ମଝି ଆକାଶରେ ବିମାନରେ ତ୍ରୁଟି ଘଟଣା: ଟଳିଲା ବିପଦ, ବିମାନର ନିରାପଦ ଅବତରଣ

The Sakala Picture
Published On

ନୂଆଦିଲ୍ଲୀ: ବିପଦ ଟଳିଲା, ନିରାପଦ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନବନ୍ଦରରେ ନିରାପଦ ଅବତରଣ  ସୂଚନା। ହାଇଡ୍ରୋଲିକ୍ ସମସ୍ୟା ପାଇଁ ଜରୁରୀ ଅବତରଣ କରିଛି।  ସୂଚନା ଅନୁଯାୟୀ, ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଥିଲା। ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା ।  ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲିଥିଲା।  ଇନ୍ଧନ ଶେଷ କରିବାକୁ ବିମାନଟି ଏପରି […]

ନୂଆଦିଲ୍ଲୀ: ବିପଦ ଟଳିଲା, ନିରାପଦ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନବନ୍ଦରରେ ନିରାପଦ ଅବତରଣ  ସୂଚନା। ହାଇଡ୍ରୋଲିକ୍ ସମସ୍ୟା ପାଇଁ ଜରୁରୀ ଅବତରଣ କରିଛି। 

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁଯାୟୀ, ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଥିଲା। ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା ।  ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲିଥିଲା।  ଇନ୍ଧନ ଶେଷ କରିବାକୁ ବିମାନଟି ଏପରି କରୁଥିଲା । ଫଳରେ ଲାଣ୍ଡିଂ ବେଳେ ଯେପରିକି ନିଆଁ ନ ଲାଗେ ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ଖବର ଅନୁଯାୟୀ, ୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ତ୍ରିଚି ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ବିମାନର ଲାଣ୍ଡିଂ ଗିଅର କାମ କରୁ ନ ଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହେଉଥିଲା। ଲାଣ୍ଡିଂ ଗିଅର କାମ ନ କଲେ ବିମାନର ବେଲିଂ ଲାଣ୍ଡିଂ କରାଯାଇଥାଏ । ଅର୍ଥାତ ଲାଣ୍ଡିଂ ବେଳେ ବିମାନର ବଡି ହିଁ ଭୂମି ସ୍ପର୍ଶ କରିବ । ତଳେ ନିଆଁ ଲାଗିବାର ଆଶଙ୍କା ଥିବାରୁ ୧୮ଟି ଦମକଳ ଗାଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଖବର ଅନୁଯାୟୀ ଉକ୍ତ ବିମାନଟି ସୁରକ୍ଷିତ ଲ୍ୟାଣ୍ଡି କରିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର