୯ ଜଣଙ୍କୁ ନୂଆ ଜୀବନ ଦେବ ଅଢ଼େଇ ବର୍ଷର ଶିଶୁ

The Sakala Picture
Published On

ନୂଆଦିଲ୍ଲୀ: ସାନ ସିନା କାମ ତା ମହାନ। ଏହି ଲୋକକଥାକୁ ସତ୍ୟ ପ୍ରତିପାଦନ କରିଛନ୍ତି ଅଢ଼େଇ ବର୍ଷର ଶିଶୁ କନ୍ୟା ଅନାୟିକା। ସେ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କ ପାଇଁ ଆଉ ୯ ଜଣ ଲୋକଙ୍କୁ ନୂଆ ଜୀବନ ମିଳିବ। ଅନାୟିକାଙ୍କ ବାପା ଅମିତ ଗୁପ୍ତାଙ୍କ ସାହସିକ ନିଷ୍ପତ୍ତି ଯୋଗୁଁ ୯ ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିବାକୁ ଯାଉଛି। ସଡ଼କ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ପରିବାରକୁ ହରାଇବା ପରେ ଅମିତ ଝିଅର ଅଙ୍ଗଦାନ […]

ନୂଆଦିଲ୍ଲୀ: ସାନ ସିନା କାମ ତା ମହାନ। ଏହି ଲୋକକଥାକୁ ସତ୍ୟ ପ୍ରତିପାଦନ କରିଛନ୍ତି ଅଢ଼େଇ ବର୍ଷର ଶିଶୁ କନ୍ୟା ଅନାୟିକା। ସେ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କ ପାଇଁ ଆଉ ୯ ଜଣ ଲୋକଙ୍କୁ ନୂଆ ଜୀବନ ମିଳିବ। ଅନାୟିକାଙ୍କ ବାପା ଅମିତ ଗୁପ୍ତାଙ୍କ ସାହସିକ ନିଷ୍ପତ୍ତି ଯୋଗୁଁ ୯ ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିବାକୁ ଯାଉଛି। ସଡ଼କ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ପରିବାରକୁ ହରାଇବା ପରେ ଅମିତ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ପିଜିଆଇ)ର ଡାକ୍ତରମାନେ ଅଙ୍ଗଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ, ଉପଯୁକ୍ତ ରୋଗୀ ମିଳିବା ପରେ ଶିଶୁର ହୃଦୟକୁ ଚେନ୍ନଇ ଏବଂ ଲିଭରକୁ ଅହମଦାବାଦ ପଠାଇ ଦିଆଯାଇଛି। କିଡ୍‌ନୀ ଏବଂ ଆଖି ପ୍ରତିରୋପଣ ପାଇଁ ରୋଗୀ ଖୋଜାଯାଉଛି। ଏହା ବ୍ୟତୀତ ପ୍ୟାନକ୍ରିଆଜ ପ୍ରତିରୋପଣ ହୋଇସାରିଛି। ଅମିତ ଗୁପ୍ତାଙ୍କ ଏହି ପଦକ୍ଷେପକୁ ପିଜିଆଇ ପକ୍ଷରୁ ପ୍ରଶଂସା କରାଯାଇଛି। ଏହାଦ୍ବାରା ଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ମିଳିବ। ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୨ରେ ମୋହାଲିରେ ଏକ ସଡ଼କ ଦୁର୍ଘଟଣାରେ ଅନାୟିକାଙ୍କ ମାଆଙ୍କ ସମେତ ପରିବାରର ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତର ସୋମବାର ବ୍ରେନ ଡେଡ୍‌ ଘୋଷଣା କରିଥିଲେ। ଏହାପରେ ଅମିତ ଶିଶୁର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
.

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର