ସ୍ଥଳ ସେନା ପ୍ରତିଷ୍ଠା ଦିବସରେ ଉନ୍ମୋଚିତ ହେଲା ଭାରତୀୟ ସେନାର ନୂତନ ପୋଷାକ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଭାରତୀୟ ସେନା ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ଆଜି ସେନାର ୭୪ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ସେନାର ନୂତନ ପୋଷାକକୁ ଉନ୍ମୋଚିତ କରାଯାଇଛି। ରାଜଧାନୀ ଦିଲ୍ଲୀର କ୍ୟାଣ୍ଟରେ ସେନା ଦିବସର ବାର୍ଷିକ ପ୍ୟାରେଡରେ ଏହି ନୂଆ ୟୁନିଫର୍ମ ପିନ୍ଧି ପାରାସୁଟ୍ ରେଜିମେଣ୍ଟର କମାଣ୍ଡୋମାନେ ମାର୍ଚ୍ଚ ପାଷ୍ଟ କରୁଥିବାର ଦେଖିବାକୁ […]

ନୂଆଦିଲ୍ଲୀ : ଆଜି ଭାରତୀୟ ସେନା ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ଆଜି ସେନାର ୭୪ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ସେନାର ନୂତନ ପୋଷାକକୁ ଉନ୍ମୋଚିତ କରାଯାଇଛି। ରାଜଧାନୀ ଦିଲ୍ଲୀର କ୍ୟାଣ୍ଟରେ ସେନା ଦିବସର ବାର୍ଷିକ ପ୍ୟାରେଡରେ ଏହି ନୂଆ ୟୁନିଫର୍ମ ପିନ୍ଧି ପାରାସୁଟ୍ ରେଜିମେଣ୍ଟର କମାଣ୍ଡୋମାନେ ମାର୍ଚ୍ଚ ପାଷ୍ଟ କରୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସେନା ନିଜର ନୂଆ କମ୍ବାଟ୍ ତଥା ଯୁଦ୍ଧ ୟୁନିଫର୍ମ ସର୍ବସାଧାରଣରେ ଉନ୍ମୋଚିତ କରିଛି । ସମସ୍ତ ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସେନାକୁ ଏହି ୟୁନିଫର୍ମ ପ୍ରଦାନ କରାଯାଇଛି  ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼

ଏହି ନୂଆ ଯୁଦ୍ଧ ୟୁନିଫର୍ମରେ ପାରା- ଏସ଼୍ଏଫ୍ (ସ୍ପେଶାଲ୍ ଫୋର୍ସ) କମାଣ୍ଡୋଙ୍କ ଏକ କଣ୍ଟିଜେଣ୍ଟ୍ କ୍ୟାଣ୍ଟର କାରିଆପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରାବଣେଙ୍କୁ ଅଭିବାଦନ ଜଣାଇଥିଲେ। ବର୍ତ୍ତମାନ ଯୁଦ୍ଧକ୍ଷେତ୍ର ଏବଂ ଫିଲ୍ଡ ପୋଷ୍ଟିଂ ସମୟରେ ସୈନିକମାନେ ଏହି ନୂଆ ୟୁନିଫର୍ମ ପରିଧାନ କରିବେ । ସୂଚନାନୁସାରେ, ଭାରତୀୟ ସେନା ଏନ୍ଏଫ୍ଆଇଟି ଅର୍ଥାତ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ସହାୟତାରେ ଏହି ଡିଜିଟାଲ୍ ୟୁନିଫର୍ମ ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ଏହି ମଲ୍ଟି-ଟେରେନ୍ ପାଟର୍ନ (ଏମଟିପି) ୟୁନିଫର୍ମ ଦେଶର ବିଭିନ୍ନ କ୍ଷେତ୍ର ଯଥା ମରୁଭୂମି, ଜଙ୍ଗଲ ଏବଂ ପର୍ବତ ପରି ଭୌଗୋଳିକ ଅବସ୍ଥାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଶତ୍ରୁ ପକ୍ଷ ବିରୋଧରେ ଯୁଦ୍ଧ କରିବାବେଳେ ଏହି ଡ୍ରେସ ଯବାନଙ୍କୁ ବିଭିନ୍ନ ପ୍ରକାର ସହାୟକ ହୋଇଥାଏ । ଯୁଦ୍ଧ କ୍ଷେତ୍ରରେ କାର୍ୟ୍ୟ କଲାବେଳେ ଏହିଭଳି ଯୁନିଫର୍ମ ଶତ୍ରୁପକ୍ଷକୁ ନାକେଦମ କରିଥାଏ । ଯେପରି ସହଜରେ ଏଭଳି ପୋଷାକ ଚିହ୍ନାଏ ଦେଇନଥାଏ । ପରିସ୍ଥିତିକୁ ଏକଦମ ସହାୟ ହୋଇଥାଏ । ଏହି ପୋଷାକରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଏହି ପୋଷାକ ଆଜି ଆସିନାହିଁ । ପ୍ରାୟ ଦେଢ ବର୍ଷ ପୂର୍ବେ ସେନା ନୂଆ ଯୁଦ୍ଧ ପୋଷାକ ଉପରେ ଏକ ଷ୍ଟଡି ଗ୍ରୁପ୍ ଗଠନ କରିଥିଲା।। ପୂର୍ବରୁ ଏହାକୁ ନେଇ ବିଭିନ୍ନ ଗବେଷଣା ମାନଜାରି ରହିଥିଲା । ପରବର୍ତ୍ତୀ ସମୟରେ ସେନାର କର୍ମଚାରୀ ଉକ୍ତ ପୋଷାକକୁ ଟ୍ରାଏଲ କରିଥିଲେ । ଶେଷରେ ପାରାସୁଟ ରେଜିମେଣ୍ଟ ପାଇଁ ଏହି ୟୁନିଫର୍ମକୁ ମିଳିଥିଲା ସିଗନାଲ।

ଆହୁରି ପଢ଼ନ୍ତୁ: ଗାଜିଆବାଦର ଇନ୍ଦିରାପୁରମ୍ ସ୍ଥିତ ଗୌର ଗ୍ରୀନ୍ ଏଭେନ୍ୟୁ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଫ୍ଲାଟ୍

15 Jan 2022 By The Sakala

ସ୍ଥଳ ସେନା ପ୍ରତିଷ୍ଠା ଦିବସରେ ଉନ୍ମୋଚିତ ହେଲା ଭାରତୀୟ ସେନାର ନୂତନ ପୋଷାକ

ନୂଆଦିଲ୍ଲୀ : ଆଜି ଭାରତୀୟ ସେନା ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ଆଜି ସେନାର ୭୪ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ସେନାର ନୂତନ ପୋଷାକକୁ ଉନ୍ମୋଚିତ କରାଯାଇଛି। ରାଜଧାନୀ ଦିଲ୍ଲୀର କ୍ୟାଣ୍ଟରେ ସେନା ଦିବସର ବାର୍ଷିକ ପ୍ୟାରେଡରେ ଏହି ନୂଆ ୟୁନିଫର୍ମ ପିନ୍ଧି ପାରାସୁଟ୍ ରେଜିମେଣ୍ଟର କମାଣ୍ଡୋମାନେ ମାର୍ଚ୍ଚ ପାଷ୍ଟ କରୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସେନା ନିଜର ନୂଆ କମ୍ବାଟ୍ ତଥା ଯୁଦ୍ଧ ୟୁନିଫର୍ମ ସର୍ବସାଧାରଣରେ ଉନ୍ମୋଚିତ କରିଛି । ସମସ୍ତ ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସେନାକୁ ଏହି ୟୁନିଫର୍ମ ପ୍ରଦାନ କରାଯାଇଛି  ।

ଏହି ନୂଆ ଯୁଦ୍ଧ ୟୁନିଫର୍ମରେ ପାରା- ଏସ଼୍ଏଫ୍ (ସ୍ପେଶାଲ୍ ଫୋର୍ସ) କମାଣ୍ଡୋଙ୍କ ଏକ କଣ୍ଟିଜେଣ୍ଟ୍ କ୍ୟାଣ୍ଟର କାରିଆପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରାବଣେଙ୍କୁ ଅଭିବାଦନ ଜଣାଇଥିଲେ। ବର୍ତ୍ତମାନ ଯୁଦ୍ଧକ୍ଷେତ୍ର ଏବଂ ଫିଲ୍ଡ ପୋଷ୍ଟିଂ ସମୟରେ ସୈନିକମାନେ ଏହି ନୂଆ ୟୁନିଫର୍ମ ପରିଧାନ କରିବେ । ସୂଚନାନୁସାରେ, ଭାରତୀୟ ସେନା ଏନ୍ଏଫ୍ଆଇଟି ଅର୍ଥାତ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ସହାୟତାରେ ଏହି ଡିଜିଟାଲ୍ ୟୁନିଫର୍ମ ପ୍ରସ୍ତୁତ କରିଛି।

ଏହି ମଲ୍ଟି-ଟେରେନ୍ ପାଟର୍ନ (ଏମଟିପି) ୟୁନିଫର୍ମ ଦେଶର ବିଭିନ୍ନ କ୍ଷେତ୍ର ଯଥା ମରୁଭୂମି, ଜଙ୍ଗଲ ଏବଂ ପର୍ବତ ପରି ଭୌଗୋଳିକ ଅବସ୍ଥାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଶତ୍ରୁ ପକ୍ଷ ବିରୋଧରେ ଯୁଦ୍ଧ କରିବାବେଳେ ଏହି ଡ୍ରେସ ଯବାନଙ୍କୁ ବିଭିନ୍ନ ପ୍ରକାର ସହାୟକ ହୋଇଥାଏ । ଯୁଦ୍ଧ କ୍ଷେତ୍ରରେ କାର୍ୟ୍ୟ କଲାବେଳେ ଏହିଭଳି ଯୁନିଫର୍ମ ଶତ୍ରୁପକ୍ଷକୁ ନାକେଦମ କରିଥାଏ । ଯେପରି ସହଜରେ ଏଭଳି ପୋଷାକ ଚିହ୍ନାଏ ଦେଇନଥାଏ । ପରିସ୍ଥିତିକୁ ଏକଦମ ସହାୟ ହୋଇଥାଏ । ଏହି ପୋଷାକରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଏହି ପୋଷାକ ଆଜି ଆସିନାହିଁ । ପ୍ରାୟ ଦେଢ ବର୍ଷ ପୂର୍ବେ ସେନା ନୂଆ ଯୁଦ୍ଧ ପୋଷାକ ଉପରେ ଏକ ଷ୍ଟଡି ଗ୍ରୁପ୍ ଗଠନ କରିଥିଲା।। ପୂର୍ବରୁ ଏହାକୁ ନେଇ ବିଭିନ୍ନ ଗବେଷଣା ମାନଜାରି ରହିଥିଲା । ପରବର୍ତ୍ତୀ ସମୟରେ ସେନାର କର୍ମଚାରୀ ଉକ୍ତ ପୋଷାକକୁ ଟ୍ରାଏଲ କରିଥିଲେ । ଶେଷରେ ପାରାସୁଟ ରେଜିମେଣ୍ଟ ପାଇଁ ଏହି ୟୁନିଫର୍ମକୁ ମିଳିଥିଲା ସିଗନାଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର