ମାର୍ଚ୍ଚ ସୁଦ୍ଧା ଖୋଲିବ ୧୦ ହଜାର ନୂଆ ଡାକଘର, ୫ କି.ମି. ଭିତରେ ମିଳିବ ସବୁ ସୁବିଧା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ନିଜର ପହଞ୍ଚକୁ ବଢାଇବା ପାଇଁ ଚଳିତବର୍ଷ ଅଧିକ ୧୦,୦୦୦ ଡାକ ଘର ଖୋଲିବ। ଡାକ ବିଭାଗର ସଚିବ ଅମନ୍‌ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଜର ପହଞ୍ଚକୁ ବଢାଇବା ପାଇଁ ଅଧିକ ଡାକ ଘର ଖୋଲିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ୧୦,୦୦୦ ଡାକ ଘର ଖୋଲିବାକୁ ଆମକୁ ଅନୁମତି ମିଳିସାରିଛି। ଶ୍ରୀ ଶର୍ମାଙ୍କ କହିବାନୁସାରେ, ଲୋକଙ୍କୁ ସେମାନଙ୍କ ଘରର ୫ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ […]

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ନିଜର ପହଞ୍ଚକୁ ବଢାଇବା ପାଇଁ ଚଳିତବର୍ଷ ଅଧିକ ୧୦,୦୦୦ ଡାକ ଘର ଖୋଲିବ। ଡାକ ବିଭାଗର ସଚିବ ଅମନ୍‌ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଜର ପହଞ୍ଚକୁ ବଢାଇବା ପାଇଁ ଅଧିକ ଡାକ ଘର ଖୋଲିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ୧୦,୦୦୦ ଡାକ ଘର ଖୋଲିବାକୁ ଆମକୁ ଅନୁମତି ମିଳିସାରିଛି। ଶ୍ରୀ ଶର୍ମାଙ୍କ କହିବାନୁସାରେ, ଲୋକଙ୍କୁ ସେମାନଙ୍କ ଘରର ୫ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଡାକ ଘରଗୁଡିକ ଚଳିତ ଆର୍ଥିକବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ସୁଦ୍ଧା ଖୋଲାଯିବ। ଏହାଫଳରେ ଦେଶରେ ମୋଟ ଡାକଘର ସଂଖ୍ୟା ପ୍ରାୟ ୧.୭ ଲକ୍ଷ ହୋଇଯିବ। ଏହାସହ ଲୋକଙ୍କୁ ସରକାରୀ ସେବା ଯୋଗାଇ ଦେବା ଲାଗି ପାଇଁ ବିଭାଗ ବିଭିନ୍ନ ପ୍ରକଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛନ୍ତି। ଶ୍ରୀ ଶର୍ମାଙ୍କ ମତରେ ଡାକ ଘରର ଆଧୁନିକୀକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଲୋକଙ୍କୁ ଡାକ ଘର ଆସିବା ପରିବର୍ତ୍ତେ ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର