ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ପାଖରୁ ମିଳିଲା ଡ୍ରୋନ୍
ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚଆୟୋଗ ଆବାସିକା ଅଞ୍ଚଳରୁ ଏକ ଡ୍ରୋନ୍ ମିଳିଥିବା ଜଣାଯାଇଛି। ଯାହାର ତୀବ୍ର ନିନ୍ଦା କରିଛି ଭାରତ। ସୁରକ୍ଷା ଉଲ୍ଲଂଘନ ହୋଇଥିବା ନେଇ ଭାରତ ବିରୋଧ ପ୍ରଦର୍ଶନ କରିଛି। କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବାୟୁସେନା ଏୟାରବେସ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ବାୟୁସେନା ଏୟାରବେସ୍ ଉପରେ ଆକ୍ରମଣର ଚାରି ଦିନ ପରେ ବୁଧବାର ଦିନ ଡ୍ରୋନ୍ ପୁଣିଥରେ ଦେଖିବାକୁ ମିଳିଥିଲା। ବୁଧବାର ରାତିରେ ପୁଣି ଡ୍ରୋନ୍ ଏୟାରବେସ୍ ଉପରେ ଦେଖାଯାଇଥିଲା। ଡ୍ରୋନ୍ […]
ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚଆୟୋଗ ଆବାସିକା ଅଞ୍ଚଳରୁ ଏକ ଡ୍ରୋନ୍ ମିଳିଥିବା ଜଣାଯାଇଛି। ଯାହାର ତୀବ୍ର ନିନ୍ଦା କରିଛି ଭାରତ। ସୁରକ୍ଷା ଉଲ୍ଲଂଘନ ହୋଇଥିବା ନେଇ ଭାରତ ବିରୋଧ ପ୍ରଦର୍ଶନ କରିଛି। କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବାୟୁସେନା ଏୟାରବେସ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା।
ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା
ବାୟୁସେନା ଏୟାରବେସ୍ ଉପରେ ଆକ୍ରମଣର ଚାରି ଦିନ ପରେ ବୁଧବାର ଦିନ ଡ୍ରୋନ୍ ପୁଣିଥରେ ଦେଖିବାକୁ ମିଳିଥିଲା। ବୁଧବାର ରାତିରେ ପୁଣି ଡ୍ରୋନ୍ ଏୟାରବେସ୍ ଉପରେ ଦେଖାଯାଇଥିଲା। ଡ୍ରୋନ୍ ଦେଖିବା ପରେ ଯବାନ ଗୁଳି ଚଳାଇଥିଲେ। ଏହାପରେ ଡ୍ରୋନ ଗାଏବ ହୋଇଯାଇଥିଲା। ପରେ ତୁରନ୍ତ ବାୟୁସେନା ପ୍ରଶାସନ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପ୍ରଶାସନ ସନ୍ଦେହ କରିଥିଲା ଯେ ନିକଟସ୍ଥ କେହି ଜଣେ ଏହାକୁ ପରିଚାଳନା କରୁଛନ୍ତି। ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।






