ମଧ୍ୟପ୍ରଦେଶରେ ୪ଟି ଗୋଡ଼ ଥିବା କନ୍ୟା ସନ୍ତାନକୁ ଜନ୍ମଦେଲେ ମହିଳା

The Sakala Picture
Published On

ଗ୍ୱାଲିୟର: ମଧ୍ୟପ୍ରଦେଶରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି, ଯାହାର ୪ ଟି ଗୋଡ ଅଛି । ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା କମଲା ରାଜା ହସପିଟାଲରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଲୋକମାନେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ବେଶ ଉତ୍ସାହ ଦେଖାଇଛନ୍ତି। ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର […]

ଗ୍ୱାଲିୟର: ମଧ୍ୟପ୍ରଦେଶରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି, ଯାହାର ୪ ଟି ଗୋଡ ଅଛି । ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା କମଲା ରାଜା ହସପିଟାଲରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଲୋକମାନେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ବେଶ ଉତ୍ସାହ ଦେଖାଇଛନ୍ତି। ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଶିଶୁର ଓଜନ ୨.୩ କିଲୋ ରହିଛି । ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି। ଡାକ୍ତରୀ ଦଳର ମୁଖ୍ୟ ଡାକ୍ତର ଆର.କେ.ଏସ ଧାକଡ଼ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କିଛି ଫିଟସରେ ବ୍ୟତିକ୍ରମ ଦେଖାଦେଇଥାଏ । ଏମ୍‌ବ୍ରିଓଟି ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ସ୍ଥାନରେ ଶରୀରର ଅଙ୍ଗରେ ବିକାଶ ଘଟିଥାଏ । ଯାହାଦ୍ବାରା ଆଉ ଦୁଇଟି ଗୋଡ଼ର ବିକାଶ ହୋଇଛି । କିନ୍ତୁ ତାହା ଅକାମି ଅବସ୍ଥାରେ ରହିଛି । ପରେ ସର୍ଜରୀ ମାଧ୍ୟରେ ଗୋଡ଼ ଦୁଇଟିକୁ ଶରୀରରୁ ଅଲଗା କରି ଦିଆଯିବ ବୋଲି ଡାକ୍ତର କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଡାକ୍ତରଖାନାର ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଶିଶୁଟିର ଯତ୍ନ ନିଆଯାଉଛି । ଏକ ସ୍ୱତନ୍ତ ଡାକ୍ତରୀଦଳ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ପରେ ସର୍ଜରୀ ମାଧ୍ୟମରେ ଶିଶୁଟିର ଗୋଡ଼କୁ ଶରୀରରୁ ଅଲଗା କରି ଦିଆଯିବ ବୋଲି ସୂଚନା ମିଳିଛି । ତା’ପରେ ସେ ସାଧାରଣ ଜୀବନ ଯାପନ କରିପାରିବ ବୋଲି ଡାକ୍ତର କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର