କୋଲକତାର ଗାର୍ଡେନ ରିଚ୍‌ରେ ଭୁଶୁଡିଲା ନିର୍ମାଣାଧୀନ ୫ ମହଲା କୋଠା, ୨ ମୃତ

The Sakala Picture
Published On

କୋଲକତା: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ରବିବାର ରାତିରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି। ଭଗ୍ନାଂଶ  ତଳେ ଆଉ ୬ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।  ଆହାତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ […]

କୋଲକତା: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ରବିବାର ରାତିରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି। ଭଗ୍ନାଂଶ  ତଳେ ଆଉ ୬ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।  ଆହାତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ପୋଲିସର ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ୪୭ ବର୍ଷୀୟ ସମା ବେଗମ୍ ଏବଂ ୫୫ ବର୍ଷୀୟ ହସିନା ଖାତୁନ୍ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ୧୦ ଜଣ ଆହତଙ୍କୁ ସ୍ଥାନୀୟ ନର୍ସିଂହୋମରେ, ୫ ଜଣ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଛନ୍ତି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ସୂଚନା ଅନୁଯାୟୀ, କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

18 Mar 2024 By The Sakala

କୋଲକତାର ଗାର୍ଡେନ ରିଚ୍‌ରେ ଭୁଶୁଡିଲା ନିର୍ମାଣାଧୀନ ୫ ମହଲା କୋଠା, ୨ ମୃତ

କୋଲକତା: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ରବିବାର ରାତିରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି। ଭଗ୍ନାଂଶ  ତଳେ ଆଉ ୬ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।  ଆହାତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ୪୭ ବର୍ଷୀୟ ସମା ବେଗମ୍ ଏବଂ ୫୫ ବର୍ଷୀୟ ହସିନା ଖାତୁନ୍ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ୧୦ ଜଣ ଆହତଙ୍କୁ ସ୍ଥାନୀୟ ନର୍ସିଂହୋମରେ, ୫ ଜଣ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର