନିର୍ବାଚନ ପାଇଁ ପିକେଙ୍କ ପ୍ରସ୍ତାବ ମୁତାବକ ଏକ କମିଟି ଗଠନ କରାଯାଇଛି । ଏହା କମିଟିରେ ଖୋଦ ପିକେଙ୍କୁ ସଦସ୍ୟ ରଖିବା ପାଇଁ ଇଛୁକ ଥିଲେ କଂଗ୍ରେସ କମାଣ୍ଡ । ଏବଂ ଦଳରେ ଯୋଗ ଦେଇ କମିଟିରେ ସଦସ୍ୟ ରହିବାକୁ ପ୍ରସ୍ତାବ ଦେଇଥିଲେ ଦଳର ସଭାପତି । କିନ୍ତୁ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ସୂଚନା ଦେଇଛନ୍ତି ରଣଦୀପ ସୁରଜୱାଲା ।

ପ୍ରଶାନ୍ତ କିଶୋର ମଧ୍ୟ ଟୁଇଟ୍ କରି କହିଛନ୍ତି, କଂଗ୍ରେସ ପାର୍ଟି ମୋତେ ଏମ୍ପପାଓ୍ଵାର୍ଡ ଆକ୍ସନ ଗ୍ରୁପରେ ସାମିଲ୍ ହେବା ଏବଂ ନିର୍ବାଚନୀ ଦାୟିତ୍ଵ ସମ୍ଭାଳିବାକୁ ଅଫର ଦେଇଥିଲା। ତେବେ ମୁଁ ସାମିଲ୍ ହେବାକୁ ମନା କରି ଦେଇଛି। ମୋ ଅପେକ୍ଷା ସଂପ୍ରତି ପାର୍ଟିକୁ ସମ୍ମିଳିତ ପ୍ରୟାସ ଏବଂ ଭଲ ନେତୃତ୍ଵର ଆବଶ୍ୟକତା ରହିଛି। ଯଦ୍ଵାରା କଂଗ୍ରେସର ମୂଳ ସମସ୍ୟା ସମାପ୍ତ ହୋଇ ପାରିବ।

https://www.thesakala.in/national-international/prashant-kishor-declines-congress-invitation-to-join-party/article-11084
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର