ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ଵାରା କଣ ହୁଏ

The Sakala Picture
Published On

ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। କୁହାଯାଏ ଯେ, ଭଗବାନ ରାମଚନ୍ଦ୍ର ପିତା ଦଶରଥଙ୍କ ମୃତ୍ୟୁ ପୂର୍ବରୁ ଅଶୁଭ ସ୍ବପ୍ନ ଦେଖି ରାଜ ଉଆସରେ କିଛି ଖରାପ ହେବ ବୋଲି ଅନୁମାନ କରିଥିଲେ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ମୃତ୍ୟୁ ଦେଖିବା […]

ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। କୁହାଯାଏ ଯେ, ଭଗବାନ ରାମଚନ୍ଦ୍ର ପିତା ଦଶରଥଙ୍କ ମୃତ୍ୟୁ ପୂର୍ବରୁ ଅଶୁଭ ସ୍ବପ୍ନ ଦେଖି ରାଜ ଉଆସରେ କିଛି ଖରାପ ହେବ ବୋଲି ଅନୁମାନ କରିଥିଲେ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ମୃତ୍ୟୁ ଦେଖିବା ଅର୍ଥ କ’ଣ ହୋଇଥାଏ।

* ସ୍ବପ୍ନରେ ନିଜର କିମ୍ବା ନିଜ ଲୋକଙ୍କର ମୃତ୍ୟୁ ହେଉଥିବା ଦେଖନ୍ତି, ତେବେ ତାହା ଶୁଭ ହୋଇଥାଏ। ବିଶ୍ବାସ ରହିଛି ଯାହାର ମୃତ୍ୟୁ ହେଉଥିବା ଦେଖନ୍ତି ତାହାର ଆୟୁ ବଢ଼ିଥାଏ।
* ସ୍ବପ୍ନରେ ଯଦି କାହାର ହତ୍ୟା ହେଉଥିବା ଦେଖନ୍ତି ତେବେ ଆପଣଙ୍କ ସହ ବିଶ୍ବାସଘାତ ହେବାର ଆଶଙ୍କା ରହିଛି।
* କୌଣସି ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ବହୁ ଦିନର ଆଶା ଶୀଘ୍ର ପୂରଣ ହେବ ବୋଲି କୁହାଯାଏ।
* ପରିଚିତ ବା ବନ୍ଧୁବାନ୍ଧବଙ୍କ ମୃତ୍ୟୁ ସ୍ବପ୍ନରେ ଦେଖିବା ଅର୍ଥ ତାଙ୍କ ଉପରକୁ ଆସୁଥିବା ସଙ୍କଟ ଟଳିଯାଏ।
* ସ୍ବପ୍ନରେ ନିଜ ମୃତ୍ୟୁ ଦେଖିଲେ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି କୁହାଯାଏ।
* ସ୍ବପ୍ନରେ କୋକେଇ ଦେଖିବା ବହୁତ ଶୁଭ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର