ଏୟାର ଇଣ୍ଡିଆର ବିମାନ ଯୋଗେ କାବୁଲରୁ ଭାରତ ଫେରିଲେ ଆଉ ୮୭ ଭାରତୀୟ ନାଗରିକ

The Sakala Picture
Published On

କାବୁଲ: ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଫେରିଛନ୍ତି ଭାରତୀୟ । କାବୁଲରୁ ଦିଲ୍ଲୀ ଫେରିଛନ୍ତି  ଆଉ ୮୭ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ବିମାନରେ ଏହି ୮୭ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ମଧ୍ୟ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା ବି ଜୟ ନାରା ଦେଇଥିଲେ ଭାରତୀୟ ନାଗରିକ । ତେବେ ସ୍ୱଦେଶ ଫେରିଥିବାରୁ ସେମାନଙ୍କ ମନରେ ଉଲ୍ଲାସ ଭରି ରହିଥିଲା । […]

କାବୁଲ: ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଫେରିଛନ୍ତି ଭାରତୀୟ । କାବୁଲରୁ ଦିଲ୍ଲୀ ଫେରିଛନ୍ତି  ଆଉ ୮୭ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ବିମାନରେ ଏହି ୮୭ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ମଧ୍ୟ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା ବି ଜୟ ନାରା ଦେଇଥିଲେ ଭାରତୀୟ ନାଗରିକ । ତେବେ ସ୍ୱଦେଶ ଫେରିଥିବାରୁ ସେମାନଙ୍କ ମନରେ ଉଲ୍ଲାସ ଭରି ରହିଥିଲା । ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି । କାବୁଲରୁ ଏହି ବିମାନ ଉଡାଣ ଭରିବ । ସେହିପରି ଆମେରିକା ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ଉଦ୍ୟମ ଜାରି ରଖିଛି । କାବୁଲ ଏୟାରପୋର୍ଟରେ ୫ ହଜାରରୁ ଅଧିକ ଆମେରିକୀୟ ସୈନିକ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍


ସୂଚନା ଅନୁଯାୟୀ, ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରୁ  ସମସ୍ତ ଭାରତୀୟ ଯାତ୍ରୀଙ୍କୁ ଅଟକ ରଖିଥିଲା ତାଲିବାନୀ । ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି । ଆଫଗାନ ମିଡିଆ ସୂଚନା ମୁତାବକ ତାଲିବାନୀ ପାଖାପାଖି ୧୫୦ ଭାରତୀୟଙ୍କୁ ଧରିନେଇଥିଲା । ତେବେ ଆବଶ୍ୟକ ଯାଞ୍ଚ ପରେ ପୁଣି ସେମାନଙ୍କୁ ଛାଡ଼ିଥିଲେ  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର