ଆରବିଆଇର ବଡ ନିଷ୍ପତ୍ତି, ମାର୍ଚ୍ଚ ୩୧ ତାରିଖରେ ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ

The Sakala Picture
Published On

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତମାସ ମାର୍ଚ୍ଚ ୩୧ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ଆରବିଆଇ କର୍ତ୍ତୃପକ୍ଷ। ୩୧ ମାର୍ଚ୍ଚ ରବିବାର ହୋଇଥିବା ସର୍ତ୍ତେ ଏହି ଦିନ […]

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତମାସ ମାର୍ଚ୍ଚ ୩୧ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ଆରବିଆଇ କର୍ତ୍ତୃପକ୍ଷ। ୩୧ ମାର୍ଚ୍ଚ ରବିବାର ହୋଇଥିବା ସର୍ତ୍ତେ ଏହି ଦିନ ସମସ୍ତ ବ୍ଯାଙ୍କ ଖୋଲା ରହିବ ବୋଲି ସୂଚନା ଦେଇଛି ଆରବିଆଇ। ୩୧ ମାର୍ଚ୍ଚ ଚଳିତ ଆର୍ଥିକ ବର୍ଷର ବାର୍ଷିକ କ୍ଲୋଜିଂ ଦିବସ। ଏଥିଲାଗି ସମସ୍ତ ବ୍ଯାଙ୍କ ଖୋଲା ରହିବ।

ଆହୁରି ପଢ଼ନ୍ତୁ: ପହଲଗାମ ଆକ୍ରମଣ ପଛରେ ହାଫିଜ୍ ସୟିଦ୍‌: NIA ଚାର୍ଜସିଟ୍‌ରେ ଖୋଲିଲା ପାକିସ୍ତାନର କଳା ସତ

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ। ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି। ୩୧ ମାର୍ଚ୍ଚ ରବିବାର ଦିନ ଅନ୍ୟ ଦିନ ଭଳି ନିୟମିତ କାର୍ଯ୍ୟ ସମୟରେ ଖୋଲିବ ସମସ୍ତ ବ୍ଯାଙ୍କର ଶାଖା।ଏହାସହ NEFT ଏବଂ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ।  ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ  ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡୁଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଏବଂ ୩୧ ତାରିଖ ରବିବାର ଛୁଟି ରଦ୍ଦ କରିଥିଲେ। ଆର୍ଥିକ ବର୍ଷର ଶେଷ ୩ ଦିନ ଛୁଟି ପଡୁଥିବାରୁ ଏହି ୩ ଦିନ ଛୁଟି ରଦ୍ଦ କରିଛି ଆୟକର ବିଭାଗ।

ଆହୁରି ପଢ଼ନ୍ତୁ: 'ସେ ତାର କର୍ମର ଫଳ ପାଇଛି': ବାରୁଇପୁର ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତ ପ୍ରଭାସର ଏନକାଉଣ୍ଟର ପରେ ମାଆଙ୍କ ପ୍ରତିକ୍ରିୟା

20 Mar 2024 By The Sakala

ଆରବିଆଇର ବଡ ନିଷ୍ପତ୍ତି, ମାର୍ଚ୍ଚ ୩୧ ତାରିଖରେ ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତମାସ ମାର୍ଚ୍ଚ ୩୧ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ଆରବିଆଇ କର୍ତ୍ତୃପକ୍ଷ। ୩୧ ମାର୍ଚ୍ଚ ରବିବାର ହୋଇଥିବା ସର୍ତ୍ତେ ଏହି ଦିନ ସମସ୍ତ ବ୍ଯାଙ୍କ ଖୋଲା ରହିବ ବୋଲି ସୂଚନା ଦେଇଛି ଆରବିଆଇ। ୩୧ ମାର୍ଚ୍ଚ ଚଳିତ ଆର୍ଥିକ ବର୍ଷର ବାର୍ଷିକ କ୍ଲୋଜିଂ ଦିବସ। ଏଥିଲାଗି ସମସ୍ତ ବ୍ଯାଙ୍କ ଖୋଲା ରହିବ।

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ। ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି। ୩୧ ମାର୍ଚ୍ଚ ରବିବାର ଦିନ ଅନ୍ୟ ଦିନ ଭଳି ନିୟମିତ କାର୍ଯ୍ୟ ସମୟରେ ଖୋଲିବ ସମସ୍ତ ବ୍ଯାଙ୍କର ଶାଖା।ଏହାସହ NEFT ଏବଂ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ।  ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ  ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡୁଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଏବଂ ୩୧ ତାରିଖ ରବିବାର ଛୁଟି ରଦ୍ଦ କରିଥିଲେ। ଆର୍ଥିକ ବର୍ଷର ଶେଷ ୩ ଦିନ ଛୁଟି ପଡୁଥିବାରୁ ଏହି ୩ ଦିନ ଛୁଟି ରଦ୍ଦ କରିଛି ଆୟକର ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର