ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ: କଣ୍ଟେନର ସହ ଧକ୍କା ହେଲା କାର୍‌, ୫ ମୃତ

The Sakala Picture
Published On

ଆନ୍ଧ୍ରପଦେଶ: ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ତିମ ସଂସ୍କାର ସାରି କାରରେ ଫେରୁଥିବାବେଳେ କଣ୍ଟେନର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର ସହିତ ଏକ କଣ୍ଟେନର ଟ୍ରକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣାରେ କାରରେ ଥିବା […]

ଆନ୍ଧ୍ରପଦେଶ: ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ତିମ ସଂସ୍କାର ସାରି କାରରେ ଫେରୁଥିବାବେଳେ କଣ୍ଟେନର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ

ସୂଚନା ଅନୁଯାୟୀ, କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର ସହିତ ଏକ କଣ୍ଟେନର ଟ୍ରକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କାରରେ ଥିବା ଲୋକମାନେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ୭୫ଟି ରାସ୍ତା ବନ୍ଦ, ବିଭିନ୍ନ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି

27 Aug 2024 By The Sakala

ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ: କଣ୍ଟେନର ସହ ଧକ୍କା ହେଲା କାର୍‌, ୫ ମୃତ

ଆନ୍ଧ୍ରପଦେଶ: ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ତିମ ସଂସ୍କାର ସାରି କାରରେ ଫେରୁଥିବାବେଳେ କଣ୍ଟେନର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର ସହିତ ଏକ କଣ୍ଟେନର ଟ୍ରକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କାରରେ ଥିବା ଲୋକମାନେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର