ନୋଏଡାରେ ନିର୍ମାଣଧୀନ ପାଚେରୀ ଭୁଷୁଡି ଚାଲିଗଲା ୪ ଜଣଙ୍କ ଜୀବନ, ଏକାଧିକ ଆହତ

The Sakala Picture
Published On

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ବଡ ଧରଣର ଅଘଟଣ । ନୋଏଡା ସେକ୍ଟର ୨୧ ରେ ଏକ ନିର୍ମାଣଧୀନ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣା ଘଟିବା ସମୟରେ […]

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ବଡ ଧରଣର ଅଘଟଣ । ନୋଏଡା ସେକ୍ଟର ୨୧ ରେ ଏକ ନିର୍ମାଣଧୀନ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣା ଘଟିବା ସମୟରେ ୧୨ ଜଣ ଶ୍ରମିକ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ସୂଚନା ଅନୁସାରେ, ନୋଏଡାର ସେକ୍ଟର ୨୧ରେ ଥିବା ଏକ ପାଚେରୀ କଡ଼ରେ ନାଳ ନିର୍ମାଣ କାମ ଚାଲୁଥିଲା । ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରୀଟି ଭୁଶୁପଡିଥିଲା । ଯାହାଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ କାମ ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଗୁରୁତର ଥିବା ୯ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଏ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ସମବେଦନା ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

20 Sep 2022 By The Sakala

ନୋଏଡାରେ ନିର୍ମାଣଧୀନ ପାଚେରୀ ଭୁଷୁଡି ଚାଲିଗଲା ୪ ଜଣଙ୍କ ଜୀବନ, ଏକାଧିକ ଆହତ

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ବଡ ଧରଣର ଅଘଟଣ । ନୋଏଡା ସେକ୍ଟର ୨୧ ରେ ଏକ ନିର୍ମାଣଧୀନ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣା ଘଟିବା ସମୟରେ ୧୨ ଜଣ ଶ୍ରମିକ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ନୋଏଡାର ସେକ୍ଟର ୨୧ରେ ଥିବା ଏକ ପାଚେରୀ କଡ଼ରେ ନାଳ ନିର୍ମାଣ କାମ ଚାଲୁଥିଲା । ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରୀଟି ଭୁଶୁପଡିଥିଲା । ଯାହାଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ କାମ ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଗୁରୁତର ଥିବା ୯ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ସମବେଦନା ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର