ଖାଇବା ପରେ ଥଣ୍ଡାପାଣି ପିଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…..

The Sakala Picture
Published On

ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ। ଏହି ତାପମାତ୍ରାଠାରୁ ଅଧିକ ଥଣ୍ଡା ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଥା– ଖାଦ୍ୟ […]

ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ। ଏହି ତାପମାତ୍ରାଠାରୁ ଅଧିକ ଥଣ୍ଡା ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଥା–

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

  • ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡାପାଣି ପିଇବା ଦ୍ବାରା ପାଚକ ରସର ତାପମାତ୍ରା ମଧ୍ୟ କମିଯାଏ, ଯାହା ଫଳରେ ବଦହଜମୀ ହୋଇଥାଏ। ଏହା ବ୍ୟତୀତ ପେଟର ଅନ୍ତନଳୀରେ ଥିବା ସ୍ନାୟୁଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଯୋଗୁଁ କୋଷ୍ଠକାଠିନ୍ୟ ହୋଇଥାଏ।

  • ଦୃଦ୍‌ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ।

  • ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଏ।

  • ଥଣ୍ଡା ପାଣି ଦ୍ବାରା ଖାଦ୍ୟ ସହଜରେ ହଜମ ହୋଇନଥାଏ। ଏହା ଦ୍ବାରା ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହି ଏକ ପ୍ରକାର ଏସିଡ୍‌ ସୃଷ୍ଟି କରିଥାଏ। ଏହି ଏସିଡ୍‌ କ୍ଷରଣ ଯୋଗୁଁ ମେଦବହୁଳତା ସୃଷ୍ଟି ହୁଏ।

  • ଥଣ୍ଡା ପାଣି ଦ୍ବାରା ବାହାରର ତାପମାତ୍ରା ତୁଳନାରେ ଶରୀରର ତାପମାତ୍ରା ଅପେକ୍ଷାକୃତ କମ୍‌ ହୋଇଯାଏ। ଏହି ଅସନ୍ତୁଳନ ଫଳରେ ଶରୀର ରୋଗାକ୍ରାନ୍ତ ହୋଇଥାଏ।

  • ବାହାରକୁ ଯିବା ସମୟରେ ଏବଂ ଘରକୁ ଆସିବା ସଙ୍ଗେ ସଙ୍ଗେ ଫ୍ରିଜ୍‌ରେ ଥିବା ପାଣି ପିଇବା ଦ୍ବାରା ଥଣ୍ଡାଜନିତ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp