ଗାଧୋଇବାବେଳେ ନାଗାବଳୀ ନଦୀରେ ଭାସି ପର୍ଯ୍ଯଟକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

ରାୟଗଡା: ଗାଧୋଇବା ହେଲା କାଳ । ନାଗାବଳୀ ନଦୀରେ ଭାସି ପର୍ଯ୍ଯଟକ ନିଖୋଜ। ନିଖୋଜ ପର୍ଯ୍ଯଟକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା(ବୟସ ୧୮ବର୍ଷ)। ଗତକାଲି ବିଜୟୱ।ଡା ଅଞ୍ଚଳରୁ ଗୋଟିଏ ପରିବାରର ୧୬ଜଣ ପର୍ଯ୍ଯଟକ ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ। ଆଜି ସକାଳ ୧୧ଟା ସମୟରେ ଉକ୍ତ ପର୍ଯ୍ଯଟକମାନେ ମାରିଗୁଡା ଦେଇ ପ୍ରଭାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ। ଉକ୍ତ ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ […]

ରାୟଗଡା: ଗାଧୋଇବା ହେଲା କାଳ । ନାଗାବଳୀ ନଦୀରେ ଭାସି ପର୍ଯ୍ଯଟକ ନିଖୋଜ। ନିଖୋଜ ପର୍ଯ୍ଯଟକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା(ବୟସ ୧୮ବର୍ଷ)। ଗତକାଲି ବିଜୟୱ।ଡା ଅଞ୍ଚଳରୁ ଗୋଟିଏ ପରିବାରର ୧୬ଜଣ ପର୍ଯ୍ଯଟକ ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ। ଆଜି ସକାଳ ୧୧ଟା ସମୟରେ ଉକ୍ତ ପର୍ଯ୍ଯଟକମାନେ ମାରିଗୁଡା ଦେଇ ପ୍ରଭାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ। ଉକ୍ତ ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫୋଟ ଉଠାଉଥିଲେ। ତେବେ ନଦୀର ଗଭୀର ସ୍ରୋତରେ ସାଇ ଭାସିଯାଇଥିଲେ। ପରିବାର ଲୋକେ ସାଇଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ସାଇକ୍ରୀଷ୍ଣାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଝୋଲାପୋଲ ନିକଟସ୍ଥ ନାଗାବଳୀ ନଦୀ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇଥିଲେ ହେଁ ପ୍ରତିବର୍ଷ ପର୍ଯ୍ଯଟକ ମାନେ ନଦୀରେ ବୁଡି ମୃତ୍ଯୁବରଣ କରୁଥିବା ଦେଖାଦେଉଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର