ଭୋଳା ବାବା ସତସଙ୍ଗରେ ଦଳାଚକଟା : ୨୭ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର

The Sakala Picture
Published On

ଲକ୍ଷ୍ନୌ : ମଙ୍ଗଳବାର ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଦରସ ଜିଲ୍ଲା ସିକନ୍ଦରାରାଓର ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ବହୁ ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା […]

ଲକ୍ଷ୍ନୌ : ମଙ୍ଗଳବାର ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଦରସ ଜିଲ୍ଲା ସିକନ୍ଦରାରାଓର ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ବହୁ ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ବେଆଇନ ନିର୍ମାଣ ଓ ଅଗ୍ନିକାଣ୍ଡ: ଅଧିକାରୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ‘ମୁହଁ ରକ୍ଷା’ ପଦକ୍ଷେପ ବନ୍ଦ କର

କୁହାଯାଇଛି ଯେ ସତସଙ୍ଗ ଶେଷ ହେବା ପରେ ଲୋକ ସେ ସ୍ଥାନ ଛାଡିବା ସମୟରେ ଦଳାଚକଟା ହୋଇଥିଲା। ସତସଙ୍ଗରେ ପ୍ରବଳ ଭିଡ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଯାହା ଫଳରେ ବଡ଼ ଅଘଟଣ ଘଟିଥିଲା।

ଆହୁରି ପଢ଼ନ୍ତୁ: ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର: ଭାରତରେ ବିଶ୍ୱର ପ୍ରଥମ ସାପ୍ତାହିକ ଇନସୁଲିନ୍‌‌ ‘ଆୱିକ୍ଲି’

ସେପଟେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: ବଦ୍ରିନାଥ ଧାମ ଦାନ ଅର୍ଥ ଚୋରି ମାମଲା: ମନ୍ଦିର କମିଟିର ନିଲମ୍ବିତ କର୍ମଚାରୀ ପ୍ରମୋଦ ନୌଟିୟାଲ ଗିରଫ

02 Jul 2024 By The Sakala

ଭୋଳା ବାବା ସତସଙ୍ଗରେ ଦଳାଚକଟା : ୨୭ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର

ଲକ୍ଷ୍ନୌ : ମଙ୍ଗଳବାର ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଦରସ ଜିଲ୍ଲା ସିକନ୍ଦରାରାଓର ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ବହୁ ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

କୁହାଯାଇଛି ଯେ ସତସଙ୍ଗ ଶେଷ ହେବା ପରେ ଲୋକ ସେ ସ୍ଥାନ ଛାଡିବା ସମୟରେ ଦଳାଚକଟା ହୋଇଥିଲା। ସତସଙ୍ଗରେ ପ୍ରବଳ ଭିଡ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଯାହା ଫଳରେ ବଡ଼ ଅଘଟଣ ଘଟିଥିଲା।

ସେପଟେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର