ଧର୍ମ ନାମରେ ଘୃଣା ବିସ୍ତାର କରୁଥିବା ଲୋକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କର ନଚେତ୍ ହେବ କୋର୍ଟ ଅବମାନନା କେସ୍

The Sakala Picture
Published On

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବା କୋର୍ଟର ଦାୟିତ୍ବ ବୋଲି କହିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି ଯେ ହେଟ୍ ସ୍ପିଚ୍ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ । ଏହାଛଡ଼ା […]

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବା କୋର୍ଟର ଦାୟିତ୍ବ ବୋଲି କହିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି ଯେ ହେଟ୍ ସ୍ପିଚ୍ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ । ଏହାଛଡ଼ା ସୁପ୍ରିମକୋର୍ଟ ଦିଲ୍ଲୀ, ୟୁପି ଏବଂ ଉତ୍ତରାଖଣ୍ଡ ପୁଲିସକୁ ନୋଟିସ ଜାରି କରି ହେଟ୍ ସ୍ପିଚ୍ ରେ ଜଡିତ ଥିବା ଲୋକଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାର ଜବାବ ମାଗିଛନ୍ତି ।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ଆଜି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ହେଟ୍ ସ୍ପିଚ୍ ସମ୍ବନ୍ଧୀୟ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଭାରତ ଏକ ଧର୍ମନିରପେକ୍ଷ ଦେଶ ଭାବେ ବିବେଚିତ ହେଉଥିଲେ ମଧ୍ୟ ଏଭଳି ଘଟଣା ଦୁର୍ଭାଗ୍ୟଜନକ । ଦେଶରେ ହେଟ୍ ସ୍ପିଚ୍ ସମ୍ପର୍କରେ ଭାରତୀୟ ଦଣ୍ଡ ସଂହିତାରେ ଉପଯୁକ୍ତ ବ୍ୟବସ୍ଥା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ହେଟ୍ ସ୍ପିଚ୍ ଉପରେ କୌଣସି ଅଭିଯୋଗ ରୁଜୁ ନ ହେଲେ ମଧ୍ୟ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ହେଟ୍ ସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା ହୁଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ଯେଉଁମାନେ ଘୃଣା ଭାଷଣ ଦେଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଘୃଣା ଭାଷଣରେ ଯେକୌଣସି ଧର୍ମର ଲୋକ ଜଡ଼ିତ ଥାଆନ୍ତୁ ନା କାହିଁକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଦେଶରେ ଘୃଣାର ବାତାବରଣ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ସମସ୍ତଙ୍କୁ ବିଚଳିତ କରୁଛି। ଏହିପରି ମନ୍ତବ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ । ଦେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହେଟ୍ ସ୍ପିଚ୍ ନେଇ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ଜଷ୍ଟିସ କେ.ଏମ ଜୋସେଫଙ୍କ ଖଣ୍ଡପୀଠ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଏକବିଂଶ ଶତାବ୍ଦୀରେ ବି ଧର୍ମ ନାମରେ ଆମେ କେଉଁଠାରେ ପହଞ୍ଚି ଯାଇଛୁ ବୋଲି ସେ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି । ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଆମେ ଭଗବାନଙ୍କୁ କେତେ ଛୋଟ କରିଦେଇଛୁ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହର କହର: ଅକୋଲା ସବୁଠାରୁ ଉତ୍ତପ୍ତ ସହର, ଅଂଶୁଘାତରେ ଅଟୋ ଚାଳକଙ୍କ ମୃତ୍ୟୁ

21 Oct 2022 By The Sakala

ଧର୍ମ ନାମରେ ଘୃଣା ବିସ୍ତାର କରୁଥିବା ଲୋକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କର ନଚେତ୍ ହେବ କୋର୍ଟ ଅବମାନନା କେସ୍

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବା କୋର୍ଟର ଦାୟିତ୍ବ ବୋଲି କହିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି ଯେ ହେଟ୍ ସ୍ପିଚ୍ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ । ଏହାଛଡ଼ା ସୁପ୍ରିମକୋର୍ଟ ଦିଲ୍ଲୀ, ୟୁପି ଏବଂ ଉତ୍ତରାଖଣ୍ଡ ପୁଲିସକୁ ନୋଟିସ ଜାରି କରି ହେଟ୍ ସ୍ପିଚ୍ ରେ ଜଡିତ ଥିବା ଲୋକଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାର ଜବାବ ମାଗିଛନ୍ତି ।

ଆଜି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ହେଟ୍ ସ୍ପିଚ୍ ସମ୍ବନ୍ଧୀୟ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଭାରତ ଏକ ଧର୍ମନିରପେକ୍ଷ ଦେଶ ଭାବେ ବିବେଚିତ ହେଉଥିଲେ ମଧ୍ୟ ଏଭଳି ଘଟଣା ଦୁର୍ଭାଗ୍ୟଜନକ । ଦେଶରେ ହେଟ୍ ସ୍ପିଚ୍ ସମ୍ପର୍କରେ ଭାରତୀୟ ଦଣ୍ଡ ସଂହିତାରେ ଉପଯୁକ୍ତ ବ୍ୟବସ୍ଥା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ହେଟ୍ ସ୍ପିଚ୍ ଉପରେ କୌଣସି ଅଭିଯୋଗ ରୁଜୁ ନ ହେଲେ ମଧ୍ୟ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ହେଟ୍ ସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା ହୁଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।

ଯେଉଁମାନେ ଘୃଣା ଭାଷଣ ଦେଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଘୃଣା ଭାଷଣରେ ଯେକୌଣସି ଧର୍ମର ଲୋକ ଜଡ଼ିତ ଥାଆନ୍ତୁ ନା କାହିଁକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଦେଶରେ ଘୃଣାର ବାତାବରଣ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ସମସ୍ତଙ୍କୁ ବିଚଳିତ କରୁଛି। ଏହିପରି ମନ୍ତବ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ । ଦେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହେଟ୍ ସ୍ପିଚ୍ ନେଇ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ଜଷ୍ଟିସ କେ.ଏମ ଜୋସେଫଙ୍କ ଖଣ୍ଡପୀଠ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଏକବିଂଶ ଶତାବ୍ଦୀରେ ବି ଧର୍ମ ନାମରେ ଆମେ କେଉଁଠାରେ ପହଞ୍ଚି ଯାଇଛୁ ବୋଲି ସେ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି । ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଆମେ ଭଗବାନଙ୍କୁ କେତେ ଛୋଟ କରିଦେଇଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର