ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଯିବାର କୌଣସି ଯୋଜନା ନାହିଁ, ସ୍ପଷ୍ଟ କଲା ହ୍ବାଇଟ୍ ହାଉସ୍

The Sakala Picture
Published On

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତ କରିବାର କୌଣସି ଯୋଜନା ନାହିଁ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି ଏହି ସୂଚନା ଦେଇଛନ୍ତି । ୟୁକ୍ରେନ ଯିବାକୁ ରାଷ୍ଟ୍ରପତିଙ୍କର କୌଣସି ଯୋଜନା ନାହିଁ ବୋଲି ସାକି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ହ୍ବାଇଟ ହାଉସ କହିଛି ଯେ ଆମେରିକା ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ କିଭ୍ ପଠାଇବ। ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନଙ୍କ ମଧ୍ୟରୁ ଜଣେ […]

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତ କରିବାର କୌଣସି ଯୋଜନା ନାହିଁ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି ଏହି ସୂଚନା ଦେଇଛନ୍ତି । ୟୁକ୍ରେନ ଯିବାକୁ ରାଷ୍ଟ୍ରପତିଙ୍କର କୌଣସି ଯୋଜନା ନାହିଁ ବୋଲି ସାକି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ହ୍ବାଇଟ ହାଉସ କହିଛି ଯେ ଆମେରିକା ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ କିଭ୍ ପଠାଇବ। ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନଙ୍କ ମଧ୍ୟରୁ ଜଣେ ୟୁକ୍ରେନ ଯାଇପାରନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ବାଇଡେନ କିଭ୍ ପରିଦର୍ଶନ କରିବେ ବୋଲି କହିଥିଲେ। ଜେଲେନସ୍କି କହିଥିଲେ, “ଅବଶ୍ୟ ଏହା ତାଙ୍କର ନିଷ୍ପତ୍ତି ଏବଂ ସୁରକ୍ଷା ପରିସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ମୁଁ ଭାବୁଛି ସେ ଆମେରିକାର ରାଷ୍ଟ୍ରପତି ଏବଂ ସେଥିପାଇଁ ସେ ଏଠାକୁ ଆସି ପରିସ୍ଥିତି ଦେଖିବା ଉଚିତ୍।”

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ହ୍ବାଇଟ ହାଉସର ପ୍ରେସ ସଚିବ ସାକି ଏହା ମଧ୍ୟ କହିଛନ୍ତି ଯେ କିଭରେ ଦୂତାବାସ ଖୋଲିବାକୁ ଆମେରିକା ଆଶା କରୁଛି। ତେବେ ସେ ଏନେଇ ସ୍ପଷ୍ଟ ତାରିଖ ଦେଇ ନାହାନ୍ତି। ସେ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଆମର ଉଦ୍ଦେଶ୍ୟ। ୟୁକ୍ରେନରେ କୂଟନୈତିକ ଉପସ୍ଥିତି ଜରୁରୀ ଅଟେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର