ଏଣିକି କୋଭିଡ ଟିକା ନେବା ଲାଗି ଆଉ ବାଧ୍ୟତାମୂଳକ ହେବ ନାହିଁ ଆଧାର କାର୍ଡ

The Sakala Picture
Published On

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, […]

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ନୀତି ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାର ଏହା କହିଛନ୍ତି । କୋଓ୍ବିନ ପୋର୍ଟାଲ ସମେତ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବି ଟିକାଦେବାବେଳେ ଆଧାର କାର୍ଡ ବାଧ୍ୟତାମୂଳକ ଥିବାରୁ ଲୋକେ ଅସୁବିଧାରେ ପଡୁଥିଲେ । ଆଧାର କାର୍ଡ ବ୍ୟତୀତ ଅନ୍ୟ ୯ ପ୍ରକାରର ପରିଚୟ ପତ୍ର ଯେପରିକି ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଇତ୍ୟାଦି ମଧ୍ୟ ପଞ୍ଜିକରଣ ପାଇଁ ବ୍ୟବହାର କରାଯାଇପାରିବ । ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଗତବର୍ଷ ଅକ୍ଟୋବର ୧ ତାରିଖରେ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

08 Feb 2022 By The Sakala

ଏଣିକି କୋଭିଡ ଟିକା ନେବା ଲାଗି ଆଉ ବାଧ୍ୟତାମୂଳକ ହେବ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ ।

କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ନୀତି ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାର ଏହା କହିଛନ୍ତି । କୋଓ୍ବିନ ପୋର୍ଟାଲ ସମେତ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବି ଟିକାଦେବାବେଳେ ଆଧାର କାର୍ଡ ବାଧ୍ୟତାମୂଳକ ଥିବାରୁ ଲୋକେ ଅସୁବିଧାରେ ପଡୁଥିଲେ । ଆଧାର କାର୍ଡ ବ୍ୟତୀତ ଅନ୍ୟ ୯ ପ୍ରକାରର ପରିଚୟ ପତ୍ର ଯେପରିକି ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଇତ୍ୟାଦି ମଧ୍ୟ ପଞ୍ଜିକରଣ ପାଇଁ ବ୍ୟବହାର କରାଯାଇପାରିବ । ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଗତବର୍ଷ ଅକ୍ଟୋବର ୧ ତାରିଖରେ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।

https://www.thesakala.in/national-international/aadhar-card-is-not-mandatory-for-registration-on-cowin-app/article-9083
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର