ପ୍ରଧାନ ବିଚାରପତିଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି : ନ୍ୟାୟପାଳିକାର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ପାଇଁ ଚାଲିଛି ଷଡ଼ଯନ୍ତ୍ର

The Sakala Picture
Published On

ନୂଆଦିଲ୍ଲୀ : ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ବ୍ୟବସ୍ଥାର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୬୦୦ରୁ ଅଧିକ ବରିଷ୍ଠ ଆଇନଜୀବୀ। ଏଭଳି ଏକ ସ୍ପର୍ଶକାତର ବିଷୟକୁ ନେଇ ସେମାନେ ପ୍ରଧାନବିଚାରପତି(ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିବା ସହିତ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଏହି ଚିଠି ଲେଖିଥିବା ଆଇନଜୀବୀଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ର, ହିତେଶ ଜୈନ , ପିଙ୍କି ଆନନ୍ଦଙ୍କ ପରି […]

ନୂଆଦିଲ୍ଲୀ : ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ବ୍ୟବସ୍ଥାର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୬୦୦ରୁ ଅଧିକ ବରିଷ୍ଠ ଆଇନଜୀବୀ। ଏଭଳି ଏକ ସ୍ପର୍ଶକାତର ବିଷୟକୁ ନେଇ ସେମାନେ ପ୍ରଧାନବିଚାରପତି(ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିବା ସହିତ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଏହି ଚିଠି ଲେଖିଥିବା ଆଇନଜୀବୀଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ର, ହିତେଶ ଜୈନ , ପିଙ୍କି ଆନନ୍ଦଙ୍କ ପରି ବରିଷ୍ଠ ଏବଂ ନାମୀଦାମୀ ଆଇନଜୀବୀ ରହିଥିଲା ବେଳେ ଏକ ନିର୍ଦ୍ଦିଷ୍ଟ ଏବଂ ସ୍ବତନ୍ତ୍ର ଗୋଷ୍ଠୀ କୋର୍ଟ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଚାପ କୌଶଳ ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣିଥରେ ଇସ୍କନର ମନମାନି: ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ତେଜୁଛି ବିବାଦ

ବିଶେଷକରି ରାଜନୀତିକ କ୍ଷେତ୍ର କିମ୍ବା ଦୁର୍ନୀତି ଅଭିଯୋଗରେ ଜଡ଼ିତ ଥିବା ରାଜନେତାଙ୍କ କ୍ଷେତ୍ରରେ ଏହାର ଚାପ ଅଧିକ ରହିଥିବା ସେମାନେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସ୍ବତନ୍ତ୍ର ଗୋଷ୍ଠୀର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ଏବଂ ନ୍ୟାୟିକ ବ୍ୟବସ୍ଥାକୁ ନେଇ ରହିଥିବା ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି। ଏପରିକି ‘ବେଞ୍ଚ ଫିକ୍ସିଂ’ ପାଇଁ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏକ ସିଦ୍ଧାନ୍ତ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଅପମାନ ନୁହେଁ ; ବରଂ ସମ୍ମାନ ଉପରେ ଆକ୍ରମଣ ବୋଲି ସେମାନେ କହିଛନ୍ତି। ରାଜନୈତିକ ଏଜେଣ୍ଡା ରଖୁଥିବା ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପକାଇ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରି କୁତର୍କ ମାଧ୍ୟମରେ ନିରାଧାର ଅଭିଯୋଗ ଆଣି ଲୋକ ଲୋଚନରେ ଅଦାଲତଙ୍କୁ ଅପନିନ୍ଦିତ କରାଇବାକୁ ଉଦ୍ୟମ କରୁଛନ୍ତି। ନ୍ୟାୟପାଳିକାର ସଂହତି, ନିରପେକ୍ଷତା ଏବଂ ସର୍ବୋପରି ପବିତ୍ରତା ପ୍ରତି ସନ୍ଦେହ ସୃଷ୍ଟି କରାଯାଉଥିବାରୁ ଏହି ଆଇନଜୀବୀମାନେ ଉଦବେଗ ପ୍ରକାଶ କରି ସିଜେଆଇଙ୍କୁ ଏହି ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଜାପାନରେ ସାଇବର ଆକ୍ରମଣ: ChatGPT ବ୍ୟବହାର କରି ୪୬ ହଜାରରୁ ଅଧିକ ଆକାଉଣ୍ଟ ଡିଲିଟ୍ କଲା ୧୫ ବର୍ଷର ଛାତ୍ର

ସେମାନେ ଜଣାଇଛନ୍ତି ଯେ , ଯେତେବେଳେ କୌଣସି ପ୍ରଭାବଶାଳୀ ରାଜନେତାଙ୍କ ଦୁର୍ନୀତି ସମ୍ପର୍କିତ ମାମଲା ଅଦାଲତକୁ ଆସେ ସେତେବେଳେ ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତତ୍ପର ହେବା ସହିତ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ଓ ନ୍ୟାୟପାଳିକାକୁ ଅପଯଶ ପହଞ୍ଚାଇବାକୁ ଚେଷ୍ଟିତ ହୋଇଥାଏ। ଜନମାନସରେ ଏକ ଅବଧାରଣା ସୃଷ୍ଟିକରାଯାଏ ଯେ , ଅତୀତରେ ଅଦାଲତଙ୍କ ନ୍ୟାୟଦାନ କାର୍ଯ୍ୟପ୍ରଣାଳୀ ଅତୀବ ସୁଚାରୁ ଥିଲା ଓ ରାୟଗୁଡ଼ିକ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଯୋଗ୍ୟ ଥିଲା, ଯାହା ଦୁର୍ଭାଗ୍ୟକୁ ଏବେ ପରିଦୃଷ୍ଟ ହେଉନାହିଁ। ଏପରି ଅବଧାରଣା ସୃଜନର ଉଦ୍ଦ୍ୟେଶ ହେଉଛି ନ୍ୟାୟପାଳିକାକୁ ନ୍ୟୂନ ଦେଖାଇବା ଓ ନ୍ୟାୟପାଳିକା ପ୍ରତି ଲୋକଙ୍କ ଅତୁଟ ବିଶ୍ବାସକୁ ଜର୍ଜର କରିବା। ମନଗଢ଼ା, ନିରାଧାର ଅଭିଯୋଗ ଅଣାଯାଏ ଯେ ଖଣ୍ଡପୀଠ ଗଠନରେ କାରସାଦି ବା ବେଞ୍ଚ୍ ଫିକ୍ସିଂ ହେଉଛି।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି', ବୃଦ୍ଧି ପାଇଲା ଦେଶର ସାମୁଦ୍ରିକ ଶକ୍ତି

ଏଭଳି ପ୍ରମାଣହୀନ, ଅସତ୍ୟ ଅଭିଯୋଗ କାରଣରୁ ବିଚାରପତିମାନଙ୍କ ନିଷ୍ପକ୍ଷତା ସନ୍ଦେହ ଘେରକୁ ଆସେ, ସମ୍ମାନରେ ଦାଗ ଲାଗେ। ନ୍ୟାୟିକ ପ୍ରସଙ୍ଗରେ ରାଜନେତାମାନେ ଯେପରି ଦୋମୁହାଁ ଆଚରଣ ଓ ଉଚ୍ଚାରଣ ନୀତି ଆପଣାଉଛନ୍ତି ତାହା ମଧ୍ୟ ଉଦବେଗର ଅନ୍ୟତମ ଏକ କାରଣ ବୋଲି ଦର୍ଶାଇ ଆଇନଜୀବୀମାନେ କହିଛନ୍ତି, ଅଦାଲତ ଫଏସଲା ଯଦି ରାଜନେତାଙ୍କୁ ସୁହାଉଥିବ ତେବେ ତାହାର ଉଚ୍ଚପ୍ରଶଂସା କରାଯିବ। ସୁହାଉନଥିଲେ ବିଭିନ୍ନ ଅଳରେ ସେମାନେ ଅସନ୍ତୋଷ ବର୍ଷା କରିବେ। ଏହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଏକ ଅବାଞ୍ଛିତ ଆକ୍ଷେପ ସଦୃଶ ହେଉଛି। ଦେଖାଯାଉଛି, ରାଜନେତାମାନେ ଯାହାକୁ ଦୁର୍ନୀତିଖୋର କହିଛନ୍ତି, ତାହାଙ୍କୁ ପୁଣି ଅଦାଲତରେ ସଚ୍ଚୋଟ କହିଛନ୍ତି। ଅଦାଲତଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ନଗଲେ ନେତାମାନେ ମିଡିଆରେ ନ୍ୟାୟପାଳିକାରେ ବିଭ୍ରାଟ ରହିଛି କହି ବିଷୋଦଗାର କରୁଛନ୍ତି। ଆଇନଜୀବୀମାନେ ଏହି ଚିଠିରେ ନ୍ୟାୟପାଳିକାକୁ ସକଳ ବାହ୍ୟ ପ୍ରଭାବରୁ ମୁକ୍ତ ରଖାଯିବା ଓ ଆଇନର ଶାସନକୁ ଦୃଢ଼ ଭାବେ ଲାଗୁ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନବିଚାରପତିଙ୍କୁ ନିବେଦନ କରିଛନ୍ତି।

29 Mar 2024 By The Sakala

ପ୍ରଧାନ ବିଚାରପତିଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି : ନ୍ୟାୟପାଳିକାର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ପାଇଁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ବ୍ୟବସ୍ଥାର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୬୦୦ରୁ ଅଧିକ ବରିଷ୍ଠ ଆଇନଜୀବୀ। ଏଭଳି ଏକ ସ୍ପର୍ଶକାତର ବିଷୟକୁ ନେଇ ସେମାନେ ପ୍ରଧାନବିଚାରପତି(ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିବା ସହିତ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଏହି ଚିଠି ଲେଖିଥିବା ଆଇନଜୀବୀଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ର, ହିତେଶ ଜୈନ , ପିଙ୍କି ଆନନ୍ଦଙ୍କ ପରି ବରିଷ୍ଠ ଏବଂ ନାମୀଦାମୀ ଆଇନଜୀବୀ ରହିଥିଲା ବେଳେ ଏକ ନିର୍ଦ୍ଦିଷ୍ଟ ଏବଂ ସ୍ବତନ୍ତ୍ର ଗୋଷ୍ଠୀ କୋର୍ଟ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଚାପ କୌଶଳ ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି।

ବିଶେଷକରି ରାଜନୀତିକ କ୍ଷେତ୍ର କିମ୍ବା ଦୁର୍ନୀତି ଅଭିଯୋଗରେ ଜଡ଼ିତ ଥିବା ରାଜନେତାଙ୍କ କ୍ଷେତ୍ରରେ ଏହାର ଚାପ ଅଧିକ ରହିଥିବା ସେମାନେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସ୍ବତନ୍ତ୍ର ଗୋଷ୍ଠୀର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ଏବଂ ନ୍ୟାୟିକ ବ୍ୟବସ୍ଥାକୁ ନେଇ ରହିଥିବା ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି। ଏପରିକି ‘ବେଞ୍ଚ ଫିକ୍ସିଂ’ ପାଇଁ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏକ ସିଦ୍ଧାନ୍ତ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଅପମାନ ନୁହେଁ ; ବରଂ ସମ୍ମାନ ଉପରେ ଆକ୍ରମଣ ବୋଲି ସେମାନେ କହିଛନ୍ତି। ରାଜନୈତିକ ଏଜେଣ୍ଡା ରଖୁଥିବା ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପକାଇ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରି କୁତର୍କ ମାଧ୍ୟମରେ ନିରାଧାର ଅଭିଯୋଗ ଆଣି ଲୋକ ଲୋଚନରେ ଅଦାଲତଙ୍କୁ ଅପନିନ୍ଦିତ କରାଇବାକୁ ଉଦ୍ୟମ କରୁଛନ୍ତି। ନ୍ୟାୟପାଳିକାର ସଂହତି, ନିରପେକ୍ଷତା ଏବଂ ସର୍ବୋପରି ପବିତ୍ରତା ପ୍ରତି ସନ୍ଦେହ ସୃଷ୍ଟି କରାଯାଉଥିବାରୁ ଏହି ଆଇନଜୀବୀମାନେ ଉଦବେଗ ପ୍ରକାଶ କରି ସିଜେଆଇଙ୍କୁ ଏହି ଚିଠି ଲେଖିଛନ୍ତି।

ସେମାନେ ଜଣାଇଛନ୍ତି ଯେ , ଯେତେବେଳେ କୌଣସି ପ୍ରଭାବଶାଳୀ ରାଜନେତାଙ୍କ ଦୁର୍ନୀତି ସମ୍ପର୍କିତ ମାମଲା ଅଦାଲତକୁ ଆସେ ସେତେବେଳେ ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତତ୍ପର ହେବା ସହିତ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ଓ ନ୍ୟାୟପାଳିକାକୁ ଅପଯଶ ପହଞ୍ଚାଇବାକୁ ଚେଷ୍ଟିତ ହୋଇଥାଏ। ଜନମାନସରେ ଏକ ଅବଧାରଣା ସୃଷ୍ଟିକରାଯାଏ ଯେ , ଅତୀତରେ ଅଦାଲତଙ୍କ ନ୍ୟାୟଦାନ କାର୍ଯ୍ୟପ୍ରଣାଳୀ ଅତୀବ ସୁଚାରୁ ଥିଲା ଓ ରାୟଗୁଡ଼ିକ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଯୋଗ୍ୟ ଥିଲା, ଯାହା ଦୁର୍ଭାଗ୍ୟକୁ ଏବେ ପରିଦୃଷ୍ଟ ହେଉନାହିଁ। ଏପରି ଅବଧାରଣା ସୃଜନର ଉଦ୍ଦ୍ୟେଶ ହେଉଛି ନ୍ୟାୟପାଳିକାକୁ ନ୍ୟୂନ ଦେଖାଇବା ଓ ନ୍ୟାୟପାଳିକା ପ୍ରତି ଲୋକଙ୍କ ଅତୁଟ ବିଶ୍ବାସକୁ ଜର୍ଜର କରିବା। ମନଗଢ଼ା, ନିରାଧାର ଅଭିଯୋଗ ଅଣାଯାଏ ଯେ ଖଣ୍ଡପୀଠ ଗଠନରେ କାରସାଦି ବା ବେଞ୍ଚ୍ ଫିକ୍ସିଂ ହେଉଛି।

ଏଭଳି ପ୍ରମାଣହୀନ, ଅସତ୍ୟ ଅଭିଯୋଗ କାରଣରୁ ବିଚାରପତିମାନଙ୍କ ନିଷ୍ପକ୍ଷତା ସନ୍ଦେହ ଘେରକୁ ଆସେ, ସମ୍ମାନରେ ଦାଗ ଲାଗେ। ନ୍ୟାୟିକ ପ୍ରସଙ୍ଗରେ ରାଜନେତାମାନେ ଯେପରି ଦୋମୁହାଁ ଆଚରଣ ଓ ଉଚ୍ଚାରଣ ନୀତି ଆପଣାଉଛନ୍ତି ତାହା ମଧ୍ୟ ଉଦବେଗର ଅନ୍ୟତମ ଏକ କାରଣ ବୋଲି ଦର୍ଶାଇ ଆଇନଜୀବୀମାନେ କହିଛନ୍ତି, ଅଦାଲତ ଫଏସଲା ଯଦି ରାଜନେତାଙ୍କୁ ସୁହାଉଥିବ ତେବେ ତାହାର ଉଚ୍ଚପ୍ରଶଂସା କରାଯିବ। ସୁହାଉନଥିଲେ ବିଭିନ୍ନ ଅଳରେ ସେମାନେ ଅସନ୍ତୋଷ ବର୍ଷା କରିବେ। ଏହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଏକ ଅବାଞ୍ଛିତ ଆକ୍ଷେପ ସଦୃଶ ହେଉଛି। ଦେଖାଯାଉଛି, ରାଜନେତାମାନେ ଯାହାକୁ ଦୁର୍ନୀତିଖୋର କହିଛନ୍ତି, ତାହାଙ୍କୁ ପୁଣି ଅଦାଲତରେ ସଚ୍ଚୋଟ କହିଛନ୍ତି। ଅଦାଲତଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ନଗଲେ ନେତାମାନେ ମିଡିଆରେ ନ୍ୟାୟପାଳିକାରେ ବିଭ୍ରାଟ ରହିଛି କହି ବିଷୋଦଗାର କରୁଛନ୍ତି। ଆଇନଜୀବୀମାନେ ଏହି ଚିଠିରେ ନ୍ୟାୟପାଳିକାକୁ ସକଳ ବାହ୍ୟ ପ୍ରଭାବରୁ ମୁକ୍ତ ରଖାଯିବା ଓ ଆଇନର ଶାସନକୁ ଦୃଢ଼ ଭାବେ ଲାଗୁ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନବିଚାରପତିଙ୍କୁ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର