ରୋଡ୍‌ ଶୋ’ରେ ଯିବାବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଢେଲାମାଡ଼, ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ

The Sakala Picture
Published On

ବିଜୟୱାଡା: ବିଜୟୱାଡାରେ ଏକ ରୋଡ୍‌ ଶୋ’ରେ ଯିବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଠିଙ୍କ ଉପରକୁ ଢେଲାମାଡ଼ ହୋଇଛି। ଏହି ଘଟଣାରେ ଜଗନଙ୍କ ବାମପାଖ ମୁଣ୍ଡରେ ଆଘାତ ଲାଗିବା ସହିତ ସେ ଆହତ ହୋଇଛନ୍ତି। ଜଗନଙ୍କ ବ୍ୟତୀତ ତାଙ୍କ ଦଳର ଜଣେ ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ଜଗନ ଶନିବାର ବିଜୟୱାଡାରେ ‘ ମେମନ୍ଥା ସିଦ୍ଧମ ବସ୍‌ ଯାତ୍ରା’ରେ ଯାଇଥିଲା ବେଳେ ସିଂହ ନଗରରେ ତାଙ୍କ ବସ୍‌ ଉପରକୁ ଢେଲା ମାଡ଼ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ […]

ବିଜୟୱାଡା: ବିଜୟୱାଡାରେ ଏକ ରୋଡ୍‌ ଶୋ’ରେ ଯିବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଠିଙ୍କ ଉପରକୁ ଢେଲାମାଡ଼ ହୋଇଛି। ଏହି ଘଟଣାରେ ଜଗନଙ୍କ ବାମପାଖ ମୁଣ୍ଡରେ ଆଘାତ ଲାଗିବା ସହିତ ସେ ଆହତ ହୋଇଛନ୍ତି। ଜଗନଙ୍କ ବ୍ୟତୀତ ତାଙ୍କ ଦଳର ଜଣେ ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ଜଗନ ଶନିବାର ବିଜୟୱାଡାରେ ‘ ମେମନ୍ଥା ସିଦ୍ଧମ ବସ୍‌ ଯାତ୍ରା’ରେ ଯାଇଥିଲା ବେଳେ ସିଂହ ନଗରରେ ତାଙ୍କ ବସ୍‌ ଉପରକୁ ଢେଲା ମାଡ଼ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଘଟଣା ପଛରେ ତେଲୁଗୁ ଦେଶମ ପାର୍ଟି କର୍ମୀଙ୍କ ହାତ ରହିଛି ବୋଲି ୱାଇଏସଆର୍‌ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ତେବେ ଢେଲାମାଡ଼ କରିଥିବା ଅଜ୍ଞାତ ବ୍ୟକ୍ତି ଜଣ କାହିଁକି ପଥରମାଡ଼ କରିଛି ତା’ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଆକ୍ରମଣରେ ବିରୋଧୀ ଦଳଙ୍କ ହାତ ଥିବା ଅଭିଯୋଗ କରିଛି ୱାଇଏସଆର କଂଗ୍ରେସ । ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର