ଦିଲ୍ଲୀ, ଝାଡ଼ଖଣ୍ଡ ପରେ ଟାର୍ଗେଟ୍‌ରେ କର୍ଣ୍ଣାଟକ, ରାଜ୍ୟପାଳଙ୍କ ଭୂମିକା ନେଇ ଉଠିଲା ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ : ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ପ୍ରଦାନ କରି ରାଜ୍ୟପାଳ ଥୱରଚାନ୍ଦ ଗେହଲଟ୍ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ସମାଲୋଚନା କରିଥିବା ବେଳେ ଆଇନ ବିଶାରଦ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସାମ୍ବିଧାନିକ ପଦବୀରେ ରହି ରାଜ୍ୟପାଳ କିପରି ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରୁଛନ୍ତି, ତାହାର ଏହା ଆଉ ଏକ ଉଦାହରଣ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ […]

ନୂଆଦିଲ୍ଲୀ : ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ପ୍ରଦାନ କରି ରାଜ୍ୟପାଳ ଥୱରଚାନ୍ଦ ଗେହଲଟ୍ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ସମାଲୋଚନା କରିଥିବା ବେଳେ ଆଇନ ବିଶାରଦ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସାମ୍ବିଧାନିକ ପଦବୀରେ ରହି ରାଜ୍ୟପାଳ କିପରି ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରୁଛନ୍ତି, ତାହାର ଏହା ଆଉ ଏକ ଉଦାହରଣ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଅଣ-ବିଜେପି ଶାସନାଧୀନ ସରକାରକୁ ଅସ୍ଥିର କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୋଏଡାରେ ଭୟାବହ ଅଗ୍ନିକାଣ୍ଡ: ଇଲେକ୍ଟ୍ରିକ୍ ବାଇକ୍‌ରୁ ନିଆଁ ଲାଗି ୨ ମୃତ, ବିପଦରେ ୫୦ ପରିବାର

କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ପୁଣି ଥରେ ରାଜ୍ୟମାନଙ୍କରେ ରାଜ୍ୟପାଳଙ୍କ ବିବାଦୀୟ ଭୂମିକାକୁ ପଦାରେ ପକାଇଛି। ଏହାର ନଗ୍ନ ନମୁନା ଦିଲ୍ଲୀ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବେ ବି ଜେଲରେ ଥିବାବେଳେ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହେମନ୍ତ ସୋରେନ ଜେଲ ଯାଇଥିଲେ। ହାଇକୋର୍ଟରୁ ଜାମିନ ମିଳିବା ପରେ ହେମନ୍ତ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିଭଳି କେରଳ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ସଂପୃକ୍ତ ରାଜ୍ୟମାନଙ୍କରେ ସରକାରଙ୍କୁ କିପରି ଅଡ଼ୁଆରେ ପକାଇଛନ୍ତି ତାହା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କେରଳ ଏବଂ ତାମିଲନାଡ଼ୁ ରାଜ୍ୟପାଳ ସଂପୃକ୍ତ ରାଜ୍ୟ ସରକାରଙ୍କ ସହିତ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ରାଜ୍ୟ ବିଧାନସଭାରେ ପାରିତ ଅନେକ ବିଲରେ ଦସ୍ତଖତ ନ କରି ଏହାକୁ ପକାଇ ରଖିଛନ୍ତି। ରାଜ୍ୟ ସରକାରଙ୍କୁ ସୁରୁଖୁରରେ କାମ କରାଇଦେବା ପରିବର୍ତ୍ତେ ସେମାନେ ବାଧା ସୃଷ୍ଟି କରୁଛନ୍ତି। ଏହି କଥା ସୁପ୍ରିମ କୋର୍ଟରେ ଯାଇ ପହଞ୍ଚିଲାଣି। ସୁପ୍ରିମ କୋର୍ଟ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚୀନର ବଡ଼ ପଦକ୍ଷେପ: ହିଲିୟମ୍ ରପ୍ତାନି ଉପରେ କଟକଣା, ସେମିକଣ୍ଡକ୍ଟର ଶିଳ୍ପରେ ବଡ଼ ସଙ୍କଟ

ପଶ୍ଚିମ ବଙ୍ଗରେ ମଧ୍ୟ ରାଜ୍ୟପାଳ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ତିନିଟି ରାଜ୍ୟରେ ଅଣବିଜେପି ସରକାର ରହିଛି। ରାଜ୍ୟପାଳମାନେ ଦଳୀୟ କର୍ମକର୍ତ୍ତା ଭାବେ ବ୍ୟବହାର କରୁଥିବା ନେଇ ଅଭିଯୋଗ ହେଉଛି। ରାଜ୍ୟପାଳମାନଙ୍କୁ ମୋହରା କରି ଅଣବିଜେପି ସରକାରକୁ ଅସ୍ଥିର କରିବା ଲାଗି ଷଡ଼ଯନ୍ତ୍ର କରାଯାଉଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକରେ ଏବେ କଂଗ୍ରେସ ସରକାର ରହିଥିବା ବେଳେ, ଦିଲ୍ଲୀରେ ଆପ୍‌, ଝାଡ଼ଖଣ୍ଡରେ ଜେଏମଏମ୍ ମେଣ୍ଟ, କେରଳରେ ବାମ ଫ୍ରଣ୍ଟ, ତାମିଲନାଡ଼ୁରେ ଡିଏମକେ ଏବଂ ପଶ୍ଚିମ ବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ସରକାର ରହିଛି। ଏହିସବୁ ରାଜ୍ୟରେ ନିର୍ବାଚିତ ସରକାର ଏବଂ କେନ୍ଦ୍ର ଦ୍ବାରା ମନୋନୀତ ରାଜ୍ୟପାଳ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଇରାନର ବନ୍ଦର ଖମିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: ୭ ମୃତ, ଧ୍ୱଂସ ହେଲା ପୋଲ ଓ ଭିତ୍ତିଭୂମି

ସୂଚନାଯୋଗ୍ୟ ଯେ ୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଏବଂ ୨୦୨୦ରେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା। ୨୦୨୨ରେ ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟ ସରକାରକୁ ପଦଚ୍ୟୁତ କରାଯାଇଥିଲା। ଏହି ସବୁ ରାଜ୍ୟରେ ଅପରେସନ୍ ଲୋଟସ ଜରିଆରେ ବିଜେପି ମେଣ୍ଟ ସରକାର କ୍ଷମତା ଦଖଲ କରିଥିଲା।

ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ: ମନୁସିଙ୍ଘଭୀ

ବିଶିଷ୍ଟ ଆଇନ ବିଶାରଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି ଯେ ରାଜ୍ୟପାଳମାନେ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ଭୁଲି ଯାଇଛନ୍ତି। କେରଳ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ସେମାନଙ୍କର ଆଚରଣ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କ୍ୟାବିନେଟର ସୁପାରିସ ମାନିବାକୁ ରାଜ୍ୟପାଳ ବାଧ୍ୟ କିନ୍ତୁ କର୍ଣ୍ଣାଟକ କ୍ଷେତ୍ରରେ ଯାହା ଦେଖାଗଲା, ତାହା ଆଦୌ ଗ୍ରହଣୀୟ ନୁହେଁ। ଜଣେ ସାଧାରଣ ବ୍ୟକ୍ତିର ଅଭିଯୋଗ ଆଧାରରେ ରାଜ୍ୟପାଳ କିପରି ମୁଖ୍ୟମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇବେ? ଏମିତି ହେଲେ ଯେକେହି ଅଭିଯୋଗ କଲେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେବେ ଏବଂ ଇସ୍ତଫା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପଡ଼ିବ। ଏମିତି ହେଲେ କୌଣସି ସରକାର ଚାଲି ପାରିବ ନାହିଁ।

ମୁୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର କୌଣସି ସତ୍ୟତା ନଥିବାରୁ ଏହାକୁ ଖାରଜ କରିବା ଲାଗି କର୍ଣ୍ଣାଟକ କ୍ୟାବିନେଟ ରାଜ୍ୟପାଳଙ୍କୁ ସୁପାରିସ କରିଥିଲା ହେଲେ ରାଜ୍ୟପାଳ ଜଣେ ସାଧାରଣ ବ୍ୟକ୍ତିର ଅଭିଯୋଗକୁ ଗୁରୁତ୍ବ ଦେଲେ, କିନ୍ତୁ ରାଜ୍ୟ କ୍ୟାବିନେଟ ସୁପାରିସକୁ ଅଗ୍ରାହ୍ୟ କରିଦେଲେ। ଏହା ଆଇନଗତ, ସାମ୍ବିଧାନିକ ଏବ ରାଜନୈତିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ ନୁହେଁ। ରାଜ୍ୟ କ୍ୟାବିନେଟ ସୁପାରିସ ମାନିବାକୁ ରାଜ୍ୟପାଳଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ବେଳେ ରାଜ୍ୟପାଳ କେନ୍ଦ୍ରରେ ଶାସନ କରୁଥିବା ଦଳର ଚାପରେ ପଡ଼ି ଅସ୍ଥିରତା ସୃଷ୍ଟି କରୁଛନ୍ତି। ସେ କହିଲେ ଯେ ଗଣତାନ୍ତ୍ରିକ ରୂପେ ନିର୍ବାଚିତ ସରକାରକୁ କିପରି କ୍ଷମତାଚ୍ୟୁତ କରାଯାଏ ତାହାର ଉଦାହରଣ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ ଓ ମଣିପୁରରେ ଦେଖିବାକୁ ମିଳିଛି। କେନ୍ଦ୍ରରେ କ୍ଷମତାରେ ଥିବା ଦଳ ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ରାଜ୍ୟରେ କ୍ଷମତାସୀନ ସରକାରକୁ ଅସ୍ଥିର କରିବା ଲାଗି ଉଦ୍ୟମ ହେଉଛି ନୈତିକତା ଦୃଷ୍ଟିରୁ ଭୁଲ ଏବଂ ନିନ୍ଦନୀୟ ବୋଲି ସେ କହିଛନ୍ତି।

19 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର