ଏସିଡିଟିର କାରଣ ଓ ଏହାର ଘରୋଇ ନିରାକରଣ

The Sakala Picture
Published On

ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ, ଦୀର୍ଘ ସମୟ ପର୍ୟ୍ୟନ୍ତ ପେଟ ଖାଲି ରହିଲେ ଅତ୍ୟଧିକ ଜ୍ୱଳନ ଅନୁଭବ ହୋଇଥାଏ। ବେଳେବେଳେ ଏସିଡିଟି ଯୋଗୁ ପରିସ୍ଥିତି ଗମ୍ଭୀର ହୋଇଯାଏ। ସାଧାରଣତଃ ପାକସ୍ଥଳୀରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ଲାଣ୍ଡରୁ ଅତ୍ୟଧିକ ଏସିଡ୍‌ […]

ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ, ଦୀର୍ଘ ସମୟ ପର୍ୟ୍ୟନ୍ତ ପେଟ ଖାଲି ରହିଲେ ଅତ୍ୟଧିକ ଜ୍ୱଳନ ଅନୁଭବ ହୋଇଥାଏ।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

ବେଳେବେଳେ ଏସିଡିଟି ଯୋଗୁ ପରିସ୍ଥିତି ଗମ୍ଭୀର ହୋଇଯାଏ। ସାଧାରଣତଃ ପାକସ୍ଥଳୀରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ଲାଣ୍ଡରୁ ଅତ୍ୟଧିକ ଏସିଡ୍‌ କ୍ଷରଣ ହେବା ଫଳରେ ଏସିଡିଟି ସମସ୍ୟା ଉପୁଜି ଥାଏ। ଏଣୁ ଏହି ଏସିଡ୍‌ କ୍ଷରଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଏସିଡିଟି ସମସ୍ୟା ସହଜରେ ଦୂର ହୋଇପାରିବ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ଏସବୁ ବ୍ୟତୀତ ଅଧିକ ସମୟ ପର୍ୟ୍ୟନ୍ତ ଭୋକରେ ରହିବା, ଅସମୟରେ ଖାଦ୍ୟ ଖାଇବା ବା ଅତ୍ୟଧିକ ପରିମାଣରେ ଖାଇବା ଯୋଗୁଁ ମଧ୍ୟ ଏସିଡିଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ଉପଚାର:

ତୁଳସୀ ପତ୍ର: ଏକ କପ୍‌ ପାଣି ଗରମ କରନ୍ତୁ। ସେଥିରେ ୩ରୁ ୪ଟି ତୁଳସୀପତ୍ର ପକାଇ କିଛି ସମୟ ପର୍ୟ୍ୟନ୍ତ କମ୍‌ ଜାଳରେ ରଖି ଫୁଟାନ୍ତୁ। ଦିନରେ ୪-୫ଥର ଏହିପରି କରି ପିଅନ୍ତୁ। ଏସିଡିଟିରୁ ଶୀଘ୍ର ମୁକ୍ତି ପାଇପାରିବେ।

ପାଚିଲା କଦଳୀ: ଏସିଡିଟି ଦୂର କରିବାରେ ପାଚିଲା କଦଳୀ ପ୍ରାକୃତିକ ଆଣ୍ଚାସିଡ୍‌ ପରି କାମ କରିଥାଏ। ଏଣୁ ଏସିଡିଟି ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇଲେ ସୁଫଲ ମିଳିବ।

ଗୁଡ଼: ଏସିଡିଟି ନହେବା ପାଇଁ ଖାଇବା ପରେ ପ୍ରତିଦିନ କିଛି ଗୁଡ଼ ଚାପି ଖାଆନ୍ତୁ। ଗୁଡ଼ରେ ମ୍ୟାଗ୍‌ନେସିୟମ୍‌ ଅଛି ଯାହା ପାଚନ ଶକ୍ତିକୁ ତ୍ୱରାନ୍ୱତି କରିବା ସହିତ ପାକସ୍ଥଳୀର ଏସିଡିଟି ହାର କମ୍‌ କରିଥାଏ।

ଡାଲ୍‌ଚିନି: ଡାଲ୍‌ଚିନି ଏକ ପ୍ରାକୃତିକ ଆଣ୍ଟାସିଡ୍‌ ପରି କାମ କରିଥାଏ। ଏହାକୁ ଖାଇଲେ ପାଚନ କ୍ରିୟା ତ୍ୱରାନ୍ୱିତ ହୋଇଥାଏ। ଏସିଡିଟି ହୋଇଥିଲେ ଡାଲ୍‌ଚିନି ଚା ପିଇଲେ ଶୀଘ୍ର ଆରାମ ମିଳିଥାଏ।

16 Feb 2021 By The Sakala

ଏସିଡିଟିର କାରଣ ଓ ଏହାର ଘରୋଇ ନିରାକରଣ

ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ, ଦୀର୍ଘ ସମୟ ପର୍ୟ୍ୟନ୍ତ ପେଟ ଖାଲି ରହିଲେ ଅତ୍ୟଧିକ ଜ୍ୱଳନ ଅନୁଭବ ହୋଇଥାଏ।

ବେଳେବେଳେ ଏସିଡିଟି ଯୋଗୁ ପରିସ୍ଥିତି ଗମ୍ଭୀର ହୋଇଯାଏ। ସାଧାରଣତଃ ପାକସ୍ଥଳୀରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ଲାଣ୍ଡରୁ ଅତ୍ୟଧିକ ଏସିଡ୍‌ କ୍ଷରଣ ହେବା ଫଳରେ ଏସିଡିଟି ସମସ୍ୟା ଉପୁଜି ଥାଏ। ଏଣୁ ଏହି ଏସିଡ୍‌ କ୍ଷରଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଏସିଡିଟି ସମସ୍ୟା ସହଜରେ ଦୂର ହୋଇପାରିବ।

ଏସବୁ ବ୍ୟତୀତ ଅଧିକ ସମୟ ପର୍ୟ୍ୟନ୍ତ ଭୋକରେ ରହିବା, ଅସମୟରେ ଖାଦ୍ୟ ଖାଇବା ବା ଅତ୍ୟଧିକ ପରିମାଣରେ ଖାଇବା ଯୋଗୁଁ ମଧ୍ୟ ଏସିଡିଟି ହୋଇଥାଏ।

ଉପଚାର:

ତୁଳସୀ ପତ୍ର: ଏକ କପ୍‌ ପାଣି ଗରମ କରନ୍ତୁ। ସେଥିରେ ୩ରୁ ୪ଟି ତୁଳସୀପତ୍ର ପକାଇ କିଛି ସମୟ ପର୍ୟ୍ୟନ୍ତ କମ୍‌ ଜାଳରେ ରଖି ଫୁଟାନ୍ତୁ। ଦିନରେ ୪-୫ଥର ଏହିପରି କରି ପିଅନ୍ତୁ। ଏସିଡିଟିରୁ ଶୀଘ୍ର ମୁକ୍ତି ପାଇପାରିବେ।

ପାଚିଲା କଦଳୀ: ଏସିଡିଟି ଦୂର କରିବାରେ ପାଚିଲା କଦଳୀ ପ୍ରାକୃତିକ ଆଣ୍ଚାସିଡ୍‌ ପରି କାମ କରିଥାଏ। ଏଣୁ ଏସିଡିଟି ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇଲେ ସୁଫଲ ମିଳିବ।

ଗୁଡ଼: ଏସିଡିଟି ନହେବା ପାଇଁ ଖାଇବା ପରେ ପ୍ରତିଦିନ କିଛି ଗୁଡ଼ ଚାପି ଖାଆନ୍ତୁ। ଗୁଡ଼ରେ ମ୍ୟାଗ୍‌ନେସିୟମ୍‌ ଅଛି ଯାହା ପାଚନ ଶକ୍ତିକୁ ତ୍ୱରାନ୍ୱତି କରିବା ସହିତ ପାକସ୍ଥଳୀର ଏସିଡିଟି ହାର କମ୍‌ କରିଥାଏ।

ଡାଲ୍‌ଚିନି: ଡାଲ୍‌ଚିନି ଏକ ପ୍ରାକୃତିକ ଆଣ୍ଟାସିଡ୍‌ ପରି କାମ କରିଥାଏ। ଏହାକୁ ଖାଇଲେ ପାଚନ କ୍ରିୟା ତ୍ୱରାନ୍ୱିତ ହୋଇଥାଏ। ଏସିଡିଟି ହୋଇଥିଲେ ଡାଲ୍‌ଚିନି ଚା ପିଇଲେ ଶୀଘ୍ର ଆରାମ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp