କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ମୃତ, ୧୦ରୁ ଊର୍ଦ୍ଧ୍ବ ଆହତ

The Sakala Picture
Published On

ଅହମଦନଗର: ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲର ଆଇସିୟୁ ୱାର୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏଥିସହ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହେବାର ଖବର ମଧ୍ୟ ଅଛି । ଅହମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍‌ ଆଇସିୟୁ ୱାର୍ଡରେ ଥିଲେ। ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ଆଇସିୟୁ ୱାର୍ଡରେ […]

ଅହମଦନଗର: ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲର ଆଇସିୟୁ ୱାର୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏଥିସହ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହେବାର ଖବର ମଧ୍ୟ ଅଛି । ଅହମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍‌ ଆଇସିୟୁ ୱାର୍ଡରେ ଥିଲେ। ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ଆଇସିୟୁ ୱାର୍ଡରେ ନିଆଁ ଲାଗି ଯାଇଥିଲା। ଫଳରେ ଏଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ନିଆଁରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଆରମ୍ଭ ହୋଇଛି। ୨୦ ରୁ ଅଧିକ ଲୋକଙ୍କୁ ନିକଟସ୍ଥ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ହସ୍ପିଟାଲ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ସେପଟେ ଅନେକ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଆଜି ଦିନ ପ୍ରାୟ ୧୧:୩୦ ସମୟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଆଇସିୟୁ ୱାର୍ଡରେ ୨୦ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଭେଣ୍ଟିଲେଟରରେ ମଧ୍ୟ ଥିଲେ। ୱାର୍ଡ ବୟ, ନର୍ସ ଏବଂ ହସ୍ପିଟାଲର ଡାକ୍ତରମାନେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ୱାର୍ଡକୁ ସ୍ଥାନାନ୍ତର କରିଥିଲେ। ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା ​​ତାହା ଡାକ୍ତରଖାନା ମଝିରେ ଅଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତେବେ ଏହା ସର୍ଟ ସର୍କିଟ ଯୋଗୁଁ ଘଟିଥିବା ମନେ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର