କାବୁ ହେଲା ପ୍ରତିଶୋଧ ନେଉଥିବା ମାଙ୍କଡ: ମାସକରେ ମାରିଥିଲା ୨୫୦ରୁ ଅଧିକ କୁକୁର ଛୁଆ

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଫରେଷ୍ଟ ଅଫିସର କହିଛନ୍ତି। ବିଡ ଜିଲାରେ ପାଖାପାଖି ୨୫୦ କୁକୁର ଛୁଆଙ୍କୁ ଏହି ମାଙ୍କଡମାନେ ମାରିଥିବା ଅନୁମାନ କରାଯାଉଥିଲା । ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବିଡ ଜିଲ୍ଲାର ମାଜଲଗାଓଁରୁ […]

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଫରେଷ୍ଟ ଅଫିସର କହିଛନ୍ତି। ବିଡ ଜିଲାରେ ପାଖାପାଖି ୨୫୦ କୁକୁର ଛୁଆଙ୍କୁ ଏହି ମାଙ୍କଡମାନେ ମାରିଥିବା ଅନୁମାନ କରାଯାଉଥିଲା ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ପେଣ୍ଟାଗନର ତଥ୍ୟକୁ ନେଇ ସନ୍ଦେହରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପଙ୍କୁ କରାଯାଉଛି କି ବିଭ୍ରାନ୍ତ?

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବିଡ ଜିଲ୍ଲାର ମାଜଲଗାଓଁରୁ ଏକ ଅଜବ ଖବର ଆସିଥିଲା। ଗାଁରେ  ମାଙ୍କଡ ପ୍ରତିଶୋଧ ନେଇ ପ୍ରାୟ ୨୫୦ରୁ ଅଧିକ କୁକୁରକୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ମଜଲଗାଓଁର ଲୋକମାନେ କହିଥିଲେ ଯେ ଗତ ଏକ ମାସ ଧରି କୁକୁରମାନଙ୍କୁ  ମାଙ୍କଡମାନେ ମାରିଚାଲିଛନ୍ତି। ପ୍ରତିଶୋଧ ନେବା ପାଇଁ ମାଙ୍କଡ଼ର ଏକ ଦଳ ପ୍ରାୟ ୨୫୦ରୁ ଅଧିକ କୁକୁରଙ୍କୁ ମାରିସାରିଲେଣି। ମାଙ୍ଗଡ଼ମାନେ କୁକୁର ଛୁଆ ଗୁଡ଼ିକୁ ଧରି ନେଇ ଗଛ କିମ୍ବା ଛାତରୁ ଫିଙ୍ଗି ମାରି ଦେଉଛନ୍ତି। ମାଙ୍କଡମାନଙ୍କର ଏହି ପ୍ରତିଶୋଧ କାର୍ଯ୍ୟ ଦ୍ୱାରା ଅଞ୍ଚଳର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଗାଁର ଲୋକମାନେ ଜଙ୍ଗଲ ବିଭାଗ ସହିତ ଯୋଗାଯୋଗ କରି ଆକ୍ରମଣକାରୀ ମାଙ୍କଡମାନଙ୍କୁ ଧରିବାକୁ ଅନୁରୋଧ କରିଥିଲେ। ସୂଚନା ପାଇବା ପରେ ବନ ବିଭାଗ ଦଳ ପହଞ୍ଚି ୨ଟି ମାଙ୍କଡକୁ କାବୁ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବୁଲନ୍ଦଶହର ଟ୍ରିପଲ ମର୍ଡର: ପୋଲିସ ଏନକାଉଣ୍ଟରରେ ଟଳିଲା ମୁଖ୍ୟ ଅଭିଯୁକ୍ତ ଜୀତୁ ସୈନି, ଦୁଇ ପୋଲିସକର୍ମୀ ଆହତ

ଗାଁ ଲୋକଙ୍କ କହିବା ଅନୁଯା,ୟୀ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି। କିଛି ଦିନ ତଳେ କୁକୁରମାନେ ଏକ ମାଙ୍କଡ ଛୁଆକୁ  ମାରି ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ମାଙ୍କଡ଼। ଏହାପରଠୁ ମାଙ୍କଡମାନେ ଛୁଆ କୁକୁର ମାନଙ୍କୁ ଧରି କୌଣସି ଉଚ୍ଚା ସ୍ଥାନରୁ ତଳକୁ ଫୋପାଡ଼ି ଦେଉଥିବା କହିଛନ୍ତି ସ୍ଥାନୀୟ ଲୋକେ। ଆମ ଛୁଆକୁ ମାରିଲ ମାନେ ଏବେ ତୁମ ଛୁଆକୁ ବି ମାରିବୁ। ଯାହାକୁ ଏବେ ସତ କରିବାରେ ଲାଗିଛନ୍ତି ମାଙ୍କଡ଼ମାନେ। ମାଙ୍କଡ ଛୁଆକୁ କୁକୁର ମାରିଲା ପରେ ଏବେ କୁକୁର ଛୁଆଙ୍କୁ ମାରିବାରେ ଲାଗିଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ମାଙ୍କଡମାନେ ପ୍ରାୟ ୨୫୦ କୁକୁର ଛଆକୁ ଉପରୁ ଫୋପାଡ଼ି ମାରିବାରେ ଲାଗିଛନ୍ତି ମାଙ୍କଡ।

ଖାଲି ସେତିକି ନୁହେଁ, ଏବେ ପ୍ରତିଶୋଧର ମାତ୍ରା ଏତେ ବଢ଼ିଯାଇଛି ଯେ ଛୋଟ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଥିଲେ ମାଙ୍କଡ଼। ମାଙ୍କଡମାନେ ସ୍କୁଲ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ ।ମାଙ୍କଡମାନଙ୍କ କ୍ରୋଧ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୁକୁରଙ୍କ ଛୁଆ ଆଉ ଦେଖିବାକୁ ମିଳୁନାହାଁନ୍ତି। ଗ୍ରାମବାସୀମାନେ ମଧ୍ୟ କୁକୁରମାନଙ୍କୁ ବଞ୍ଚାବାକୁ ଚେଷ୍ଟା କରି ମାଙ୍କଡ଼ଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେତେକ ସ୍ଥାନୀୟ ଲୋକ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ।

19 Dec 2021 By The Sakala

କାବୁ ହେଲା ପ୍ରତିଶୋଧ ନେଉଥିବା ମାଙ୍କଡ: ମାସକରେ ମାରିଥିଲା ୨୫୦ରୁ ଅଧିକ କୁକୁର ଛୁଆ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଫରେଷ୍ଟ ଅଫିସର କହିଛନ୍ତି। ବିଡ ଜିଲାରେ ପାଖାପାଖି ୨୫୦ କୁକୁର ଛୁଆଙ୍କୁ ଏହି ମାଙ୍କଡମାନେ ମାରିଥିବା ଅନୁମାନ କରାଯାଉଥିଲା ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବିଡ ଜିଲ୍ଲାର ମାଜଲଗାଓଁରୁ ଏକ ଅଜବ ଖବର ଆସିଥିଲା। ଗାଁରେ  ମାଙ୍କଡ ପ୍ରତିଶୋଧ ନେଇ ପ୍ରାୟ ୨୫୦ରୁ ଅଧିକ କୁକୁରକୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ମଜଲଗାଓଁର ଲୋକମାନେ କହିଥିଲେ ଯେ ଗତ ଏକ ମାସ ଧରି କୁକୁରମାନଙ୍କୁ  ମାଙ୍କଡମାନେ ମାରିଚାଲିଛନ୍ତି। ପ୍ରତିଶୋଧ ନେବା ପାଇଁ ମାଙ୍କଡ଼ର ଏକ ଦଳ ପ୍ରାୟ ୨୫୦ରୁ ଅଧିକ କୁକୁରଙ୍କୁ ମାରିସାରିଲେଣି। ମାଙ୍ଗଡ଼ମାନେ କୁକୁର ଛୁଆ ଗୁଡ଼ିକୁ ଧରି ନେଇ ଗଛ କିମ୍ବା ଛାତରୁ ଫିଙ୍ଗି ମାରି ଦେଉଛନ୍ତି। ମାଙ୍କଡମାନଙ୍କର ଏହି ପ୍ରତିଶୋଧ କାର୍ଯ୍ୟ ଦ୍ୱାରା ଅଞ୍ଚଳର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଗାଁର ଲୋକମାନେ ଜଙ୍ଗଲ ବିଭାଗ ସହିତ ଯୋଗାଯୋଗ କରି ଆକ୍ରମଣକାରୀ ମାଙ୍କଡମାନଙ୍କୁ ଧରିବାକୁ ଅନୁରୋଧ କରିଥିଲେ। ସୂଚନା ପାଇବା ପରେ ବନ ବିଭାଗ ଦଳ ପହଞ୍ଚି ୨ଟି ମାଙ୍କଡକୁ କାବୁ କରିଥିବା ଜଣାପଡ଼ିଛି।

ଗାଁ ଲୋକଙ୍କ କହିବା ଅନୁଯା,ୟୀ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି। କିଛି ଦିନ ତଳେ କୁକୁରମାନେ ଏକ ମାଙ୍କଡ ଛୁଆକୁ  ମାରି ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ମାଙ୍କଡ଼। ଏହାପରଠୁ ମାଙ୍କଡମାନେ ଛୁଆ କୁକୁର ମାନଙ୍କୁ ଧରି କୌଣସି ଉଚ୍ଚା ସ୍ଥାନରୁ ତଳକୁ ଫୋପାଡ଼ି ଦେଉଥିବା କହିଛନ୍ତି ସ୍ଥାନୀୟ ଲୋକେ। ଆମ ଛୁଆକୁ ମାରିଲ ମାନେ ଏବେ ତୁମ ଛୁଆକୁ ବି ମାରିବୁ। ଯାହାକୁ ଏବେ ସତ କରିବାରେ ଲାଗିଛନ୍ତି ମାଙ୍କଡ଼ମାନେ। ମାଙ୍କଡ ଛୁଆକୁ କୁକୁର ମାରିଲା ପରେ ଏବେ କୁକୁର ଛୁଆଙ୍କୁ ମାରିବାରେ ଲାଗିଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ମାଙ୍କଡମାନେ ପ୍ରାୟ ୨୫୦ କୁକୁର ଛଆକୁ ଉପରୁ ଫୋପାଡ଼ି ମାରିବାରେ ଲାଗିଛନ୍ତି ମାଙ୍କଡ।

ଖାଲି ସେତିକି ନୁହେଁ, ଏବେ ପ୍ରତିଶୋଧର ମାତ୍ରା ଏତେ ବଢ଼ିଯାଇଛି ଯେ ଛୋଟ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଥିଲେ ମାଙ୍କଡ଼। ମାଙ୍କଡମାନେ ସ୍କୁଲ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ ।ମାଙ୍କଡମାନଙ୍କ କ୍ରୋଧ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୁକୁରଙ୍କ ଛୁଆ ଆଉ ଦେଖିବାକୁ ମିଳୁନାହାଁନ୍ତି। ଗ୍ରାମବାସୀମାନେ ମଧ୍ୟ କୁକୁରମାନଙ୍କୁ ବଞ୍ଚାବାକୁ ଚେଷ୍ଟା କରି ମାଙ୍କଡ଼ଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେତେକ ସ୍ଥାନୀୟ ଲୋକ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର