ବିମାନ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ଅସରପା, ଏୟାର ଇଣ୍ଡିଆର ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ଅସରପା। ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ଏକ ଅସରପା ମିଳିଥିଲା। ଯାତ୍ରୀଜଣଙ୍କ ଏନେଇ ବିମାନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଏୟାର ଇଣ୍ଡିଆ ଖାଦ୍ୟ ସେବା ପ୍ରଦାନକାରୀ କମ୍ପାନୀ ସହିତ ତଦନ୍ତ ଆରମ୍ଭ କରିଛି। Found a cockroach in the omelette served to me on the @airindia flight from Delhi to […]
ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ଅସରପା। ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ଏକ ଅସରପା ମିଳିଥିଲା। ଯାତ୍ରୀଜଣଙ୍କ ଏନେଇ ବିମାନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଏୟାର ଇଣ୍ଡିଆ ଖାଦ୍ୟ ସେବା ପ୍ରଦାନକାରୀ କମ୍ପାନୀ ସହିତ ତଦନ୍ତ ଆରମ୍ଭ କରିଛି।
Found a cockroach in the omelette served to me on the @airindia flight from Delhi to New York. My 2 year old finished more than half of it with me when we found this. Suffered from food poisoning as a result. @DGCAIndia @RamMNK pic.twitter.com/1Eyc3wt3Xw
— Suyesha Savant (@suyeshasavant) September 28, 2024
ଯାତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ବିମାନରେ ତାଙ୍କୁ ଓମଲେଟ୍ ଖାଇବା ପାଇଁ ଦିଆଯାଇଥିଲା। ଏଥିରେ ଏକ ଅସରପା ପଡିଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ଜଣଙ୍କ ଏନେଇ ଏକ୍ସରେ କହିଛନ୍ତି ଯେ ମୁଁ ଏବଂ ମୋର ଦୁଇ ବର୍ଷର ପୁଅ ଅଧା ଅମଲେଟ୍ ଖାଇବା ପରେ ଏହି ଅସରପାକୁ ଦେଖିବାକୁ ପାଇଥିଲୁ। ସେ ବିମାନ ଅଧିକାରୀଙ୍କ ସହ ପରିବେଷିତ ଖାଦ୍ୟର ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଯାତ୍ରୀ ଏୟାର ଇଣ୍ଡିଆ, ବିମାନ ନିୟାମକ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।
Dear Ms. Savant, we're very sorry to hear about your experience. Please share your booking details via DM so that we can investigate promptly.
— Air India (@airindia) September 28, 2024
ଏୟାର ଇଣ୍ଡିଆ କହିଛି ଯେ ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ AI 101 ବିମାନରେ ଘଟିଥିବା ଘଟଣାକୁ ନେଇ ଆମେ ଚିନ୍ତିତ। ଏହିପରି ସମସ୍ୟାର ସମାଧାନ ପାଇଁ ଆମେ ଖାଦ୍ୟ ସେବା ପ୍ରଦାନକାରୀଙ୍କ ସହ କଥା ହୋଇଛୁ।ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ।