ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ, ୬୭ ବର୍ଷ ପରେ ପୁଣି ଥରେ ଟାଟା ହାତକୁ ଗଲା ଏୟାର ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା  ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ୬୭ ବର୍ଷ ପରେ ପୁଣି ଥରେ ଘରୋଇ ସଂସ୍ଥା ଟାଟା ହାତକୁ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ ଚାଲିଯାଇଛି। ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ । ଏ ସମ୍ପର୍କିତ ଆଗତ ପ୍ରସ୍ତାବକୁ ଗୃହ […]

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା  ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ୬୭ ବର୍ଷ ପରେ ପୁଣି ଥରେ ଘରୋଇ ସଂସ୍ଥା ଟାଟା ହାତକୁ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ ଚାଲିଯାଇଛି। ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ । ଏ ସମ୍ପର୍କିତ ଆଗତ ପ୍ରସ୍ତାବକୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ସବୁଜ ସଙ୍କେତ ଦେଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ପ୍ରାୟ ୨୩ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା। ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ୍‌ ଜେଟ୍‌ ମଧ୍ୟରେ ଲାଗିଥିଲା ଜୋରଦାର ଟକ୍କର। ଏଥିନିମନ୍ତେ ଉଭୟ ସଂସ୍ଥା ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ହେଲେ କରୋନା କଟକଣା ପାଇଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଥଇଲା।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଅପରପକ୍ଷେ, ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ । ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେ.ଆର.ଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ମାତ୍ର ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଟାଟା ସନ୍ସ ବାଜି ମାରି ନେଇଛି ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର