ମାଠିଆରେ ଛତୁଚାଷ କରିବାର ସହଜ ଉପାୟ

The Sakala Picture
Published On

ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥା’ନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ଛତୁ ଚାଷ ସହଜ ହୋଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ପୁରୁଣା ଅବ୍ୟବହୃତ ମାଠିଆରେ ଛତୁଚାଷ ହୋଇପାରୁଛି । ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା । ଏହା ମଧ୍ୟ ପରିବେଶ ଅନୁକୂଳା । ଏପରିକି ଗରମ ଦିନ ଲାଗି ଏହା ବେଶ୍ […]

ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥା’ନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ଛତୁ ଚାଷ ସହଜ ହୋଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ପୁରୁଣା ଅବ୍ୟବହୃତ ମାଠିଆରେ ଛତୁଚାଷ ହୋଇପାରୁଛି ।

ଆହୁରି ପଢ଼ନ୍ତୁ: ଘରୋଇ ଉପାୟରେ କରନ୍ତୁ କେରାଟିନ୍ ଟ୍ରିଟମେଣ୍ଟ: ଅଣ୍ଡା, ଦହି ଏବଂ ଆଲୋଭେରାରେ କେଶକୁ କରନ୍ତୁ ସିଲ୍କି ଓ ସାଇନି

ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା । ଏହା ମଧ୍ୟ ପରିବେଶ ଅନୁକୂଳା । ଏପରିକି ଗରମ ଦିନ ଲାଗି ଏହା ବେଶ୍ ଲାଭପ୍ରଦ ।

ଏଥିରେ କେବଳ ଓଏଷ୍ଟର ଛତୁ ଚାଷ କରାଯାଇପାରିବ। ପ୍ରଥମେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରୁ ମଞ୍ଜି ଆଣନ୍ତୁ । କୁଟାକୁ ଛୋଟ କରି କାଟି ପାଣିରେ ବତୁରାଇବାକୁ ପଡ଼େ । ପରେ ଉଷୁମ ପାଣିରେ ଧୋଇ ଏହାକୁ ଶୁଖାଇ ଦିଅନ୍ତୁ । ଏଥିରେ ଯେପରି ଆର୍ଦ୍ରତା କମ୍ ରହିବ ଧ୍ୟାନ ଦିଅନ୍ତୁ।

ପରେ ଏକ ପୁରୁଣା ମାଠିଆର ଚାରିପାଖେ ଛୋଟ ଛୋଟ କଣା କରି ଏଥିରେ ପୂର୍ବପ୍ରସ୍ତୁତ କୁଟା ବିଛାନ୍ତୁ। ଛତୁ ବୀଜ ପକାଇ ମାଠିଆର ଉପରଆଡୁ ଟ୍ୟାପ୍‌ ଦେଇ ଟାଇଟ୍‌ କରି ବାନ୍ଧି ଦିଅନ୍ତୁ । ତେବେ ମାଠିଆଟିକୁ ପ୍ରାୟ ୧୫ ଦିନ ଯାଏ ଅନ୍ଧାରିଆ ସ୍ଥାନରେ ରଖନ୍ତୁ।

ଏହି ସମୟରେ ଛତୁ ଭଲଭାବେ ବିକଶିତ ହୋଇଯାଇଥାଏ । ପ୍ରାୟ ୩ ସପ୍ତାହ ପରେ ମାଠିଆରୁ କପଡ଼ା ବାହାର କରିଦିଅନ୍ତୁ। ଏଥିରେ ଧଳା ଧଳା ଛତୁ ନଜର ଆସିଲେ ଏହାକୁ ଏକ ସ୍ଥାନ କିମ୍ବା ଝୁଲାଇ ରଖୀପାରିବେ।  ଗୁଚ୍ଛାଗୁଡ଼ିକ ବଙ୍କେଇବା ଆରମ୍ଭ କଲେ ଛତୁ ଛିଣ୍ଡାଇ ବ୍ୟବହାର କରିପାରିବେ।

28 Jun 2022 By The Sakala

ମାଠିଆରେ ଛତୁଚାଷ କରିବାର ସହଜ ଉପାୟ

ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥା’ନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ଛତୁ ଚାଷ ସହଜ ହୋଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ପୁରୁଣା ଅବ୍ୟବହୃତ ମାଠିଆରେ ଛତୁଚାଷ ହୋଇପାରୁଛି ।

ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା । ଏହା ମଧ୍ୟ ପରିବେଶ ଅନୁକୂଳା । ଏପରିକି ଗରମ ଦିନ ଲାଗି ଏହା ବେଶ୍ ଲାଭପ୍ରଦ ।

ଏଥିରେ କେବଳ ଓଏଷ୍ଟର ଛତୁ ଚାଷ କରାଯାଇପାରିବ। ପ୍ରଥମେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରୁ ମଞ୍ଜି ଆଣନ୍ତୁ । କୁଟାକୁ ଛୋଟ କରି କାଟି ପାଣିରେ ବତୁରାଇବାକୁ ପଡ଼େ । ପରେ ଉଷୁମ ପାଣିରେ ଧୋଇ ଏହାକୁ ଶୁଖାଇ ଦିଅନ୍ତୁ । ଏଥିରେ ଯେପରି ଆର୍ଦ୍ରତା କମ୍ ରହିବ ଧ୍ୟାନ ଦିଅନ୍ତୁ।

ପରେ ଏକ ପୁରୁଣା ମାଠିଆର ଚାରିପାଖେ ଛୋଟ ଛୋଟ କଣା କରି ଏଥିରେ ପୂର୍ବପ୍ରସ୍ତୁତ କୁଟା ବିଛାନ୍ତୁ। ଛତୁ ବୀଜ ପକାଇ ମାଠିଆର ଉପରଆଡୁ ଟ୍ୟାପ୍‌ ଦେଇ ଟାଇଟ୍‌ କରି ବାନ୍ଧି ଦିଅନ୍ତୁ । ତେବେ ମାଠିଆଟିକୁ ପ୍ରାୟ ୧୫ ଦିନ ଯାଏ ଅନ୍ଧାରିଆ ସ୍ଥାନରେ ରଖନ୍ତୁ।

ଏହି ସମୟରେ ଛତୁ ଭଲଭାବେ ବିକଶିତ ହୋଇଯାଇଥାଏ । ପ୍ରାୟ ୩ ସପ୍ତାହ ପରେ ମାଠିଆରୁ କପଡ଼ା ବାହାର କରିଦିଅନ୍ତୁ। ଏଥିରେ ଧଳା ଧଳା ଛତୁ ନଜର ଆସିଲେ ଏହାକୁ ଏକ ସ୍ଥାନ କିମ୍ବା ଝୁଲାଇ ରଖୀପାରିବେ।  ଗୁଚ୍ଛାଗୁଡ଼ିକ ବଙ୍କେଇବା ଆରମ୍ଭ କଲେ ଛତୁ ଛିଣ୍ଡାଇ ବ୍ୟବହାର କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp