ଭାରତୀୟ ସେନା ଇତିହାସରେ ପ୍ରଥମ: ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ ହେଲେ ୫ ମହିଳା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ଶନିବାର ଚେନ୍ନଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମି (ଓଟିଏ)ରେ ପାସିଂ ଆଉଟ ପରେଡ ପରେ ୨ ଅଧିକାରୀଙ୍କୁ ପାକିସ୍ତାନ ସୀମାରେ ଥିବା ୟୁନିଟରେ ଏବଂ ୩ ଅଧିକାରୀଙ୍କୁ ଚୀନ୍‌ ସୀମାରେ ମୁତୟନ କରାଯାଇଛି। ଗଲୱାନ ଆକ୍ରମଣରେ ସହିଦ ଯବାନ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ମଧ୍ୟ ସେନାରେ ସାମିଲ ହୋଇଛନ୍ତି। ପ୍ରଶିକ୍ଷଣ ଶେଷ କରିବା ପରେ […]

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ଶନିବାର ଚେନ୍ନଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମି (ଓଟିଏ)ରେ ପାସିଂ ଆଉଟ ପରେଡ ପରେ ୨ ଅଧିକାରୀଙ୍କୁ ପାକିସ୍ତାନ ସୀମାରେ ଥିବା ୟୁନିଟରେ ଏବଂ ୩ ଅଧିକାରୀଙ୍କୁ ଚୀନ୍‌ ସୀମାରେ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ଗଲୱାନ ଆକ୍ରମଣରେ ସହିଦ ଯବାନ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ମଧ୍ୟ ସେନାରେ ସାମିଲ ହୋଇଛନ୍ତି। ପ୍ରଶିକ୍ଷଣ ଶେଷ କରିବା ପରେ ସେ ଲେଫ୍ଟନାଣ୍ଟ ପଦରେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ମୁତୟନ କରାଯାଇଛି। ଦୀପକ ସିଂହଙ୍କୁ ନିଜ ବୀରତା ପାଇଁ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ସୂଚନା ଅନୁଯାୟୀ ଲେଫ୍ଟନାଣ୍ଟ ମହକ ସୈନିଙ୍କୁ ସର୍ଭିଲାନ୍ସ ଆଣ୍ଡ ଟାର୍ଗେଟ ଆକ୍ବାଜିସନ ରେଜିମେଣ୍ଟ (ସାଟା), ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ ଏବଂ ଲେଫ୍ଟନାଣ୍ଟ ଅଦିତି ଯାଦବଙ୍କୁ ଫିଲ୍ଡ ରେଜିମେଣ୍ଟ, ଲେଫ୍ଟନାଣ୍ଟ ପିଓସ ମୁଦଗିଲଙ୍କୁ ମିଡିୟମ ରେଜିମେଣ୍ଟ ଏବଂ ଲେଫ୍ଟନାଣ୍ଟ ଆକାଂକ୍ଷାଙ୍କୁ ରକେଟ ରେଜିମେଣ୍ଟରେ ମୁତୟନ କରାଯାଇଛି। ଓଟିଏରେ ଏମାନଙ୍କୁ ପୁରୁଷଙ୍କ ଭଳି କଡ଼ା ପ୍ରଶିକ୍ଷଣ ଦିଆଯାଇଥାଏ। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରଶିକ୍ଷଣରେ ଜାଆଁଳା ଭାଇ ଅଜୟ ସିଂହ ଗିଲ ଏବଂ ଅର୍ଜୁନ ସିଂହ ମଧ୍ୟ ସାମିଲ ହୋଇଥିଲେ। ଅଜୟ ‘ସ୍ବାର୍ଡ ଅଫ୍‌ ଅନର’ ସହିତ ପାସ୍‌ ଆଉଟ ହୋଇଥିଲେ। ସେହିପରି ଅର୍ଜୁନ ୬ ମାସ ପରେ ପ୍ରଶିକ୍ଷଣ ଶେଷ କରିବେ। ନିଜ ପୁଅଙ୍କୁ ଦେଶସେବା ପାଇଁ ପଠାଇଥିବା ମାତାପିତାଙ୍କୁ ସେନା ପ୍ରଣାମ କରିଛି। ଜାନୁଆରୀରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆର୍ଟିଲାରୀ ରେଜିମେଣ୍ଟରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

30 Apr 2023 By The Sakala

ଭାରତୀୟ ସେନା ଇତିହାସରେ ପ୍ରଥମ: ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ ହେଲେ ୫ ମହିଳା

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ଶନିବାର ଚେନ୍ନଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମି (ଓଟିଏ)ରେ ପାସିଂ ଆଉଟ ପରେଡ ପରେ ୨ ଅଧିକାରୀଙ୍କୁ ପାକିସ୍ତାନ ସୀମାରେ ଥିବା ୟୁନିଟରେ ଏବଂ ୩ ଅଧିକାରୀଙ୍କୁ ଚୀନ୍‌ ସୀମାରେ ମୁତୟନ କରାଯାଇଛି।

ଗଲୱାନ ଆକ୍ରମଣରେ ସହିଦ ଯବାନ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ମଧ୍ୟ ସେନାରେ ସାମିଲ ହୋଇଛନ୍ତି। ପ୍ରଶିକ୍ଷଣ ଶେଷ କରିବା ପରେ ସେ ଲେଫ୍ଟନାଣ୍ଟ ପଦରେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ମୁତୟନ କରାଯାଇଛି। ଦୀପକ ସିଂହଙ୍କୁ ନିଜ ବୀରତା ପାଇଁ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା।

ସୂଚନା ଅନୁଯାୟୀ ଲେଫ୍ଟନାଣ୍ଟ ମହକ ସୈନିଙ୍କୁ ସର୍ଭିଲାନ୍ସ ଆଣ୍ଡ ଟାର୍ଗେଟ ଆକ୍ବାଜିସନ ରେଜିମେଣ୍ଟ (ସାଟା), ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ ଏବଂ ଲେଫ୍ଟନାଣ୍ଟ ଅଦିତି ଯାଦବଙ୍କୁ ଫିଲ୍ଡ ରେଜିମେଣ୍ଟ, ଲେଫ୍ଟନାଣ୍ଟ ପିଓସ ମୁଦଗିଲଙ୍କୁ ମିଡିୟମ ରେଜିମେଣ୍ଟ ଏବଂ ଲେଫ୍ଟନାଣ୍ଟ ଆକାଂକ୍ଷାଙ୍କୁ ରକେଟ ରେଜିମେଣ୍ଟରେ ମୁତୟନ କରାଯାଇଛି। ଓଟିଏରେ ଏମାନଙ୍କୁ ପୁରୁଷଙ୍କ ଭଳି କଡ଼ା ପ୍ରଶିକ୍ଷଣ ଦିଆଯାଇଥାଏ। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରଶିକ୍ଷଣରେ ଜାଆଁଳା ଭାଇ ଅଜୟ ସିଂହ ଗିଲ ଏବଂ ଅର୍ଜୁନ ସିଂହ ମଧ୍ୟ ସାମିଲ ହୋଇଥିଲେ। ଅଜୟ ‘ସ୍ବାର୍ଡ ଅଫ୍‌ ଅନର’ ସହିତ ପାସ୍‌ ଆଉଟ ହୋଇଥିଲେ। ସେହିପରି ଅର୍ଜୁନ ୬ ମାସ ପରେ ପ୍ରଶିକ୍ଷଣ ଶେଷ କରିବେ। ନିଜ ପୁଅଙ୍କୁ ଦେଶସେବା ପାଇଁ ପଠାଇଥିବା ମାତାପିତାଙ୍କୁ ସେନା ପ୍ରଣାମ କରିଛି। ଜାନୁଆରୀରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆର୍ଟିଲାରୀ ରେଜିମେଣ୍ଟରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର