ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଆରେଷ୍ଟ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ […]

ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ମାନବାଧିକାର ସଂଗଠନଗୁଡିକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆଇସିଜେର ପ୍ରି-ଟ୍ରାଏଲ ଚ୍ୟାମ୍ବରରେ ପୁଟିନଙ୍କ ସମେତ ରୁଷିଆର ଶିଶୁ ଅଧିକାର କମିଶନର ମାରିୟା ଆଲେକ୍ସୟେଭନା ଲଭୋଭା-ବେଲୋଭାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଲୋକଙ୍କ ସ୍ଥାନାନ୍ତରଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି । ଅନ୍ୟପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରୁଷ୍‌ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ରୁଷ୍‌ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ରୁଷ୍‌ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

18 Mar 2023 By The Sakala

ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଆରେଷ୍ଟ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ମାନବାଧିକାର ସଂଗଠନଗୁଡିକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆଇସିଜେର ପ୍ରି-ଟ୍ରାଏଲ ଚ୍ୟାମ୍ବରରେ ପୁଟିନଙ୍କ ସମେତ ରୁଷିଆର ଶିଶୁ ଅଧିକାର କମିଶନର ମାରିୟା ଆଲେକ୍ସୟେଭନା ଲଭୋଭା-ବେଲୋଭାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଲୋକଙ୍କ ସ୍ଥାନାନ୍ତରଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି । ଅନ୍ୟପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରୁଷ୍‌ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ରୁଷ୍‌ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ରୁଷ୍‌ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର