ଜାଣନ୍ତୁ ଆଳୁ ଡାଲି ପକୁଡ଼ିର ପ୍ରସ୍ତୁତି ପ୍ରଣାଳୀ

The Sakala Picture
Published On

ଆବଶ୍ୟକ ସାମଗ୍ରୀ ଅଧା କପ୍- ମୁଗଡାଲି, ପିଆଜ-୨ଟା, ଆଳୁ-୨ଟା, କଞ୍ଚା ଲଙ୍କା-୪ଟା, ଅଦା-ଛୋଟ ଖଣ୍ଡେ, ଧନିଆପତ୍ର- ଅଳ୍ପ କିଛି, ଜିରାଗୁଣ୍ଡ- ଅଧା ଚାମଚ, ହେଙ୍ଗୁ- ଅଳ୍ପ, ବେକିଙ୍ଗ ସୋଡ଼ା-ଅଳ୍ପ, ବେସନ- ଏକ କପ, ଲୁଣ- ସ୍ବାଦ ଅନୁସାରେ, ତେଲ- ଆବଶ୍ୟକତା ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ମୁଗ ଡାଲିକୁ ପାଣିରେ ବତୁରାଇ ରଖନ୍ତୁ। ଏହା ପରେ ଆଳୁକୁ ସିଝାଇ ରଖନ୍ତୁ। ତା’ ପରେ ଗ୍ରାଇଣ୍ଡରରେ ଅଦା, ଧନିଆପତ୍ର, କଞ୍ଚା ଲଙ୍କା ଓ ଲୁଣ […]

ଆବଶ୍ୟକ ସାମଗ୍ରୀ
ଅଧା କପ୍- ମୁଗଡାଲି, ପିଆଜ-୨ଟା, ଆଳୁ-୨ଟା, କଞ୍ଚା ଲଙ୍କା-୪ଟା, ଅଦା-ଛୋଟ ଖଣ୍ଡେ, ଧନିଆପତ୍ର- ଅଳ୍ପ କିଛି, ଜିରାଗୁଣ୍ଡ- ଅଧା ଚାମଚ, ହେଙ୍ଗୁ- ଅଳ୍ପ, ବେକିଙ୍ଗ ସୋଡ଼ା-ଅଳ୍ପ, ବେସନ- ଏକ କପ,
ଲୁଣ- ସ୍ବାଦ ଅନୁସାରେ, ତେଲ- ଆବଶ୍ୟକତା ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ
ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ମୁଗ ଡାଲିକୁ ପାଣିରେ ବତୁରାଇ ରଖନ୍ତୁ। ଏହା ପରେ ଆଳୁକୁ ସିଝାଇ ରଖନ୍ତୁ। ତା’ ପରେ ଗ୍ରାଇଣ୍ଡରରେ ଅଦା, ଧନିଆପତ୍ର, କଞ୍ଚା ଲଙ୍କା ଓ ଲୁଣ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ସେହିପରି ଆଳୁକୁ ଏକ ପାତ୍ରରେ ଚକଟି ସେଥିରେ ପିଆଜ, ବେସନ ଓ ଅଳ୍ପ ପାଣି ଦେଇ ଚକଟନ୍ତୁ। ଏହା ପରେ ସେଥିରେ ମୁଗ ବଟା ପକାଇ ଗୋଳାନ୍ତୁ। ଏହି ମିଶ୍ରଣରେ ବେଶି ପାଣି ବ୍ୟବହାର କରିବେ ନାହିଁ। ଏହା ପରେ ଚୁଲା ଲଗାଇ କଡ଼େଇ ବସାନ୍ତୁ। କଡେଇ ଗରମ ହେେଲ ତେଲ ପକାନ୍ତୁ। ତେଲ ତାତିବା ପରେ ଏହାକୁ ନାଲି ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପୋଦିନା ନଚେତ୍ ତେନ୍ତୁଳି ଚଟଣି ସହ ଗରମ ଗରମ ପରଷନ୍ତୁ ଆଳୁ ଡାଲି ପକୁଡ଼ି।

09 Sep 2021 By The Sakala

https://www.thesakala.in/lifestyle/aloo-dali-pakudi-preparation-method/article-5312
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp